ମାଲକାନଗିରିର ଦୁଃଖ: ଅର୍ଥ ଅଭାବରୁ ଦୁଇ ଅସହାୟ ଝିଅଙ୍କୁ ନେଇ ଯନ୍ତ୍ରଣାରେ ଗରିବ ବାପା ଓ ମା’

‘‘ଏବେ ମୁଁ ଏକ ପ୍ରକାର ପଙ୍ଗୁ ହୋଇଯାଇଛି । ଧୀରେ ଧୀରେ ମୋ’ ଭଉଣୀର ଅବସ୍ଥା ବି ସେମିତି ହୋଇଯାଉଛି । ଆମ ଚିକିତ୍ସା କରାଇବା ପାଇଁ ଆମ ବାପା ମା’ଙ୍କ ପାଖରେ ଆଉ ଟଙ୍କା ନାହିଁ,’’ କହିଛନ୍ତି ଏକ ବିରଳ ରୋଗର ଶିକାର ହୋଇଥିବା ରଞ୍ଜିତା ।

ମାଲକାନଗିରିର ଦୁଃଖ: ଅର୍ଥ ଅଭାବରୁ ଦୁଇ ଅସହାୟ ଝିଅଙ୍କୁ ନେଇ ଯନ୍ତ୍ରଣାରେ ଗରିବ ବାପା ଓ ମା’
ଅଜଣା ରୋଗରେ ଆକ୍ରାନ୍ତ ରଞ୍ଜିତା ମାଟାମ୍
  • News18 Odia
  • Last Updated: October 31, 2020, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ମହେନ୍ଦ୍ର ପାଣିଗ୍ରାହୀ | News18 Odia Digital

ମାଲକାନଗିରି: ଦିନ ଥିଲା ଏହି ପରିବାରର ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା । ଦୁଇ ଝିଅ ସ୍କୁଲ୍‌ ଯାଉଥିଲେ ଓ ବଡ଼ ହୋଇ କିଛି ବଡ଼ କରିବେ ବୋଲି ସେମାନଙ୍କର ସ୍ୱପ୍ନ ଥିଲା । ହେଲେ ଅଚାନକ ସେମାନଙ୍କ ଦେହ ଖରାପ ହେଲା ଓ ଏକ ଆଶ୍ଚର୍ଯ୍ୟଜନକ ରୋଗ ଦ୍ୱାରା ସେମାନଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍କ ଦୁର୍ବଳ ହେବାକୁ ଲାଗିଲା । ଏବେ ଦୁଇ ଝିଅ ପ୍ରାୟ ଅକାମୀ ହୋଇପଡ଼ିଛନ୍ତି, ଆଉ ପରିବାର ଉପରେ ବଜ୍ର ପଡ଼ିଛି ।

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡ଼ା ଗାଁର କାର୍ତ୍ତିକ ମାଟାମଙ୍କ ପରିବାର ଏହି ଦୃଦୟବିଦାରକ ସମସ୍ୟା ସହ ଯୁଝୁଛି । ଦୁଇ ଝିଅଙ୍କ ମା’ ସୁମିତ୍ରା ମାଟାମ ଭୋ ଭୋ ହୋଇ କାନ୍ଦୁଛନ୍ତି । କିଛି ଦିନ ତଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଏବେ ଠିକ୍‌ ଥିବା ସୁମିତ୍ରା ପ୍ରଶାସନ ପାଖରେ ତାଙ୍କ ଦୁଇ ଝିଅଙ୍କୁ ଠିକ୍‌ କରାଇଦେବାରେ ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ।

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେ

‘‘ମୋତେ ଆଉ କିଛି ଦରକାର ନାହିଁ । ଖାଲି ମୋ’ ଝିଅ ଦୁଇଟାଙ୍କୁ ଠିକ୍‌ କରିଦିଅ । ଦିନେ ମୁଁ ପାଗଳୀ ହୋଇଯାଇଥିଲି, ହେଲେ ଏବେ ମୋ’ ଝିଅ ଦୁଇଟିଙ୍କ ଅବସ୍ଥା ଖରାପ । ମୁଁ ନେହୁରା ହେଉଛି ସରକାରଙ୍କ ପାଖରେ । ମୋ’ ଦୁଇ ଝିଅଙ୍କୁ ଭଲ କରିଦିଅନ୍ତୁ,’’ କାନ୍ଦି କାନ୍ଦି କହିଛନ୍ତି ସୁମିତ୍ରା ।

ସାନ ଭଉଣୀ ପଦ୍ମା ମାଟାମ୍


ସୁମିତ୍ରା ଓ କାର୍ତ୍ତିକଙ୍କ ଦୁଇ ଝିଅ ରଞ୍ଜିତା ଓ ପଦ୍ମା ଏବେ ଅସହାୟ ଅବସ୍ଥାରେ ଘରେ ପଡ଼ିଛନ୍ତି । ବର୍ଷେ ପୂର୍ବେ ଯେବେ ରଞ୍ଜିତା ଦଶମ ଶ୍ରେଣୀ ପରୀକ୍ଷା ଦେଇଥାନ୍ତେ, ସେତେବେଳେ ହଟାତ୍‌ ତାଙ୍କ ଦେହ ଅସୁସ୍ଥ ହେବାରେ ଲାଗିଲା । ବେକ ଧୀରେ ଧୀରେ ହଲିବାକୁ ଲାଗିଲା ଓ ହାତ ଗୋଡ଼ ସବୁ ମୋଡ଼ି ହୋଇଗଲା । ଆଉ ସେ ଭଲରେ କଥା ବି କହିପାରିଲେ ନାହିଁ । ଏବେ ସେ ଅକାମୀ । ନା ଆଉ ସେ ପାଠ ପଢିପାରୁଛନ୍ତି ନା ଆଉ କିଛି କାମ କରିପାରୁଛନ୍ତି । ନିଜ ପରିବାର ଉପରେ ସେ ଏକ ପ୍ରକାର ବୋଝ ପାଲଟି ଯାଇଛନ୍ତି ।

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ସାନ ଝିଅ ପଦ୍ମା ବି ବଡ଼ ଭଉଣୀଙ୍କ ଭଳି ସେହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛି । ପଦ୍ମାର ବି ଧୀରେ ଧୀରେ ପେଟ ଓ ଗୋଡ଼ ବଢ଼ିବାରେ ଲାଗିଛି । ଦୁଇ ଝିଅଙ୍କ ଏମିତି ଅବସ୍ଥା ଯୋଗୁଁ କାର୍ତ୍ତିକଙ୍କ ପରିବାର ଅକଥନୀୟ ଯନ୍ତ୍ରଣା ଦେଇ ଗତି କରୁଛି ।

‘‘ସାର୍‌, ମୁଁ ଆଗରୁ ଭଲ ଥିଲି । ପାଠ ବି ଭଲ ପଢ଼ୁଥିଲି । ହେଲେ ଅଚାନକ ମୋ’ ଶରୀର ଅସୁସ୍ଥ ହେଇଗଲା । ଏବେ ମୁଁ ଗୋଟେ ପ୍ରକାର ପଙ୍ଗୁ ହୋଇଯାଇଛି । ଧୀରେ ଧୀରେ ମୋ’ ଭଉଣୀର ଅବସ୍ଥା ବି ସେମିତି ହୋଇଯାଉଛି । ଆମ ଚିକିତ୍ସା କରାଇବା ପାଇଁ ଆମ ବାପା ମା’ଙ୍କ ପାଖରେ ଟଙ୍କା ନାହିଁ,’’ କହିଛନ୍ତି ୧୮ ବର୍ଷୀୟା ରଞ୍ଜିତା ।

ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲା

ଦିନେ ରାଜମିସ୍ତ୍ରୀ ରୂପେ କାମ କରୁଥିବା କାର୍ତ୍ତିକ ମାଟାମ ସ୍ତ୍ରୀ ସୁମିତ୍ରାଙ୍କ ପାଗଳାମି ବାହାରିବା ଯୋଗୁଁ ବହୁ ଟଙ୍କା ଖର୍ଚ୍ଚ କରି ତାଙ୍କୁ ଭଲ କରାଇବା ପରେ ଏବେ ଆର୍ଥିକ ଦୃଷ୍ଟିରୁ ଅତି ଦୁର୍ବଳ ହୋଇପଡ଼ିଛନ୍ତି । ସ୍ତ୍ରୀ ଠିକ୍‌ ହୋଇଯିବା ପରେ ଝିଅ ଦୁଇ ଜଣଙ୍କୁ ଏଭଳି ଅଜଣା ରୋଗ ଦେଖା ଦେଇଛି । ସେ ସେମାନଙ୍କ ଚିକିତ୍ସା ପାଇଁ ନିଜ ଜମି ବାଡ଼ି ବିକ୍ରି କରି ଏବେ ନିଃସହାୟ ହୋଇଗଲେଣି । ଚିକିତ୍ସା କରେଇବା ପାଇଁ ଆଉ ଅର୍ଥ ନାହିଁ କି ସାମର୍ଥ୍ୟ ବି ନାହିଁ । ଏବେ ସେ ଗୁଣି ଗାରେଡ଼ି ଉପରେ ଭରସା କରିବାକୁ ଆରମ୍ଭ କରିଛନ୍ତି ।

‘‘ଝିଅ ଦୁହିଁଙ୍କୁ ଡାକ୍ତରଖାନା ନେଇ ଦେଖାଇବା ପାଇଁ ମୋ’ ପାଖରେ ଟଙ୍କା ନାହିଁ । ସେମାନଙ୍କ ଚିକିତ୍ସାରେ ବହୁତ ଟଙ୍କା ଖର୍ଚ୍ଚ ହେବ ବୋଲି ସମସ୍ତେ କହିବାରୁ ମୁଁ ସେମାନଙ୍କୁ ହସ୍ପିଟାଲ ନେଉନାହିଁ । ସ୍ତ୍ରୀର ଦେହ ଭଲ ନ ଥିଲା ବୋଲି ବହୁତ ଟଙ୍କା ଖର୍ଚ୍ଚ କଲି; ସବୁ ଜମି ବାଡ଼ି ବିକିଦେଲି । ମୋ’ ପାଖରେ ଆଉ ଟଙ୍କା ନାହିଁ । ଏବେ ସରକାର ନହେଲେ ଗୁଣିଗାରେଡ଼ି ହିଁ ଭରସା,’’ ଆଖିରେ ଲୁହ ଧରି କହିଛନ୍ତି କାର୍ତ୍ତିକ ମାଟାମ୍‌ ।

ରଞ୍ଜିତା ଓ ପଦ୍ମା ଯେଉଁ ରୋଗର ଶିକାର ହୋଇଛନ୍ତି ତାହା ଟର୍ଟିକୋଲିସ୍‌ (Torticolis) ରୋଗ ହୋଇଥାଇପାରେ ବୋଲି କହିଛନ୍ତି ମାଥିଲିର ଡାକ୍ତର ଅମୀୟ କୁମାର ସ୍ୱାଇଁ ।



‘‘ଏହା ଏକ ବିରଳ ରୋଗ । ଏଥିରେ ରୋଗୀର ବେକର ମାଂସପେଶୀଗୁଡ଼ିକ ସଙ୍କୁଚିତ ହୋଇଯାଏ, ଯାହା ଦ୍ୱାରା ମୁଣ୍ଡ ଗୋଟିଏ ପାର୍ଶ୍ୱକୁ ମୋଡ଼ି ହୋଇଯାଏ । ଏହାର ଚିକିତ୍ସାରେ ଫିଜିଓଥେରାପି କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ,’’ କହିଛନ୍ତି ଡଃ ସ୍ୱାଇଁ ।
Published by: Anand Shankar Thankur Das
First published: October 31, 2020, 11:53 PM IST
corona virus btn
corona virus btn
Loading