ଆସୁଛି ୨ଟି ଲଘୁଚାପ; ସେପ୍ଟେମ୍ବର ୨ ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ

ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ଵିତୀୟଟି ସେପ୍ଟେମ୍ବର ୯ ରୁ ୧୫ ମଧ୍ୟରେ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସୁଛି ୨ଟି ଲଘୁଚାପ

ଆସୁଛି ୨ଟି ଲଘୁଚାପ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର:ଆସନ୍ତା ୫ ତାରିଖ ରୁ ରାଜ୍ୟରେ ବଢିବ ବର୍ଷା। ମୌସୁମୀ ବାୟୁ ପୁଣି ହେବ ସକ୍ରିୟ। ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ଵିତୀୟ ଟି ସେପ୍ଟେମ୍ବର ୯ ରୁ ୧୫ ମଧ୍ୟରେ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଶା କରାଯାଉଛି ୫ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ଵବର୍ତି ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ଓ ପରେ ଏହା ଲଘୁଚାପ ରେ ପରିଣତ ହେବ। ଫଳରେ ରାଜ୍ୟକୁ ପୁଣି ଭଲ ବର୍ଷା ମିଳିବା ନେଇ ଆଶା କରାଯାଉଛି।

ଯଦିଓ ଲଘୁଚାପ ର ପ୍ରଭାବ କେଉଁ ଅଞ୍ଚଳରେ ଅଧିକ ରହିବ ଓ କେତେ ବର୍ଷା ହେବ ତାହା ଜଣା ପଡ଼ିନାହିଁ କିନ୍ତୁ ଗରମ ଓ ଗୁଳୁଗୁଳି ରୁ ଆଶ୍ୱସ୍ତି ଆଣିବ ବର୍ଷା। ୧ ଜୁନ ରୁ ୨ ଅଗଷ୍ଟ ମଧ୍ୟରେ ୬% ଅଧିକ ବର୍ଷା ହୋଇଛି। ୬ ଜିଲ୍ଲାରେ ସ୍ବଭାବିକ ଠାରୁ ଅଧିକ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ବର୍ତ୍ତମାନ ସୁଦ୍ଧା ରେକର୍ଡ ହୋଇଛି। ବର୍ତ୍ତମାନ ମୌସୁମି ନିମ୍ନଚାପ ରେଖା କ୍ରମଶଃ ଦକ୍ଷିଣ ମୁଁହା ହେଉଛି ଯାହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ସହ ମୌସୁମି ରାଜ୍ୟ ଉପରେ ସକ୍ରିୟ ହେବ।
Published by:Soumyashree Mishra
First published: