୨ IPS ଅଫିସରଙ୍କୁ କେନ୍ଦ୍ର ଡେପୁଟେସନ ପାଇଁ ମନା କରିବା ପରେ ସେମାନଙ୍କୁ ନେଇ ଉଠିଛି ପ୍ରଶ୍ନ

ହିମାଂଶୁ ଲାଲ ଓ ସତ୍ୟଜିତ ନାୟକ ରାଜ୍ୟକୁ ଫେରିଆସିଛନ୍ତି । ଏହି ଦୁଇ IPS ଅଫିସରଙ୍କୁ ରାଜ୍ୟରେ କେଉଁ ଦାୟିତ୍ୱ ଦିଆଯିବ ଓ କେଉଁ ପଦରେ ଅବସ୍ଥାପିତ କରାଯିବ ତାକୁ ନେଇ ଗୃହ ବିଭାଗରେ ଚାଲିଛି ଅଙ୍କ କଷା ।

୨ IPS ଅଫିସରଙ୍କୁ କେନ୍ଦ୍ର ଡେପୁଟେସନ ପାଇଁ ମନା କରିବା ପରେ ସେମାନଙ୍କୁ ନେଇ ଉଠିଛି ପ୍ରଶ୍ନ
IPS ଅଫିସର ହିମାଂଶୁ ଲାଲ ଓ ସତ୍ୟଜିତ ନାୟକ
  • News18 Odia
  • Last Updated: September 17, 2020, 8:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦକ୍ଷତାର ସହ କାର୍ଯ୍ୟ କରିଥିବା ଦୁଇ ଜଣ IPS ଅଫିସରଙ୍କୁ କେନ୍ଦ୍ର ସରକାର ଡେପୁଟେସନ ପାଇଁ ମନା କରିବା ପରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ । ଏବେ ରାଜ୍ୟକୁ ଫେରିଥିବା ଏହି ଦୁଇ IPS ଅଫିସରଙ୍କୁ କେଉଁ ଦାୟିତ୍ୱ ଦିଆଯିବ ଓ କେଉଁ ପଦରେ ଅବସ୍ଥାପିତ କରାଯିବ ତାକୁ ନେଇ ଗୃହ ବିଭାଗରେ ଚାଲିଛି ଅଙ୍କ କଷା । ସେହି ଦୁଇ ଜଣ IPS ଅଫିସର ହେଉଛନ୍ତି ହିମାଂଶୁ ଲାଲ ଓ ସତ୍ୟଜିତ ନାୟକ ।

ସେ ଦୁହେଁ କେନ୍ଦ୍ରରୁ କାହିଁକି ଫେରିଲେ ସେହି କାରଣକୁ ଆଧାର କରି ସେମାନଙ୍କୁ ନିଯୁକ୍ତି ମିଳିପାରେ ବୋଲି କୁହାଯାଉଛି । କେନ୍ଦ୍ର ସରକାର ଦେଇଥିବା ରିପୋର୍ଟ ପଜିଟିଭ ହେବ କି ନେଗେଟିଭ ହେବ ତାକୁ ନେଇ ୨୦୦୩ ବ୍ୟାଚର ଆଇପିଏସ ଅଫିସର ହିମାଂଶୁ ଲାଲଙ୍କ ଅବସ୍ଥାପନ ଉପରେ ସସପେନ୍ସ ରହିଛି ।

ହିମାଂଶୁ ଲାଲ ଭୁବନେଶ୍ୱର ଡିସିପି, ସୁନ୍ଦରଗଡ ଏସପି ଓ ଉତ୍ତରାଞ୍ଚଳ ଡିଆଜି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି  । କ୍ରାଇମ ବ୍ରାଞ୍ଚରର ଏସଟିଏଫ ଡିଆଇଜି ଭାବେ କାମ କରି ବଡ଼ବଡ଼ ଅପରାଧୀଙ୍କୁ ସାବାଡ଼ କରିଛନ୍ତି ସେ । ୨୦୧୮ରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ହିମାଂଶୁ ଲାଲ କେନ୍ଦ୍ର କ୍ୟାବିନେଟ ସଚିବାଳୟରେ ନିର୍ଦ୍ଦେଶକ ଭାବେ କାମ କରିଥାନ୍ତେ । ତାଙ୍କୁ କ୍ୟାବିନେଟ ସଚିବାଳୟରେ ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗର (RAW) ଦାୟିତ୍ୱ ତୁଲାଇବାର ଥିଲା ।

ତାଙ୍କୁ ଚାରି ବର୍ଷୀୟ ଡେପୁଟେସନରେ ଯିବା ପାଇଁ ଅନୁମତି ବି ମିଳିସାରିଥିଲା । ହେଲେ ଶେଷ ମୁହୁର୍ତ୍ତରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ସେ ଯୋଗ ଦେବା ପୂର୍ବରୁ ଗୃହ ମନ୍ତ୍ରଣାଳୟ ତାଙ୍କୁ ରାଜ୍ୟକୁ ଫେରାଇ ଦେଇଛି ।

ସେମିତି କେନ୍ଦ୍ରୀୟ ଡେପୁଟେସନରେ ଯାଇ ଏନଆଇଏରେ କାମ କରୁଥିବା ୨୦୦୮ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ସତ୍ୟଜିତ ନାୟକଙ୍କୁ ବି ଅଧାରୁ ଫେରାଇ ଦେଇଛନ୍ତି କେନ୍ଦ୍ର ସରକାର ।ଏହି ଦୁଇ ଅଫିସରଙ୍କୁ କାହିଁକ ଡେପୁଟେସନ କାର୍ଯ୍ୟକାଳ ସରିବା ପୂର୍ବରୁ ଫେରାଇଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ବରିଷ୍ଠ ସାମ୍ବାଦିକଙ୍କ କହିବା କଥା ଯେ ଅତୀତରେ ହିମାଂଶୁ ଲାଲ କେନ୍ଦ୍ରୀୟ ଟେପୁଟେସନରେ ଯାଇ କାର୍ଯ୍ୟ କରିଥିଲେ । ଏଥର ଏକ ସେନସିଟିଭ ପଦବୀରେ ନିଯୁକ୍ତ ହୋଇଥାନ୍ତେ । ପୂର୍ବର କାର୍ଯ୍ୟକଳାପରେ କିଛି ଅସନ୍ତୋଷ ଥିବା କାରଣରୁ କେନ୍ଦ୍ର ସରକାର ତାଙ୍କୁ ଫେରାଇଛନ୍ତି । ସେମିତି ସତ୍ୟଜିତ ନାୟକଙ୍କ ନାଁରେ ବି ଅଭିଯୋଗ ଥିବାରୁ କେନ୍ଦ୍ର ସରକାର ତାଙ୍କୁ ରାଜ୍ୟ ହେଡକ୍ୱାଟରସକୁ ଫେରାଇ ଦେଇଛନ୍ତି  ।

‘‘ଆଇଏଏସ ହୁଅନ୍ତୁ ବା ଆଇପିଏସ ଅଫିସର, ତାଙ୍କର ପ୍ରତ୍ୟେକଟି କାର୍ଯ୍ୟକଳାପକୁ  କେନ୍ଦ୍ର ସରକାର ପୂରା ମନିଟର କରୁଛନ୍ତି । ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିବା ଦ୍ୱାରା ଦେଶର ନିରାପତ୍ତା ବିପନ୍ନ ହେବା ଦୃଷ୍ଟିରୁ ସେମାନଙ୍କୁ ସେନସିଟିଭ ପଦବୀରେ ନିୟୁକ୍ତି ଦିଆଯାଏ ନାହିଁ । ତେବେ କେଉଁ କାରଣ ଯୋଗୁଁ ଏହି ଦୁଇ ଅଫିସରଙ୍କୁ ଡେପୁଟେସନରୁ ଫେରାଇ ଦିଆଗଲା ତା’ର କାରଣ କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ରାଜ୍ୟ ଗୃହ ବିଭାଗକୁ ଜଣାଇଥାଏ । ରାଜ୍ୟ ସରକାର ସେମାନଙ୍କୁ ପୁନର୍ବାର ନିଯୁକ୍ତି ଦେବା ସମୟରେ ଏ ଦିଗ ପ୍ରତି ଧ୍ୟାନ ଦେବା ଉଚିତ,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ  ।

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ବର୍ତ୍ତମାନ ହିଂମାଶୁ ଲାଲ ଓ ସତ୍ୟଜିତ ନାୟକ ପୋଲିସ ମୁଖ୍ୟାଳୟରେ ଥିବା ବେଳେ ତାଙ୍କୁ କୌଣସି ଦାୟିତ୍ୱ ମିଳିନାହିଁ । ୟଶୱନ୍ତ ଜେଠୱା ତାଙ୍କ ଡେପୁଟେସନ କାର୍ଯ୍ୟକାଳ ସାରି ଓଡ଼ିଶା ଫେରିଛନ୍ତି ।



‘‘ଯେମିତି କାହାକୁ ଡେପୁଟେସନରେ ନେବା ଓ କାହାକୁ ଫେରାଇଦେବା କେନ୍ଦ୍ର ସରକାରଙ୍କ ଇଚ୍ଛାଧୀନ ବିଷୟ, ଠିକ୍‌ ସେମିତି ରାଜ୍ୟ ସରକାର ବି ଚାହିଁଲେ ଡେପୁଟେସନ ଅଧାରୁ ଜଣେ ଅଫିସରଙ୍କୁ ଫେରାଇ ଆଣିପାରିବେ,’’ କହିଛନ୍ତି ଦାସ ।
Published by: Anand Shankar Thankur Das
First published: September 17, 2020, 8:39 PM IST
corona virus btn
corona virus btn
Loading