News18 Odia Digital
ବ୍ରହ୍ମପୁର: ବାତ୍ୟା ‘ଗୁଲାବ’ ଓଡ଼ିଶାକୁ ଯେତେ ଡରାଇଥିଲା ସେତେଟା କ୍ଷତି କଲା ନାହିଁ । ଦକ୍ଷିଣ ଓଡ଼ିଶାରେ କେବଳ ଭୀଷଣ ପବନ, ବର୍ଷା ଓ କିଛି ଭୂସ୍ଖଳନ କରାଇବା ପରେ ଏହା ରାଜ୍ୟରୁ ଦୂରେଇ ଯାଇ ପଡ଼ୋଶୀ ଆନ୍ଧ୍ର୍ର ପ୍ରଦେଶରେ ଅନେକ କ୍ଷୟକ୍ଷତି କଲା । ହେଲେ ଓଡ଼ିଶାରେ ଏହି ବାତ୍ୟାକୁ ଲୋକେ ଭୂଲିପାରିବେ ନାହିଁ । ଗଞ୍ଜାମ ଜିଲ୍ଲାର ଦୁଇ ଜଣ ମହିଳା ନିଜ ନବଜାତ ଝିଅମାନଙ୍କ ନାମ ଏହି ବାତ୍ୟାର ନାଁ ଅନୁସାରେ ରଖିଛନ୍ତି ।
ରବିବାର ଦିନ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ୍ କରୁଥିବା ବେଳେ ଗଞ୍ଜାମ ଜିଲ୍ଲାର କୁନି ରାଇତ ଓ ନନ୍ଦିନୀ ସବର ଦୁଇଟି ଭିନ୍ନ ଭିନ୍ନ ସରକାରୀ ଡାକ୍ତରଖାନାରେ ଝିଅ ଜନ୍ମ ଦେଇଥିଲେ । ସେମାନେ ଡାକ୍ତରଖାନାରେ କାମ କରୁଥିବା ନର୍ସମାନଙ୍କ ପରାମର୍ଶ ମାନି ନିଜ ଦୁଇ ଝିଅଙ୍କ ନାମ 'ଗୁଲାବ' ରଖିଥିବା ଜଣାପଡ଼ିଛି । ‘ଗୁଲାବ’ ଶବ୍ଦର ଅର୍ଥ ହିନ୍ଦୀରେ ଗୋଲାପ ଫୁଲ ହୋଇଥିବାରୁ ଏହି ଦୁଇ ମହିଳା ନର୍ସମାନଙ୍କ ପରାମର୍ଶ ଗ୍ରହଣ କରିଥିଲେ ବୋଲି କୁହାଯାଉଛି ।
ଏହା ବି ପଢ଼ନ୍ତୁ | କରାଳ ରୂପ ନେଲା ବାତ୍ୟା ‘ଗୁଲାବ’; ଓଡି଼ଶାକୁ ବିପଦ ଟଳିଲା, କିନ୍ତୁ ଆନ୍ଧ୍ରରେ କ୍ଷତି କଲା; ୨ ଜଣ ମୃତ“ମୁଁ ଏ କଥା ଜାଣି ଖୁସି ହେଉଛି ଯେ ମୋ’ ଝିଅ ସେହି ଦିନ ଏଇ ଦୁନିଆକୁ ଆସିଲା ଯେଉଁ ଦିନକୁ ସମସ୍ତେ ମନେ ରଖିବେ । କାରଣ ଏତେ ବଡ଼ ବାତ୍ୟା ସେହି ଦିନ ଆସିଥିଲା,’’ ସୋମବାର ଦିନ କହିଛନ୍ତି ନନ୍ଦିନୀ ସବର ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ସୋରଡ଼ାପଲ୍ଲୀ ଗାଁର ବାସିନ୍ଦା ନନ୍ଦିନୀ ସବର ସୁମଣ୍ଡଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ସେଠାରେ ଥିବା କିଛି କର୍ମଚାରୀ ନବଜାତ ଶିଶୁଟିର ନାମ 'ଗୁଲାବ' ରଖିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ସେମାନେ କହିଥିଲେ ଯେ ଏହି ନାଁ ଦେଲେ ସମସ୍ତେ ଝିଅଟିର ଜନ୍ମ ସମୟକୁ ମନେ ରଖିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଦିଲ୍ଲୀରେ କୋର୍ଟ ଭିତରେ ଗୁଳି ଚଳାଇଲେ ଗ୍ୟାଙ୍ଗଷ୍ଟର୍; ୩ ଗ୍ୟାଙ୍ଗଷ୍ଟର୍ ମଲେ; ଆସିଲା VIDEOଅଙ୍କୁଲୀ ପଞ୍ଚାୟତର ଏକ ଗ୍ରାମର ବାସିନ୍ଦା କୁନି ରାଇତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଝିଅକୁ ପ୍ରସବ କରିଥିଲେ । ସେ ବି ବାତ୍ୟା ଗୁଲାବର ନାଁ ଅନୁସାରେ ନିଜ ଶିଶୁର ନାମ ରଖିଛନ୍ତି । ଡାକ୍ତରଖାନାର କାର୍ଯ୍ୟରତ ଜଣେ ନର୍ସ କହିଛନ୍ତି, ‘‘ଆମେ ତାଙ୍କ ଶିଶୁର ନାମ ଗୁଲାବ ରଖିବାକୁ ପରାମର୍ଶ ଦେଇଥିଲୁ । ସେ ଏହାକୁ ଗ୍ରହଣ କରିଥିଲେ ।’’
ଏହା ବି ପଢ଼ନ୍ତୁ | UPSC ସିଭିଲ ସର୍ଭିସେଜ୍ ଫଳ ବାହାରିଲା; ଟପ୍ପର କହିଲେ: ‘ମୋତେ ଲାଗୁଥିଲା ମୁଁ ଭୁଲ୍ ଲିଷ୍ଟ ଦେଖୁଛି!ଏଠାରେ ଜାଣିବା କଥା ଯେ ଏହି ବାତ୍ୟାର ନାମ 'ଗୁଲାବ' ବୋଲି ପାକିସ୍ତାନ (Pakistan) ଦେଇଥିଲା ।
ଗଞ୍ଜାମର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର କହିଛନ୍ତି ଯେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଜିଲ୍ଲାରେ ୨୪୧ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା । “ବାତ୍ୟା ‘ଗୁଲାବ’ ଉପକୂଳ ନିକଟରେ ପହଞ୍ଚିବା ସମୟରେ ଆମ ଜିଲ୍ଲାରେ ୪୦ ଜଣ ମହିଳା ପ୍ରସବ କରିଥିଲେ । ସବୁ ନବଜାତ ଶିଶୁ ଓ ସେମାନଙ୍କ ମା’ମାନେ ଭଲ ଅଛନ୍ତି,’’ କହିଛନ୍ତି ଡଃ ଉମା ଶଙ୍କର ମିଶ୍ର ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।