ନାମ ଲେଖାଇବା ପୂର୍ବରୁ ସାବଧାନ; ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ

ନାମ ଲେଖାଇବା ପୂର୍ବରୁ ସାବଧାନ। ଓଡ଼ିଶାରେ ରହିଛି ୨ଟି ନକଲି ବିଶ୍ୱବିଦ୍ୟାଳୟ। ଏନେଇ ୟୁଜିସି ପକ୍ଷରୁ ମିଳିଛି ସୂଚନା।

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ

  • Share this:
News18 Odia Digital

ଭୁବନେଶ୍ବର: ୟୁଜିସି (ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦେଶର ୨୧ଟି ବିଶ୍ବବିଦ୍ୟାଳୟ ନାଁ ରହିଛି।

ଏହି ସମସ୍ତ ବିଶ୍ବବିଦ୍ୟାଳୟରେ ଓଡ଼ିଶାର ଦୁଇଟି ନକଲି ବିଶ୍ବବିଦ୍ୟାଳୟ ରହିଛି। ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡର ପ୍ଲଟ ନମ୍ବର ୨୪୨ର ଅନ୍ନପୂର୍ଣ୍ଣା ଭବନରେ ଥିବା ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ବବିଦ୍ୟାଳୟ ରୋଡରେ ଥିବା ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି।

ତେବେ ଏହି ଦୁଇଟି ବିଶ୍ବବିଦ୍ୟାଳୟକୁ ୟୁଜିସି ନକଲି ବିଶ୍ୱବିଦ୍ୟାଳୟ ବୋଲି ଦର୍ଶାଇଛି। ତେବେ ଦେଶର ୨୪ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ନ ଥାଇ ମଧ୍ୟ ସେମାନେ ନିଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରୁଛନ୍ତି। ଏମାନଙ୍କର ଡିଗ୍ରୀ ସାର୍ଟିଫିକେଟ୍‌ ଦେବାର ଯୋଗ୍ୟତା ନାହିଁ।

ତେଣୁ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିପ୍ରତି ଦୃଷ୍ଟି ଦେବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ନକଲି ବିଶ୍ବବିଦ୍ୟାଳୟର ତାଲିକାରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ହେଲା ଦିଲ୍ଲୀରେ ସର୍ବାଧିକ ୮ଟି ନକଲି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଉତ୍ତର ପ୍ରଦେଶର ୪ଟି ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗରେ ୨ଟି ବିଶ୍ୱବିଦ୍ୟାଳୟ, ପଣ୍ଡିଚେରୀ, ଆନ୍ଧ୍ର ପ୍ରଦେଶରେ, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ଗୋଟିଏ ମାତ୍ର ନକଲି ବିଶ୍ୱବିଦ୍ୟାଳୟ ରହିଥିବା ସୂଚନା ଦେଇଛି ୟୁଜିସି।
Published by:Lipina Das
First published: