News18 Odia Digital
ନୂଆ ଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (University Grants Commission -UGC) ସାରା ଦେଶରେ ଥିବା ୨୪ଟି ‘ସେଲ୍ଫ୍-ଷ୍ଟାଇଲ୍’ ଶିକ୍ଷାଅନୁଷ୍ଠାନକୁ ନକଲି ଘୋଷଣା କରିଛି ଓ ଅଉ ଦୁଇଟି ଶିକ୍ଷାନୁଷ୍ଠାନକୁ ଆଦର୍ଶ ଉଲ୍ଲଙ୍ଘନ କରୁଥିବା ସଂସ୍ଥା ବାବେ ଚିହ୍ନଟ କରିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି ।
ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରଧାନ ସୋମବାର ଦିନ ଏହି ବିବୃତ୍ତି ଦେଇଛନ୍ତି । ‘‘ଛାତ୍ର, ଅଭିଭାବକ, ସାଧାରଣ ଜନତା ଓ ଇଲେକ୍ଟ୍ରୋନିକ୍ ତଥା ପ୍ରିଣ୍ଟ ମିଡିଆ ମାଧ୍ୟମରେ ପ୍ରାପ୍ତ ଅଭିଯୋଗକୁ ଭିତ୍ତି କରି ୟୁ.ଜି.ସି. ଦେଶରେ ୨୪ଟି ସେଲ୍ଫ-ଷ୍ଟାଇଲ୍ ପ୍ରତିଷ୍ଠାନକୁ ନକଲି ବିଶ୍ୱବିଦ୍ୟାଳୟ ବୋଲି ଘୋଷଣା କରିଛି । ଏହା ବ୍ୟତୀତ ଭାରତୀୟ ଶିକ୍ଷା ପରିଷଦ, ଲକ୍ଷ୍ନୌ, ଉତ୍ତର ପ୍ରଦେଶ, ଓ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇପିଏମ୍), କୁତବ୍ ଏନକ୍ଲେଭ୍, ନୂଆ ଦିଲ୍ଲୀ, ମଧ୍ୟ ୟୁଜିସି ଆକ୍ଟ, ୧୯୫୬କୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳିଛି । ଭାରତୀୟ ଶିକ୍ଷା ପରିଷଦ ପ୍ରସଙ୍ଗ ଲକ୍ଷ୍ନୌ ଓ ଆଇଆଇପିଏମ୍, ନୂଆ ଦିଲ୍ଲୀର ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି,’’ କହିଛନ୍ତି ପ୍ରଧାନ।
ଏହା ବି ପଢ଼ନ୍ତୁ | ଆସୁଛି ନାକରେ ନେବାକୁ ଥିବା କରୋନା ଟିକା; ସବୁଠୁ ଅଧିକ ପ୍ରଭାବଶାଳୀ ହେବ ନାଜାଲ୍ ଭ୍ୟାକ୍ସିନ୍ଉତ୍ତର ପ୍ରଦେଶରେ ଆଠଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ସେଗୁଡ଼ିକ ହେଉଛି ବରଣସେୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ବାରାଣସୀ; ମହିଳା ଗ୍ରାମ ବିଦ୍ୟାପୀଠ, ଆହ୍ଲାବାଦ; ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ, ଆହ୍ଲାବାଦ; ନ୍ୟାସନାଲ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, କାନପୁର; ନେତୀଜୀ ସୁଭାଷ ଚନ୍ଦ୍ର ବୋଷ ଓପନ୍ ୟୁନିଭରସିଟି, ଆଲିଗଡ; ଉତ୍ତର ପ୍ରଦେଶ ବିଶ୍ୱବିଦ୍ୟାଳୟ, ମଥୁରା; ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ୱବିଦ୍ୟାଳୟ, ପ୍ରତାପଗଡ, ଓ ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ, ନୋଏଡା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଖାଲି ଶିଳ୍ପା ଶେଟ୍ଟି ନୁହେଁ, ଏହି ବଲିଉଡ୍ ଅଭିନେତ୍ରୀମାନେ ବି ନିଜ ପତିଙ୍କ ପାଇଁ ସମାଲୋଚିତ ହୋଇଥିଲେଦିଲ୍ଲୀରେ ସାତୋଟି ନକଲି ବିଶ୍ୱବିଦ୍ୟାଳୟ ଅଛି । ସେଗୁଡ଼ିକ ହେଉଛି କମର୍ସିଆଲ୍ ୟୁନିଭର୍ସିଟି ଲିମିଟେଡ୍, ୟୁନାଇଟେଡ୍ ନେସନ୍ସ ୟୁନିଭର୍ସିଟି, ଭୋକେସନାଲ୍ ୟୁନିଭରସିଟି, ଏଡିଆର ସେଣ୍ଟ୍ର୍ରିକ ଜୁଡିସିଆଲ୍ ୟୁନିଭରସିଟି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ୱକର୍ମା ଓପନ୍ ୟୁନିଭରସିଟି ଫର୍ ସେଲ୍ଫ ଏମ୍ପ୍ଲୟମେଣ୍ଟ୍ ଏବଂ ଆଦିତ୍ୟ ବିଶ୍ୱବିଦ୍ୟାଳୟ (ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ) ।
ଏହା ବି ପଢ଼ନ୍ତୁ | ଫଟୋସୁଟ୍ ନାଁରେ ମଡେଲ୍ଙ୍କ ନଗ୍ନ ଭିଡିଓ ବନାଇଲେ; କୋଲକାତାରେ ଅଭିନେତ୍ରୀ ଓ କ୍ୟାମେରାମ୍ୟାନ୍ ଗିରଫଓଡି଼ଶା ଓ ପଶ୍ଚିମ ବଙ୍ଗରେ ଏହି ପରି ଦୁଇଟି ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଅଛି । ସେଗୁଡ଼ିକ ହେଉଛି କୋଲକାତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲଟରନେଟିଭ୍ ମେଡିସିନ୍ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲଟରନେଟିଭ୍ ମେଡିସିନ୍ ଆଣ୍ଡ୍ ରିସର୍ଚ୍ଚ ।ଓଡ଼ିଶାରେ ଥିବା ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ହେଉଛି ନବଭାରତ ଶିକ୍ଷା ପରିଷଦ, ରାଉରକେଲା (Nababharat Shiksha Parishad, Rourkela), ଓ ଉତ୍ତର ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (North Orissa University of Agriculture and Technology)।
ଏହା ବି ପଢ଼ନ୍ତୁ | ଦେଶର ୬ କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଖୁସି ଖବର: PF ଖାତାକୁ ଜଲ୍ଦି ଆସିବ ସୁଧ ଟଙ୍କାକର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଅଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଜ ଉତ୍ତରରେ କହିଛନ୍ତି । ସେଗୁଡ଼ିକ ହେଉଛି ଶ୍ରୀ ବୋଧି ଏକାଡେମୀ ଅଫ୍ ହାୟର୍ ଏଜୁକେସନ୍, ପୁଡୁଚେରୀ; ଖ୍ରୀଷ୍ଟ ନ୍ୟୁ ଟେଷ୍ଟାମେଣ୍ଟ୍ ଡିମ୍ଡ ୟୁନିଭର୍ସିଟି; ରାଜା ଆରବିକ୍ ବିଶ୍ୱବିଦ୍ୟାଳୟ, ନାଗପୁର; ସେଣ୍ଟ ଜନ୍ ୟୁନିଭରସିଟି, କେରଳ, ଓ ବଦାଗଣଭି ସର୍କାର ୱାର୍ଲ୍ଡ ଓପନ୍ ୟୁନିଭରସିଟି ଏଜୁକେସନ୍ ସୋସାଇଟି, କର୍ଣ୍ଣାଟକ ।
ଏହା ବି ପଢ଼ନ୍ତୁ | କୃଷ୍ଣ ଭକ୍ତିରେ ପାଗଳିନୀ ଏହି ବରିଷ୍ଠ IPS ଅଫିସର୍ ଚାକିରିରୁ ଅବସର ନେବାକୁ ଆବେଦନ କଲେନକଲି କିମ୍ବା ଅଣ-ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବିରୋଧରେ UGC ଦ୍ୱାରା ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ବର୍ଣ୍ଣନା କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଜାତୀୟ ହିନ୍ଦୀ ଓ ଇଂରାଜୀ ଖବରକାଗଜରେ ନକଲି ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକର ତାଲିକା ବିଷୟରେ UGC ସର୍ବସାଧାରଣ ବିଜ୍ଞପ୍ତି ପ୍ରକାଶ କରେ ।
‘‘ଆୟୋଗ ରାଜ୍ୟ ଅଧୀନରେ ଥିବା ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ, ଶିକ୍ଷା ସଚିବ ଓ ପ୍ରମୁଖ ସଚିବମାନଙ୍କୁ ଚିଠି ଲେଖନ୍ତି । UGC ଅଧିନିୟମ, ୧୯୫୬ର ଉଲ୍ଲଙ୍ଘନ କରୁଥିବା କୌଣସି ସେଲ୍ଫ-ଷ୍ଟାଇଲ୍ ଅନୁଷ୍ଠାନ ବା ଅବୈଧ ଡିଗ୍ରୀ ପ୍ରଦାନ କରୁଥିବା ଅନଧିକୃତ ଅନୁଷ୍ଠାନଗୁଡି଼କ ସାମନାକୁ ଆସିବା ପରେ ସେମାନଙ୍କୁ କାରଣ- ଦର୍ଶାଅ ନୋଟିସ୍ ସହ ଚେତାବନୀ ନୋଟିସ୍ ଜାରି କରାଯାଏ,’’ କହିଛନ୍ତି ପ୍ରଧାନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।