ବିଦ୍ୟୁତ ଆଘାତରେ ୨ ଦନ୍ତା ମୃତ୍ୟୁ; ଘଟଣାସ୍ଥଳରେ ବନବିଭାଗର ତଦନ୍ତ

ବିଦ୍ୟୁତ ଆଘାତରେ ଯାଇଛି ଦୁଇ ହାତୀଙ୍କ ମୃତ୍ୟୁ । କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନ କେନ୍ଦ୍ରରେ ଏ ଭଳି ଦୁଖଃଦ ଘଟଣା ଘଟିଛି।

ବିଦ୍ୟୁତ ଆଘାତରେ  ୨ ଦନ୍ତାର ମୃତ୍ୟୁ

ବିଦ୍ୟୁତ ଆଘାତରେ ୨ ଦନ୍ତାର ମୃତ୍ୟୁ

  • Share this:
News 18 Odia Digital

କେନ୍ଦୁଝର: ବିଦ୍ୟୁତ ଆଘାତରେ ଯାଇଛି ଦୁଇ ହାତୀଙ୍କ ମୃତ୍ୟୁ । କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନ କେନ୍ଦ୍ରରେ ଏ ଭଳି ଦୁଖଃଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଦ୍ୟୁତ୍ ଆଘତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

କାଲି ରାତି ପ୍ରାୟ ୯ଟା ସମୟରେ ହାତୀପଲ ଖାଦ୍ୟ ଅନ୍ୱେଷଣରେ କୃଷି ବିଜ୍ଞାନ କେନ୍ଦ୍ରକୁ ଆସିଥିଲେ । ଯେତେବେଳେ ଗଛର ଡାଳ ଖାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ଡାଳଟିରେ ବିଦ୍ୟୁତ୍ ତାର ଲାଗି ରହିଥିଲା , ଫଳସ୍ୱରୁପ ବିଦ୍ୟୁତ୍ ଆଘାତ ଲାଗି ୨ଟି ହାତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କିଛି ସମୟ ମଧ୍ଯରେ ବନବିଭାଗ ଆସି ଘଟଣାସ୍ଥଳରେ ତଦନ୍ତ କରୁଛି।
Published by:Soumyashree Mishra
First published: