News18 Odia Digital
ଢେଙ୍କାନାଳ: ରାକ୍ଷୀ ପୂର୍ଣ୍ଣିମା ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ଓ ଆଉ ଦୁଇ ଜଣ ଆହତ ହୋଇଛନ୍ତି । ଏକ କାର୍ ଓ ଟ୍ରକ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ୧୪୯ ନମ୍ବର ଜାତୀୟ ରାଜପଥରେ ହୋଇଛି ।
ମୃତ ଦୁଇ ଜଣ ଯୁବକ କାର୍ ଭିତରେ ଥିବା ଚାରି ଜଣଙ୍କ ମଧ୍ୟରେ ଥିଲେ । ସେମାନେ ସମସ୍ତେ ଗତ କାଲି ପାଲଲହଡ଼ାରେ ଥିବା ନିଜର ବନ୍ଧୁ ଦୀପକ କୁମାର ତିରିଆଙ୍କ ଘରକୁ ଯାଇଥିଲେ । ଆଜି ଫେରୁଥିବା ବେଳେ ତାଳଚେରରୁ ପାଲଲହଡା ଆଡ଼େ ଯାଉଥିବା ଏକ ଟ୍ରକ୍ ସହ ସେମାନଙ୍କ କାରର ମୁହାଁ ମୁହିଁ ଧକ୍କା ହୋଇ ଯାଇଥିଲା । ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ଆହତ ବ୍ୟକ୍ତିଙ୍କୁ ତାଳଚେର ମଣ୍ଡାପାଳ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଦୁର୍ଘଟଣା ପରେ ଟ୍ରକଟି ରାସ୍ତାର ଗୋଟିଏ ପାଖକୁ ଗଡ଼ିଯାଇଥିଲା ।
ଦୁଇ ମୃତ ବ୍ୟକ୍ତି ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗୀ ଥାନା ଅନ୍ତର୍ଗତ ଇନ୍ଦୁକୋଲି ଗ୍ରାମର କଲ୍ୟାଣ ସୋରେନ ଓ ରାଇରଙ୍ଗପୁର ଥାନା ତୁର୍ସିବୁଣି ଗ୍ରାମର ବାଗନ ହେମ୍ବ୍ରମ ବୋଲି ଚିହ୍ନଟ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ଅନୁଗୁଳ ଜିଲ୍ଲା ନାଲକୋ ଅଞ୍ଚଳର ବିନୟ କୁମାର କୁଜୁର ।

ଦୁର୍ଘଟଣାଗ୍ରସ୍ତ କାରରେ ମୋଟ ଚାରି ଜଣ ଯାତ୍ରୀ ଥିଲେ ।
ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ନାଲକୋ ଅଞ୍ଚଳର ଚମ୍ପେଇ ପ୍ରସାଦ ହେମ୍ବ୍ରମ । କାରରେ ମୋଟ ୪ ଜଣ ଯାତ୍ରୀଙ୍କ ମଧ୍ୟରେ ଜଣେ ଆୟୁର୍ବେଦିକ ମେଡ଼ିସିନ ଡିଷ୍ଟ୍ରିବ୍ୟୁଟର ବୋଲି ଜଣା ପଡ଼ିଛି ।
ଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ATM; ଇଡି ବି ତଦନ୍ତ କରୁଛିସୂଚନା ଅନୁସାରେ ଏହି ଭୀଷଣ ଦୁର୍ଘଟଣା ଘାଘରାମୁଣ୍ଡା ହାଇ ସ୍କୁଲ ନିକଟରେ ହୋଇଥିଲା । ମୁହାଁମୁହିଁ ଧକ୍କା ପରେ ଟ୍ରକଟି ରାସ୍ତାର ଗୋଟେ କଡ଼କୁ ଗଡ଼ିଯାଇଥିଲା । କାରର ସାମନା ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ।
ଏହି ଦୁର୍ଘଟଣାର କାରଣ ସମ୍ପର୍କରେ ସଠିକ ଭାବେ ଜଣା ପଡ଼ି ନ ଥିଲେ ବି ଉଭୟ ଟ୍ରକ୍ ଓ କାର୍ ଖୁବ୍ ଦ୍ରୁତ ଗତିରେ ଆସୁଥିବା ବେଳେ ଅସାବଧାନତା ଯୋଗୁଁ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି କୁହାଯାଉଛି । କାର୍ ଓ ଟ୍ରକର ଚାଳକ ଦ୍ୱୟ ମଦ୍ୟ ପାନ କରିଥିଲେ କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।