ପଲିସି ହୋଲ୍ଡରଙ୍କଠାରୁ ଲୁଟିଥିଲେ ୨ କୋଟି ୩୫ଲକ୍ଷ; ଅଭିଯୁକ୍ତକୁ ରିମାଣ୍ଡରେ ନେଲା EOW

ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ରାହତ ଖୋସ ଯୋଜନାରେ ୩ କୋଟି ଟଙ୍କା ମିଳିବ କହି ଇନ୍ସୁରେନ୍ସ ପଲିସି ହୋଲଡରଙ୍କଠୁ ଲୁଟି ନେଇଥିଲେ ୨ କୋଟି ୩୫ ଲକ୍ଷ ଟଙ୍କା ।

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ରାହତ ଖୋସ ଯୋଜନାରେ ୩ କୋଟି ଟଙ୍କା ମିଳିବ କହି ଇନ୍ସୁରେନ୍ସ ପଲିସି ହୋଲଡରଙ୍କଠୁ ଲୁଟି ନେଇଥିଲେ ୨ କୋଟି ୩୫ ଲକ୍ଷ ଟଙ୍କା । ଅଭିଯୋଗ ପରେ ଉତ୍ତରପ୍ରଦେଶରୁ ବିଜୟ ଭରଦ୍ୱାଜ ନାମକ ଜଣେ ଅଭିଯୁକ୍ତଙ୍କୁ EOW ଗିରଫ କରିଛି । ଠକେଇ ଟଙ୍କାରୁ ୭୯ ଲକ୍ଷ ଟଙ୍କା ବିଜୟଙ୍କ ଆକାଉଣ୍ଟକୁ ଯାଇଛି ବୋଲି ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ ପରେ ୯ ଦିନିଆ ଟ୍ରାଂଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଲା କ୍ରାଇମବ୍ରାଞ୍ଚ EOW ।

ମେକ୍ସ ନିୟୁୟର୍କ ଲାଇଫ ଇନ୍ସୁରେନ୍ସର ପଲିସି ହୋଲଡର ପ୍ରମୋଦ କୁମାର ରାଉତଙ୍କ ଅଭିଯୋଗ କ୍ରମେ ବିଜୟଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ ୨୦୧୯ରେ ନିଜକୁ ଫାଇନାନ୍ସ ବିଭାଗର ଫଣ୍ଡ ରିଲିଫ ଅଫିସର ଏ କେ ବାଲିଆ ବୋଲି ପରିଚୟ ଦେଇ କଲ କରିଥିଲେ । ୩ କୋଟି ଟଙ୍କା ରିଲିଜ କରିବାକୁ ହେଲେ ପ୍ରୋସେସିଂ ପାଇଁ ଆବଶ୍ୟକୀୟ ଅର୍ଥ ମାଗିଥିଲେ । ପର୍ଯ୍ୟାୟ କ୍ରମେ ୨ ବର୍ଷରେ ଲୁଟି ନେଇଥିଲେ ୨ କୋଟି ୩୫ ଲକ୍ଷ ଟଙ୍କା ।

ଠକେଇ ବିଷୟରେ ଜାଣିବା ପରେ ପ୍ରମୋଦ ଉକ୍ତ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଥିଲେ । ପୋଲିସ ଖୋଳତାଡ଼ କରିବା ପରେ ବ୍ୟକ୍ତି ଜଣକ ପରିଚୟ ବିଜୟ ଭରଦ୍ୱାଜ ଓ ସେ ଉତ୍ତରପ୍ରଦେଶରେ ରହୁଥିବା ଜଣାପଡିଥିଲା । ଏହା ପରେ କ୍ରାଇମବ୍ରାଞ୍ଚ ଉତ୍ତରପ୍ରଦେଶରୁ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଠକେଇ ପଛରେ ବଡ଼ ରାକେଟ ଥିବା ସୂଚନା ଦେଇଛନ୍ତି EOW ଏସପି। ଅଭିଯୁକ୍ତକୁ ୯ ଦିନିଆ ରିମାଣ୍ଡରେ ନିଆଯାଇଛି। ପଚରାଉଚରା ପରେ ଅନ୍ୟମାନଙ୍କ ନାଁ ଜଣାପଡିବ ।
Published by:Soubhagya Mishra
First published: