ନ୍ୟାୟ ବଦଳରେ ଓଲଟି ମାମଲା ରୁଜୁ; ଦୀପିକାଙ୍କ ମାଙ୍କ ନାମରେ ରୁଜୁ ହେଲା କେସ

ସ୍ତ୍ରୀର ହକ ଦାବିରେ ଧାରଣାେ ବସିଥିବା ଦୀପିକାଙ୍କୁ ନ୍ଯାୟ ବଦଳରେ ତାଙ୍କ ମାଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଦୀପିକାଙ୍କ ଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି ।

ଦୀପିକାଙ୍କ ଧାରଣାକୁ ପୁରିଲା ମାସେ; ରିପୋର୍ଟ ଦେବାକୁ ଏସପିଙ୍କୁ ଏନଏଚଆରସିଙ୍କ ଚିଠି

ଦୀପିକାଙ୍କ ଧାରଣାକୁ ପୁରିଲା ମାସେ; ରିପୋର୍ଟ ଦେବାକୁ ଏସପିଙ୍କୁ ଏନଏଚଆରସିଙ୍କ ଚିଠି

  • News18 Odia
  • Last Updated :
  • Brahmapuri (Bramhapuri)
  • Share this:
News18 Odia Digital

ବ୍ରହ୍ମପୁର: ସ୍ତ୍ରୀର ହକ ଦାବିରେ ଦୀପିକାଙ୍କ ଧାରଣା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ସମାଧାନର ବାଟ ବାହାରିନଥିବା ଯୋଗୁଁ ସେଭଳି ନିଜର ଜିଦ୍‌ରେ ଅଟଳ ରହିଛି ଦୀପିକା । ସେପଟେ ଏହି ଘଟଣାକୁ ନେଇ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଛି ।

ଧାରଣା ସ୍ଥଳରେ କାର୍ଯ୍ୟରତ ଥିବା କନେଷ୍ଟବଳଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଦୀପିକାଙ୍କ ମା ମୋହିନୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଦିନେଶଙ୍କ ଘର ଲୋକେ ଦୀପିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ମଧ୍ୟ ମାମଲା ରୁଜୁ ହୋଇଛି।

ଆଜି ଦୀପିକାଙ୍କ ଧାରଣା ୮ ଦିନରେ ପହଞ୍ଚିଥିବା ବେଳେ ଧାରଣାକୁ ନେଇ ବ୍ରହ୍ମପୁର ବଡ଼ବଜାର ଥାନାରେ ହୋଇଛି ଦୁଇଟି ମାମଲା । ଗତ ୨ ତାରିଖରେ ଦୀପିକା ଓ ତାଙ୍କ ମା ଦିନେଶଙ୍କ ଘରକୁ ପ୍ରବେଶ କରିବା ଚେଷ୍ଟା କରୁଥିବା ବେଳେ ଦୀପିକାଙ୍କ ମା ମୋହିନୀ ଘଟଣାସ୍ଥଳରେ କାର୍ଯ୍ୟରତ ଥିବା ଜଣେ କନେଷ୍ଟବଳଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଏକ ମାମଲା ରୁଜୁ ହୋଇଛି । ସେହିପରି ଦୀପିକା ଧାରଣାରେ ବସିଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଦୀପିକା ଏସପିଙ୍କୁ ସିଧାସଳଖ ଭାବେ ନିଜର ଅଭିଯୋଗ ଜଣାଇବା ଦ୍ବାରା ଏକ ମାମଲା ରୁଜୁ ହୋଇଛି ।

‘‘ଧାରଣାରୁ ହଟାଇବା ନେଇ ଏଭଳି ଦିନେଶଙ୍କ ପରିବାର ଲୋକେ ବିଭିନ୍ନ ଉପାୟରେ ଚେଷ୍ଟା କରୁଛନ୍ତି । ଦିନେଶଙ୍କ ପରିବାର ଲୋକେ ମୋହିନୀଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ପୋଲିସ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଓଲଟା ପୋଲିସ ମୋହିନୀଙ୍କ ନାମରେ ମିଛରେ ମାମଲା ରୁଜୁ କରୁଛି,‘‘ କହିଛନ୍ତି ଧାରଣାରତ କେ.ଦୀପିକା ।

‘‘ଦୀପିକାକୁ ସ୍ତ୍ରୀର ହକ୍‌ ଓ ତାଙ୍କ ପୁଅକୁ ଦିନେଶଙ୍କ ପୁଅର ପରିଚୟ ନ ମିଳିବା ପର୍ଯ୍ୟନ୍ତ ଦୀପିକାଙ୍କ ସହିତ ଏଭଳି ଧାରଣାରେ ବସିବେ । ଯେତେ କେସ୍‌ ହେଲେ ହେଉ ପଛେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ,"କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।

"କୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ପାଳନ କରାଯିବ। ଏହା ଛଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟଙ୍କ ପରିବାର ମଧ୍ୟ ଆପୋଷ ବୁଝାମଣା ନେଇ ପ୍ରଚେଷ୍ଟା କରାଯାଇଥିଲା କିନ୍ତୁ ତାହା ସଫଳ ହୋଇପାରିନଥିଲା । ତଥାପି ମଧ୍ୟ ପୋଲିସ ଦୀପିକାଙ୍କୁ ସୁରକ୍ଷା ଦେଉଥିବା ବେଳେ ଏହି ଧାରଣାକୁ ନେଇ ହୋଇଥିବା ଦୁଇଟି ମାମଲାର ମଧ୍ୟ ତଦନ୍ତ ଜାରି ରହିଛି,‘‘ କହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ.।

ଚଳିତ ମାସ ୨ ତାରିଖରୁ ସ୍ତ୍ରୀର ହକ ଦାବି କରି ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର କେ.ଦୀପିକା ଦେଶୀବେହେରା ସାହିର ଦୀନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ।
Published by:Soumya Das
First published: