ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ KBN ଗ୍ୟାଙ୍ଗ୍‌ର ୨ ଅପରାଧୀ ଗିରଫ ହେଲେ; ଜଣେ ଅଭିଯୁକ୍ତର ଘର ଭଙ୍ଗାଗଲା

ଭୁବନେଶ୍ୱରରେ KBN ଗ୍ୟାଙ୍ଗ୍‌ର ୨ ଅପରାଧୀ ଗିରଫ ହେଲେ; ଜଣେ ଅଭିଯୁକ୍ତର ଘର ଭଙ୍ଗାଗଲା

Two members of Bhubaneswar’s KBN gang arrested; house of an accused razed by police | ଗିରଫ ହୋଇଥିବା ଦୁଇ ଜଣ ଗ୍ୟାଙ୍ଗ୍ ସଦସ୍ୟ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ମାଡ଼ ମାରିଥିଲେ । ସେମାନେ ମାଡ଼ ମାରୁଥିବାର ଭିଡିଓ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ, ଯାହା ସୋସିଆଲ ମିଡି଼ଆରେ ଭାଇରାଲ ହୋଇଥିଲା ।

ଭୁବନେଶ୍ୱରରେ KBN ଗ୍ୟାଙ୍ଗ୍‌ର ୨ ଅପରାଧୀ ଗିରଫ ହେଲେ; ଜଣେ ଅଭିଯୁକ୍ତର ଘର ଭଙ୍ଗାଗଲା
ଗିରଫ ଦୁଇ ଗ୍ୟାଙ୍ଗ୍ ସଦସ୍ୟ; (ଡାହାଣ) ଚେଙ୍ଗର ଘରୁ ଜବତ ହୋଇଥିବା ଖଣ୍ଡା
  • News18 Odia
  • Last Updated: November 8, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ‘‘ଭାଇଗିରି’’ ନାଁରେ ଆତଙ୍କ ଖେଳାଇଥିବା କେ.ବି.ଏନ୍. (‘କୋଇ ଭାଇ ନେହିଁ’) ଗ୍ୟାଙ୍ଗ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍‌ ପୋଲିସ । ଏହି ଗ୍ୟାଙ୍ଗର ଦୁଇ ଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏହି ଗ୍ୟାଙ୍ଗର ଫେରାର୍‌ ଥିବା ମାଷ୍ଟରମାଇଣ୍ଡର ମୁଖ୍ୟ ସହଯୋଗୀର ଘରେ ଚଢ଼ାଉ କରି ଏକ ଖଣ୍ଡା ଜବତ କରିଛି ପୋଲିସ । ଅଭିଯୁକ୍ତ ସରକାରୀ ଜମିରେ ଘର କରି ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ସେହି ଘରକୁ ଭାଙ୍ଗିଦିଆଯାଇଛି ।

ଏହି ଗ୍ୟାଙ୍ଗର ମୋ’ଟ ୨୯ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।

ଏହା ବି ପଢ଼ନ୍ତୁ | ଦୀପାବଳୀରୁ ଏହି ୫ଟି ରାଶି ପାଇଁ ଅତି ଶୁଭ ଫଳ ଆରମ୍ଭ ହୋଇଯାଇଛିଜାଣନ୍ତୁ କେଉଁ କେଉଁ ରାଶି ଫଳ

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ – ସାହିଲ ଷଡ଼ଙ୍ଗୀ (୨୪) ଓ କାହ୍ନା ସାହୁ (୨୬) – ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ମାଡ଼ ମାରିଥିଲେ । ସେମାନେ ମାଡ଼ ମାରୁଥିବାର ଭିଡିଓ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ୍‌ କରିଥିଲେ । କିଛି ଦିନ ତଳେ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଥିବା ଅନେକ ଭିଡିଓ ମଧ୍ୟରେ ଏହା ଥିଲା ଅନ୍ୟତମ । ଏହି ଭିଡିଓଗୁଡ଼ିକରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରିଥିବା ଦେଖାଯାଇଥିଲା । ସୋସିଆଲ୍‌ ମିଡି଼ଆରେ ସେସବୁ ପୋଷ୍ଟ୍‌ ହେବା ପରେ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା ।

ଚେଙ୍ଗର ଘର ଭଙ୍ଗାଯିବା ବେଳର ଏକ ଦୃଶ୍ୟ


ଏହା ବି ପଢ଼ନ୍ତୁ | ବିବାହର ମାତ୍ର ଚାରି ଦିନ ପରେ କନ୍ୟାର ମୃତ ଦେହ ଏକ ଆଟାଚି ଭିତରୁ ମିଳିଲା

‘‘ଏହି ଭିଡିଓ ସାମ୍ନାକୁ ଆସିବା ପରେ ନୟାପଲ୍ଲୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ ଭାଇରାଲ୍‌ ହେଉଥିବା ଭିଡିଓଗୁଡି଼କ ପୁରୁଣା । ଭିଡିଓରେ ସାମ୍ନାକୁ ଆସିଥିବା ଯୁବକମାନଙ୍କ ମଧ୍ୟରୁ ପୂର୍ବରୁ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏବେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି । ମୋ’ଟ ୨୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଫେରାର୍ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି,” କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମାଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯେବେ ଅଭିନେତ୍ରୀ ଉର୍ଫି ଜାଭେଦ୍କ୍ୟାମେରା ସାମନାରେ ଖସେଇଲେ ଡ୍ରେସ୍‌, ଆଉ ତାପରେ...

ଏହି ଗ୍ୟାଙ୍ଗ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ଏବେ ଭୁବନେଶ୍ୱରରେ ଖଟିଗୁଡି଼କ ଉପରେ କଡା ନଜର ରଖିବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଖଟି ନାଁରେ ଆପରାଧିକ କାର୍ଯ୍ୟକଳାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡି.ସି.ପି. ।

ଏହା ବି ପଢ଼ନ୍ତୁ | ବର୍ଷକରେ ଏହି ଯୁବତୀ ୭ଟି ଥାନାରେ ଭିନ୍ନ ଭିନ୍ନ ଜଣ ଲୋକଙ୍କ ବିରୋଧରେ ରେପ୍ କେସ୍ କଲେ!

ପୋଲିସ ତଦନ୍ତରୁ ଜଣା ପଡ଼ିଛି ଯେ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ହେଉଛି ଦେବୀ ପ୍ରସାଦ ଜେନା ଓରଫ ବୁବୁ । ପୋଲିସ ମାମଲା ରୁଜୁ କରିବା ଦିନଠାରୁ ବୁବୁ ଫେରାର୍‌ ଅଛି । ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ବୁବୁର ମୁଖ୍ୟ ସହଯୋଗୀ ରାଜେଶ ବେହେରା ଓରଫ ଚେଙ୍ଗର ଘରେ ସୋମବାର ରେଡ୍‌ କରିଥିଲା ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭାରତୀୟ ଯୁବତୀ ମେକ୍ସିକୋ ବୁଲିବାକୁ ଯାଇଥିଲେ, ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ହେଲା

“ଆମେ ଖବର ପାଇଲୁ ଯେ ଚେଙ୍ଗ ନିଜ ଘରେ ବନ୍ଧୁକ ଓ ଖଣ୍ଡା ଲୁଚାଇ ରଖିଛି । ଆମେ ଦୁଇଟି ଟିମ୍ ନେଇ ଚେଙ୍ଗର ଗଣ୍ଡମୁଣ୍ଡାରେ ଥିବା ଘର ଉପରେ ସର୍ଚ୍ଚ୍‌ ଅପରେସନ କରିଥିଲୁ । ତା’ ଘରୁ ଗୋଟିଏ ଖଣ୍ଡା ଜବତ ହୋଇଛି । ସେହି ଖଣ୍ଡାଟି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା । ଘରେ ଚଟାଣ ଖୋଳାଯାଇ ବନ୍ଧୁକ ଲୁଚାଇ ରଖାଯାଇଥିଲା । ପରେ ସରକାରୀ ଜମିରେ ଘର କରି ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ସେହି ଘରକୁ ଭଙ୍ଗା ଯାଇଛି । କେବଳ ଚେଙ୍ଗ ନୁହେଁ, ଯେଉଁମାନେ ଏଡି ଭିଡିଓରେ ଅଛନ୍ତି ସମସ୍ତଙ୍କ ଘରେ ରେଡ୍‌ କରାଯିବ,” ବୋଲି ହିଛନ୍ତି ଜୋନ୍‌-୫ ଏ.ସି.ପି. ସଞ୍ଜୀବ ଶତପଥି ।

ଏହା ବି ପଢ଼ନ୍ତୁ | ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ Sex କଲେ; ସ୍ୱାମୀ କଣ୍ଡୋମ୍ଯୋଗାଇଲେ

ଗତ କିଛି ତଳେ ହେବ ଏହି ଗ୍ୟାଙ୍ଗର କିଛି ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଦୁର୍ବୃତ୍ତମାନେ ବନ୍ଧୁକ ଧରି ବ୍ଲାଙ୍କ୍‌ ଫାୟାରିଂ କରୁଥିବା ଦେଖାଯାଇଥିଲା । ଭିଡିଓ ଭାଇରାଲ ହେବା ପରେ ରାଜଧାନୀବାସିନ୍ଦାମାନେ ଭୟଭୀତ ହୋଇପଡ଼ିଥିଲେ । ଏଭଳି ପରିସ୍ଥିତିରେ ଭୟଭୀତ ନ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଛି କମିଶନରେଟ ପୋଲିସ ।
Published by: Anand S.T. Das
First published: November 8, 2021, 11:59 PM IST