News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଦୁଇ ଜଣ ଲୋକ ଏକ ଏ.ଟି.ଏମ୍.ରୁ ଲୁଟ୍ ଯୋଜନା କରୁଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି । ମୂଳତଃ ବିହାରର ବାସିନ୍ଦା ଏହି ଦୁଇ ଲୁଟେରାଙ୍କ ପାଖରୁ ପୋଲିସ ଏକ ଡିଭାଇସ୍ ଜବତ କରିଛି ।
ବୁଧବାର ଦିନ ଲିଙ୍ଗରାଜ ଥାନା ବଢ଼େଇବାଙ୍କ ଛକ ନିକଟରେ ଥିବା ଏସ୍.ବି.ଆଇ.ର ଏ.ଟି.ଏମ୍.ରୁ ଏହି ଦୁଇ ଜଣ ଲୁଟେରା ଗ୍ରାହକ ବେଶରେ ପଶି ଲୁଟ୍ ଉଦ୍ୟମ କରୁଥିଲେ । ଏତିକି ବେଳେ କିଛି ଯୁବକ ଦେଖିପକାଇଥିଲେ ଓ ଲୁଟେରା ଦୁଇ ଜଣଙ୍କୁ କାବୁ କରିଥିଲେ । ସେମାନେ ପୋଲିସକୁ ଫୋନ୍ କରିବା ପରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ଦୁଇ ଲୁଟେରାଙ୍କୁ ହେପାଜତକୁ ନେଇଥିଲା । ପରେ ସେମାନଙ୍କ ସହ ପଚରାଉଚରା କରିଥିଲା ପୋଲିସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବତୀଙ୍କୁ ସମସ୍ତଙ୍କ ସାମନାରେ ନଗ୍ନ କରିଦେଉଛି ତାଙ୍କ ପୋଷା କୁକୁର! ଭିଡିଓ ଭାଇରାଲ୍
ପୁରୀ ଓ କଟକରେ ଏହି ଦୁଇ ଲୁଟେରାଙ୍କ ନାମରେ ପୂର୍ବରୁ ଅଭିଯୋଗ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମାନ ଢଙ୍ଗରେ ସେଠାରେ ସେମାନେ ଏ.ଟି.ଏମ୍.ଗୁଡି଼କରୁ ଟଙ୍କା ଲୁଟିଛନ୍ତି । ଉଭୟଙ୍କୁ ନେଇ ମାରାଥାନ୍ ଜେରା କରିବା ପରେ କମିଶନରେଟ ପୋଲିସ ବେଶ୍ କିଛି ତଥ୍ୟ ହାସଲ କରିଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପତ୍ନୀଙ୍କ ମୃତ୍ୟୁ ପରେ ଯୁବକ ଏତେ ଭାଙ୍ଗିପଡ଼ିଲେ ଯେ ଦୁଇ ଝିଅଙ୍କୁ ହତ୍ୟା କରି ନିଜ ପ୍ରାଣ ନେଲେ
“ଦୁଇ ଲୁଟେରାଙ୍କୁ ଧରିବା ପରେ ସେମାନଙ୍କ ପାଖରୁ ଏକ ଡିଭାଇସ୍ ଆମେ ଜବତ କରିଛୁ । ବିଶେଷ କରି ପୁରୁଣା ଏ.ଟି.ଏମ୍.ଗୁଡି଼କୁ ଏହି ଗ୍ୟାଙ୍ଗ୍ ଟାର୍ଗେଟ୍ କରନ୍ତି । ଏଥି ପାଇଁ ଷ୍ଟିଲ୍ ନିର୍ମିତ ଏକ ପାତ ବ୍ୟବହାର କରନ୍ତି ସେମାନେ । ଏମାନଙ୍କ ଲୁଟର ଉପାୟ ଦେଖିଲେ ସ୍ପଷ୍ଟ ମନେ ହେଉଛି ଯେ ଏମାନଙ୍କର ଏକ ବଡ଼ ରାକେଟ୍ କାମ କରୁଛି । ତେଣୁ ଏବେ ଉଭୟଙ୍କୁ ଆମେ ପଚରାଉଚରା କରୁଛୁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଶେଷ VIDEO: ଟ୍ରକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ କାରରେ ଥିବା ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ
ଗ୍ରାହକ ବେଶରେ ଦୁଇ ଲୁଟେରା ପ୍ରଥମେ ଏ.ଟି.ଏମ୍. ଭିତରକୁ ଯାଇଥାନ୍ତି । ପରେ ଟଙ୍କା ଉଠାଇବା ବାହାନାରେ ଏ.ଟି.ଏମ୍. ପଛରେ ଏକ ଡିଭାଇସ୍ ଲଗାଇ ଦିଅନ୍ତି । ତା’ ଫଳରେ ଗ୍ରାହକମାନେ ଏ.ଟି.ଏମ୍.ରୁ ଟଙ୍କା ଉଠାଇଥିଲେ ମଧ୍ୟ ଟଙ୍କା ବାହାରି ନ ଥାଏ । ପରେ ସେହି ଟଙ୍କାକୁ ଏହି ଦୁଇ ଲୁଟେରା ନେଇ ଛୁ ମାରନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୨ ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହେଲା; ଦୁହେଁ ତାଙ୍କୁ ବାହା ହୋଇ ଏକାଠି ଗର୍ଭବତୀ ହେବେ
“ଦୁଇ ଜଣ ଲୁଟେରା ଏ.ଟି.ଏମ୍. ଭିତରେ ପଶି ନିଜ ନିଜ କାର୍ଯ୍ୟକଳାପ ଚଳାଇଥିବା ଦେଖି ସିସିଟିଭି ସର୍ଭେଲାନ୍ସରୁ ଫୋନ ଆସିଥିଲା । ଆମେ ଏ.ଟି.ଏମ୍. ପାଖକୁ ଆସିବା ବେଳକୁ ଦୁଇ ଜଣ ଯୁବକ ଭିତରେ ଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମେ ଉଭୟଙ୍କୁ ଧରିଥିଲୁ । ପରେ ପୋଲିସକୁ ଖବର ଦେଇଥିଲୁ,” କହିଛନ୍ତି ଲୁଟେରା ଦ୍ୱୟଙ୍କୁ କାବୁ କରିଥିବା ଏ.ଟି.ଏମ୍. ମେଣ୍ଟେନାନ୍ସ କର୍ମଚାରୀ ।
ଏ.ଟି.ଏମ୍.ଗୁଡି଼କରେ ନିଜସ୍ୱ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ବ୍ୟାଙ୍କଗୁଡି଼କୁ ବାରମ୍ବାର କମିଶନରେଟ ପୋଲିସ ପକ୍ଷରୁ ନୋଟିସ କରାଯାଇଛି । ତଥାପି ଭୁବନେଶ୍ୱରର ଅଧିକାଂଶ ଏ.ଟି.ଏମ୍. ଖାଲି ପଡି଼ଛି । କିଛି କିଛି ଏ.ଟି.ଏମ୍.ରେ ତ ସିସିଟିଭି ବି ଅଚଳ ହୋଇ ପଡି଼ ରହିଛି । ଏହା ଫଳରେ ଦୁର୍ବୃତ୍ତମାନେ ଅତି ସହଜରେ ଲୁଟ କରି ଛୁ ମାରୁଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।