ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ମୃତ୍ୟୁ: ପ୍ରେମିକାଙ୍କ ଧରମ ଭାଇ ଓ ବଡ଼ ଭଉଣୀଙ୍କ ପ୍ରେମିକ ଗରିଫ ହେଲେ

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ମୃତ୍ୟୁ: ପ୍ରେମିକାଙ୍କ ଧରମ ଭାଇ ଓ ବଡ଼ ଭଉଣୀଙ୍କ ପ୍ରେମିକ ଗରିଫ ହେଲେ

ତୁଷାର ଓ ସମ୍ପୃକ୍ତା ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ଚ୍ୟାଟିଂ ଏହି ମାମଲାର ତଦନ୍ତକୁ ଏକ ନିର୍ଦ୍ଦିଷ୍ଟ ଦିଗ ଦେଇଥିଲା । ଚ୍ୟାଟ୍ ହିଷ୍ଟ୍ରିରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ ହୋଇଥିଲା ।

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ମୃତ୍ୟୁ: ପ୍ରେମିକାଙ୍କ ଧରମ ଭାଇ ଓ ବଡ଼ ଭଉଣୀଙ୍କ ପ୍ରେମିକ ଗରିଫ ହେଲେ
ଗିରଫ ହୋଇଥିବା ଦୁଇ ଯୁବକ
  • News18 Odia
  • Last Updated: September 27, 2021, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବହୁଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇଛି କଟକ କମିଶରେଟ ପୋଲିସ । ନିଜ କଲେଜର ଜଣେ ଛାତ୍ରୀଙ୍କ ସହ ତାଙ୍କ ପ୍ରେମ ସୀମା ଲଙ୍ଘିବା ପରେ ସୃଷ୍ଟି ହୋଇଥିବା ବିବାଦ ଓ ଅପମାନ ହିଁ ତୁଷାରଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବୋଲି ସ୍ପଷ୍ଟ କରିଛି ପୋଲିସ । ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ପୋଲିସ ସୋମବାର ଦିନ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ କଟକ ଦରଘାବଜାର ବାସିନ୍ଦା ଦିବ୍ୟରଞ୍ଜନ ବେହେରା ହେଉଛନ୍ତି ତୁଷାରଙ୍କ ବାନ୍ଧବୀଙ୍କ ବଡ଼ ଭଉଣୀଙ୍କ ପ୍ରେମିକ । ଅନ୍ୟ ଗିରଫ ଅଭିଯୁକ୍ତ ଦୋଳମୁଣ୍ଡାଇ ବାସିନ୍ଦା କୌଶଳ ପ୍ରଧାନ ଦୁଇ ଭଉଣୀଙ୍କ ଧରମ ଭାଇ ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଖ୍ରୀଷ୍ଟ କଲେଜରେ ପାଠ ପଢୁଥିବା ତୁଷାରଙ୍କ ସହ ସେହି କଲେଜରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଏହା ପରେ ବିବାଦର ରୂପ ନେଇଥିଲା । ସେଥି ପାଇଁ ସେହି ଛାତ୍ରୀ ଓ ତାଙ୍କ ବଡ଼ ଭଉଣୀଙ୍କ ସହ ଦୁଇ ଅଭିଯୁକ୍ତ ମିଶି ତୁଷାରଙ୍କୁ ମାନସିକ ନିର୍ଯ୍ୟାତନା ସହ ଧମକ ଦେଉଥିଲେ । ଅଗଷ୍ଟ ମାସ ୩ ତାରିଖ ଦିନ ଦୁଇ ଭଉଣୀ ଦିବ୍ୟରଞ୍ଜନ ଓ କୌଶଳ ତୁଷାରଙ୍କୁ କଟକ ଇଣ୍ଡୋର୍‌ ଷ୍ଟାଡିୟମ୍‌ ନିକଟକୁ ଡାକିଥିଲେ । ସେଠାରେ ଦିବ୍ୟରଞ୍ଜନ ତୁଷାରଙ୍କୁ ମାଡ଼ ମାରିଥିଲା । ଏହି ଘଟଣା ତୁଷାରଙ୍କୁ ଗଭୀର ଭାବେ ମର୍ମାହିତ କରିଥିଲା । ସେହି ଚାରି ଜଣଙ୍କ କାର୍ଯ୍ୟକଳାପ ଯୋଗୁଁ ତୁଷାର ଆତ୍ମହତ୍ୟା କରିଥିଲେ,’’ ଏକ ସମ୍ବାଦିକ ସମ୍ମଳନୀରେ କହିଛନ୍ତି ଜୋନ୍‌-୧ ଏ.ସି.ପି. ଅମରେନ୍ଦ୍ର ପଣ୍ଡା ।

ଗିରଫଦାରୀ ବିଷୟରେ କହୁଛନ୍ତି ଜୋନ୍-୧ ଏ.ସି.ପି. ଅମରେନ୍ଦ୍ର ପଣ୍ଡା (ବାମ)


ଏହା ବି ପଢ଼ନ୍ତୁ | Gold Price: ସୁନା ୨ ମାସରେ ୧,୩୫୯ ଟଙ୍କା ଶସ୍ତା ହେଲା; ଏବେ କିଣିଲେ ଖୁବ୍ ଲାଭ ମିଳିବା ଆଶା ଅଛି

ଅଗଷ୍ଟ ୩ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ବେଳେ ତୁଷାର ଘରକୁ ଆସି କାହାକୁ କିଛି ନ କହି ନିଜ ଭଉଣୀଙ୍କ ଦୁଇଚକିଆ ଗାଡ଼ି ନେଇ ଘରୁ ଚାଲିଯାଇଥିଲେ । ତାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚଡ୍‌-ଅଫ୍‌ ରହିବାରୁ ତାଙ୍କ ଘର ଲୋକେ ତାଙ୍କୁ ଅନେକ ଖୋଜାଖୋଜି କରି ବିଫଳ ହୋଇଥିଲେ । ସେହି ଦିନ ବିଳମ୍ବିତ ରାତିରେ ତୁଷାରଙ୍କ ବାପା ପୁଅ ନିଖୋଜ ହେବା ଓ ନିଖୋଜ ହେବା ପଛରେ ଦୁଇ ଭଉଣୀଙ୍କ ସହ ଦିବ୍ୟରଞ୍ଜନ ବେହେରା ଓ କୌଶଳ ପ୍ରଧାନଙ୍କ ନାଁରେ କ୍ୟାଣ୍ଟନମେଣ୍ଟ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାର ଦିନକ ପରେ ମହାନଦୀର ମୁଧୁସୁଦନ ସେତୁ ଉପରୁ ତୁଷାରଙ୍କ ଭଉଣୀଙ୍କ ଗାଡ଼ିଟି ମଳିଥିଲା । ଦୁଇ ଦିନ ପରେ ଯୋବ୍ରା ବ୍ୟାରେଜରୁ ତୁଷାରଙ୍କ ମୃତ ଦେହ ମିଳିଥିଲା ।

ଏହା ବି ପଢ଼ନ୍ତୁ | ନୂଆ ମୋବାଇଲ୍ ସିମ୍ ନେବାର ନିୟମ ବଦଳିଲା; ଜାଣନ୍ତୁ କେମିତି ଲୋକକୁ ଆଉ ମିଳିବ ନାହିଁ SIM କାର୍ଡ଼

ତୁଷାର ଓ ସମ୍ପୃକ୍ତ ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ଚାଟିଂ ହିଁ ଏହି ମାମଲାର ତଦନ୍ତକୁ ଏକ ନିର୍ଦ୍ଧିଷ୍ଟ ଦିଗ ପ୍ରଦାନ କରିଥିଲା । ଏହି ଚାଟିଂରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ ହୋଇଥିଲା । କୌଣସି କାରଣରୁ ତୁଷାର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା କଥା ବି ଜଣା ପଡ଼ିଥିଲା । ପରେ ପରେ ସମ୍ପୃକ୍ତ ଯୁବତୀ ତୁଷାରଙ୍କୁ ‘‘ବର୍ବାଦ କରିଦେବି’’ ବୋଲି କହି ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିବା ଭଳି କଥା ମଧ୍ୟ ହ୍ବାଟ୍ସଆପ୍‌ ଚାଟିଂରୁ ଜଣା ପଡ଼ିଥିଲା ।
Published by: Anand S.T. Das
First published: September 27, 2021, 11:51 PM IST