ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଏମାନେ ୬ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ ପୋଲିସ ଚାକିରି; ୩୮ଜଣଙ୍କଠୁ ଠକିଛନ୍ତି ଦେଢ଼ କୋଟି ଟଙ୍କା

ଏମାନେ ୬ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ ପୋଲିସ ଚାକିରି; ୩୮ଜଣଙ୍କଠୁ ଠକିଛନ୍ତି ଦେଢ଼ କୋଟି ଟଙ୍କା

Fraud in name of police jobs: 2 arrested for cheating many in Odisha | ଅଭିଯୁକ୍ତ ବୈକୃଣ୍ଠନାଥ ନାୟକ ଯୁକ୍ତ ତିନି ପଢ଼ା ସାରିବା ପରେ ବେକାର ହୋଇ ବୁଲୁଥିଲା । ତା’ ପରେ ସେ ନିଜକୁ ରାଜ୍ୟ ଗୃହ ବିଭାଗର ଆସିଷ୍ଟାଣ୍ଟ୍ ସେକ୍ସନ୍ ଅଫିସର୍ ଭାବେ ପରିଚୟ ଦେଇ ଲୋକଙ୍କୁ ଠକିବା ଆରମ୍ଭ କରିଥିଲା ।

ଏମାନେ ୬ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ ପୋଲିସ ଚାକିରି; ୩୮ଜଣଙ୍କଠୁ ଠକିଛନ୍ତି ଦେଢ଼ କୋଟି ଟଙ୍କା
ଗିରଫ ଦୁଇ ଅଭିଯୁକ୍ତ – ବୈକୁଣ୍ଠନାଥ ନାୟକ (୨୭) ଓ ଭୀମସେନ ମହାରଣା (୬୪)
  • News18 Odia
  • Last Updated: November 13, 2021, 3:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ପୋଲିସ ଚାକିରି ଦେବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇ.ଓ.ଡ଼ବ୍ଲ୍ୟୁ.) । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ – ବୈକୁଣ୍ଠନାଥ ନାୟକ (୨୭) ଓ ଭୀମସେନ ମହାରଣା (୬୪) – ନିଜକୁ ଗୃହ ବିଭାଗର ସେକ୍ସନ୍‌ ଅଫିସର କହି ୩୮ ଜଣ ଚାକିରି ଆଶାୟୀଙ୍କଠାରୁ ପାଖାପାଖି ଦେଢ଼ କୋଟି ଟଙ୍କା ଠକିଥିବା ଅଭିଯଓଗ ହୋଇଛି ।

ପୋଲିସ ବିଭାଗର ମିଳିତ ପୋଲିସ ସେବା ବା ସି.ପି.ଏସ୍‌.ଇ. ପରୀକ୍ଷାରେ ଚାକିରି କରେଇ ଦେବା ନାଁରେ ଏହି ଅଭିଯୁକ୍ତ ଦ୍ୱୟ କେତେକ ପରୀକ୍ଷାର୍ଥୀଙ୍କୁ ଜାଲରେ ପକାଇଥିଲେ । ସେମାନଙ୍କ ନିକଟରୁ ୧୨ଟି ଏ.ଟି.ଏମ୍‌. କାର୍ଡ଼ ଓ ଜାଲ ପରିଚୟ ପତ୍ର ଜବତ କରିଛି ଇ.ଓ.ଡବ୍ଲ୍ୟୁ. । ଏହି ଠକେଇରେ ସମ୍ପୃକ୍ତ ଆଉ ଦୁଇ ଜଣ ଅଭିଯୁକ୍ତ ଏବେ ଫେରାର ଅଛନ୍ତି ।

ଏହା ବି ପଢ଼ନ୍ତୁ | ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

‘‘ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ କୌଣସି ସରକାରୀ ଅଫିସର ନୁହଁନ୍ତି । ଉଭୟ ଠକ । ପ୍ରତି ପରୀକ୍ଷାର୍ଥୀଙ୍କ ଠାରୁ ଛ' ଲକ୍ଷ ଟଙ୍କା ନେଇଛନ୍ତି ସେମାନେ । ମୋ’ଟ ୩୮ ଜଣ ପରୀକ୍ଷାର୍ଥୀଙ୍କଠାରୁ ଏକ କୋଟିଏ ୪୭ ଲକ୍ଷ ଟଙ୍କା ଲୁଟିଛନ୍ତି ସେମାନେ । ଫେରାର ଥିବା ଆଉ ଦୁଇ ଜଣଙ୍କୁ ଧରିବା ପାଇଁ ଆମ ଟିମ୍‌ ରେଡ଼ କରୁଛି,’’ କହିଛନ୍ତି ଇ.ଓ.ଡ଼ବ୍ଲୁ. ଏସ୍‌.ପି. ଦିଲ୍ଲୀପ କୁମାର ତ୍ରିପାଠୀ ।

ଇ.ଓ.ଡ଼ବ୍ଲୁ. ଏସ୍.ପି. ଦିଲ୍ଲୀପ କୁମାର ତ୍ରିପାଠୀ


ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେ

ତଦନ୍ତ ବେଳେ ଜଣା ପଡ଼ିଛି ଯେ ଅଭିଯୁକ୍ତ ବୈକୃଣ୍ଠନାଥ ନାୟକର ଶିକ୍ଷାଗତ ଯୋଗ୍ୟାତା ଯୁକ୍ତ ତିନି । ବି.ଏସ୍.ସି. ପଢ଼ି ସାରିବା ପରେ ସେ ବେକାର ହୋଇ ବୁଲୁଥିଲା । ତା’ ପରେ ସେ ନିଜକୁ ଗୃହ ବିଭାଗର ଆସିଷ୍ଟାଣ୍ଟ୍‌ ସେକ୍ସନ୍‌ ଅଫିସର୍‌ ଭାବେ ପରିଚୟ ଦେଇଥିଲା । ଭୀମସେନ ମହାରଣା ହେଉଛନ୍ତି ଉଚ୍ଚ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ । ସେ ଗୃହ ବିଭାଗର ଜଣେ ଉପରିସ୍ଥ ଅଧିକାରୀ ଭାବେ ନିଜ ପରିଚୟ ଚାକିରି ଆଶାୟୀମାନଙ୍କୁ ଦେଇଥିଲେ ।

ଏହା ବି ପଢ଼ନ୍ତୁ | ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତାଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତାବାପା

‘‘୨୦୧୩ ମସିହାରେ ଯୁଗ୍ମ ପୋଲିସ ସେବା ପରୀକ୍ଷା ହୋଇଥିଲା । ୨୦୧୬ ମସିହାରେ ଏହାର ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା । ଠକେଇର ଶିକାର ହୋଇଥିବା ୩୮ ଜଣ ପରୀକ୍ଷାର୍ଥୀ ଲିଖିତ, ଶାରୀରିକ ଓ ମୌଖିକ ପରୀକ୍ଷା ଦେଇଥିଲେ । ହେଲେ ସେମାନଙ୍କ ନାଁ ତାଲିକାରେ ନ ଆସିବାରୁ ଖାଲି ଥିବା ୬୭ଟି ପଦବୀ ପାଇଁ ସପ୍ଲିମେଣ୍ଟାରୀ ତାଲିକା ବାହାରିବା ବେଳେ ତାଙ୍କ ନାଁ ଯୋଡି଼ ଦିଆଯିବ ବୋଲି ସେମାନଙ୍କୁ କହିଥିଲେ ଗିରଫ ହୋଇଥିବା ଦୁଇ ଠକ,’’ କହିଛନ୍ତି ତ୍ରିପାଠୀ ।

ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କ ଝିଅକୁ ରେପ୍ ଧମକ ଦେଇଥିବା ଯୁବକ ଗିରଫ ହେଲା; ସେ ଜଣେ IIT ପାସ୍ ଇଞ୍ଜିନିୟର୍

ଏପରିକି ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଯୋଗୁଁ ନିଜେ ମଧ୍ୟ ସଚିବାଳୟରେ ଚାକିରି ପାଇଥିବା କହି ଭରସା ଜନ୍ମାଇଥିଲେ ବୈକୁଣ୍ଠନାଥ । ସେ ଓ ଭୀମସେନ ଗିରଫ ପରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା । ଘର ଭିତରୁ ୧୨ଟି ଏ.ଟି.ଏମ୍‌. କାର୍ଡ଼ ସହ ନକଲି ପରିଚୟ ପତ୍ର ଜବତ ହୋଇଥିବା କହିଛନ୍ତି ଏସ୍‌.ପି. ତ୍ରିପାଠୀ ।

ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଇ.ଓ.ଡବ୍ଲ୍ୟୁ. । ସେମାନଙ୍କ ବିରୁଦ୍ଧରେ ଆଇ.ପି.ସି.ର ଦଫା ୪୧୯, ୪୨୦,୪୬୭,୪୬୮,୪୭୧ ଓ ୧୨୦(ବି)ରେ ମାମଲା ରୁଜୁ କରାଯାଇଛି ।

କିଛି ଦିନ ତଳେ ଓ.ଏସ୍‌.ଏସ୍‌.ସି. କିରାଣୀ ବିରଞ୍ଚି ସାହୁଙ୍କ ଘରୁ କୋଟି କୋଟି ଟଙ୍କା ସମ୍ପତି ଜବତ ହେବା ପରେ ଓ.ଏସ.ଏସ.ସି. ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏବେ ପୋଲିସ ଚାକିରି ନାଁରେ ଦେଢ଼ କୋଟି ଟଙ୍କାର ଠକେଇ ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ଆଡକୁ ଇସାରା କରୁଛି ।
Published by: Anand S.T. Das
First published: November 12, 2021, 11:54 PM IST