କଟକ ନାବାଳିକା ଗଣଦୁଷ୍କର୍ମ: ୨ ଅଭିଯୁକ୍ତ ଗିରଫ ହେଲେ; ମୋବାଇଲ ଫୋନ ଯାଞ୍ଚ ପାଇଁ ପଠାଗଲା

ଅଭିଯୁକ୍ତ ଦ୍ୱୟ ଦୁଷ୍କର୍ମ ବେଳର ଭିଡିଓ ନିଜ ମୋବାଇଲ ଫୋନରେ ଉତ୍ତୋଳନ କରିଥିବା ନେଇ ପୀଡ଼ିତା ଅଭିଯୋଗ କରିଥିଲେ । ସେହି ଭିଡିଓ ପୋଲିସକୁ ନ ମିଳିବାରୁ ତାକୁ ରିଟ୍ରିଭ୍ କରିବାକୁ ଦୁଇଟି ଯାକ ଫୋନକୁ ସାଇଣ୍ଟିଫିକ ଲ୍ୟାବକୁ ପଠାଯାଇଛି ।

କଟକ ନାବାଳିକା ଗଣଦୁଷ୍କର୍ମ: ୨ ଅଭିଯୁକ୍ତ ଗିରଫ ହେଲେ; ମୋବାଇଲ ଫୋନ ଯାଞ୍ଚ ପାଇଁ ପଠାଗଲା
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ସନ୍ତୋଷ ଓ ରାକା
  • News18 Odia
  • Last Updated: October 15, 2020, 11:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ଗତିରାଉତପାଟଣା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣ ଯାକ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବୁଧବାର ଦିନ ରାକା ଓରଫ ରାକେଶ ରାଉତକୁ ଗିରଫ କରାଯାଇଥିବା ବେଳେ ଦୁଇ ଦିନ ଧରି ପୋଲିସ ସହିତ ଲୁଚକାଳି ଖେଳୁଥିବା ମୁଖ୍ୟ ଅଭିଯୁକ୍ତ ସନ୍ତେଷ ବେହେରାକୁ ଗୁରୁବାର ଭୋର୍‌ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ବିରିବାଟୀ ନିକଟରେ ଥିବା ଏକ ସ୍ଥାନରୁ ସନ୍ତୋଷକୁ ଗରିଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଦୁଇ ବନ୍ଧୁ ତଥା ଅଭିଯୁକ୍ତଙ୍କୁ ଗରିଫ କରିବା ପରେ ସେମାନଙ୍କ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । କୋର୍ଟ ଚାଲାଣ ପୂର୍ବରୁ ପୋଲିସ ଆଗରେ ସେମାନେ ନିଜ ଦୋଷ ସ୍ବୀକାର କରିଥିଲେ ବୋଲି ପୋଲିସ କହିଛି । ସନ୍ତୋଷ ଓ ରାକେଶ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତା ଥିଲା । ସନ୍ତୋଷ ରଙ୍ଗ ମିସ୍ତ୍ରୀ ଭାବେ କାମ କରେ, ଆଉ ରାକେଶର ଗତିରାଉତ ପାଟଣାରେ ଏକ ଚିକେନ ଦୋକାନ ଅଛି । ସେହି ଚିକେନ୍‌ ଦୋକାନ ଘରେ ୨୨ ଦିନ ଧରି ନବମ ଶ୍ରେଣୀରେ ପଢ଼ୁଥିବା ଝିଅଟି ସହ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ ନିଜ ମୋବାଇଲ ଫୋନରେ ଉତ୍ତୋଳନ କରିଥିବା ନେଇ ପୀଡ଼ିତା ଅଭିଯୋଗ କରିଥିବାରୁ ଗିରଫଦାରୀ ପରେ ଉଭୟଙ୍କ ମୋବାଇଲ ଫୋନକୁ ପୋଲିସ ଯାଞ୍ଚ କରିଥିଲା । କିନ୍ତୁ ସେଭଳି କୌଣସି ଭିଡିଓ ପୋଲିସକୁ ମିଳି ନ ଥିଲା । କାଳେ ଅଭିଯୁକ୍ତମାନେ ଭିଡିଓକୁ ମୋବାଇଲ ଫୋନରୁ ଡିଲିଟ୍ କରି ଦେଇଥିବେ ଆଶଙ୍କା କରି ସେମାନଙ୍କ ମୋବାଇଲରୁ ଡିଲିଟ ହୋଇଥିବା ତଥ୍ୟକୁ ରିଟ୍ରିଭ୍‌ କରିବା ପାଇଁ ଦୁଇଟି ଯାକ ମୋବାଇଲକୁ ସାଇଣ୍ଟିଫିକ ଲ୍ୟାବକୁ ପଠାଇଛି ପୋଲିସ ।

କଟକ ଡିସିପି ପ୍ରତୀକ ସିଂ


“ନାବାଳିକା ଝିଅ ଜଣକ ଯେଉଁ ଦୁଇ ଜଣଙ୍କ ନାଁ କହିଥିଲେ ଆମେ ସେମାନଙ୍କୁ ଗିରଫ କରିଛୁ । ସେମାନଙ୍କ ମୋବାଇଲ ଫୋନରେ ସେ ଭଳି କିଛି ଭିଡ଼ିଓ ଆମକୁ ମିଳିଲ ନାହିଁ । ତଥାପି ଆମେ ସେଥିରୁ ଡିଲିଟ୍‌ ହୋଇଥିବା ତଥ୍ୟକୁ ରିଟ୍ରିଭ୍‌ କରିବା ପାଇଁ ସେମାନଙ୍କ ମୋବାଇଲକୁ SFSLକୁ (ଷ୍ଟେଟ୍‌ ଫରେନସକ୍‌ ସାଇଣ୍ଟିଫିକ୍‌ ଲ୍ୟାବ) ପଠାଇଛୁ । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ନେଇ ପ୍ରମାଣ ମିଳିନାହିଁ । ଏହି ମାମଲାରେ ତଦନ୍ତକୁ ଯଥା ଶୀଘ୍ର ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

କଟକ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ମନ୍ଦାକିନୀ ଜେମା


ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ପୀଡ଼ିତା ଏବେ ବିଡ଼ାନାସୀରେ ଥିବା ଏକ ଶିଶୁ ଗୃହରେ ରହିଥିବା ବେଳେ ଏବେ ତାଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରାଯାଉଛି । ସେ ନବମ ଶ୍ରେଣୀରେ ପଢୁଛନ୍ତି । ତେଣୁ ପୁଣି ଥରେ ସେ କିଭଳି ପାଠ ପଢ଼ା ଜାରି ରଖିପାରିବେ ତା’ର ବ୍ୟବସ୍ଥା ମଧ୍ୟ କରାଯାଉଛି । ଏଥି ପାଇଁ କଟକ ଶିଶୁ ମଙ୍ଗଳ ସମିତି ତିର୍ତ୍ତୋଲ ଥାନା ଓ ଜଗତସିଂହପୁର ଶିଶୁ ମଙ୍ଗଳ ସମିତି ସହ ଯୋଗାଯୋଗ କରିଛି । ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା ପରେ ପରିବାରର ଆର୍ଥିକ ସ୍ଥିତିକୁ ଦେଖି ତାଙ୍କର ନିଜ ଜିଲ୍ଳା ଜଗତସିଂପୁରର ଯେଉଁଠାରେ ସୁବିଧା ହେବ ସେଠାରେ ରଖାଇ ପାଠ ପଢ଼ିବା ବ୍ୟବସ୍ଥା ପାଇଁ ଉଦ୍ୟମ କରାଯିବ ବୋଲି କଟକ ଜିଲ୍ଳା ଶିଶୁ ମଙ୍ଗଳ ସମିତି ପକ୍ଷରୁ କୁହାଯାଇଛି ।

“ବର୍ତ୍ତମାନ ଝିଅଟି ଆମ ହେପାଜତରେ ରହିଛି । ଜଗତସିଂହପୁର ଶିଶୁ ମଙ୍ଗଳ ସମିତିଙ୍କ ପାଖରୁ ଆମେ ଯେତେବେଳେ ତାଙ୍କର ହୋମ୍‌ ଷ୍ଟଡି ରିପୋର୍ଟ ପାଇଯିବୁ ସେତେବେଳେ ଜୁଭେନାଇଲ୍‌ ଆକ୍ଟର ନିୟମ ଅନୁସାରେ ଝିଅଟିକୁ ଜଗତସିଂହପୁର ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତରିତ କରିଦେବୁ । ସେମାନେ ତା’ ପାଠପଢ଼ାର ବ୍ୟବସ୍ଥା କରିବେ । ଯଦି ତାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବ ତା’ ହେଲେ ସ୍ପନସରସିପ୍‌ ସ୍କିମ୍‌ ମଧ୍ୟ ଲାଗୁ କରି ପାରିବେ,” କହିଛନ୍ତି କଟକ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ମନ୍ଦାକିନୀ ଜେମା ।

ଏହା ବି ପଢ଼ନ୍ତୁ ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଗୁରୁବାର ଅପରାହ୍ଣରେ ଶିଶୁ ଗୃହକୁ ଆସି ନାବାଳିକାକୁ ଭେଟିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା । ତାଙ୍କ ସହିତ କମିଶନର ଏକ ପାଞ୍ଚ-ଜଣିଆ ଟିମ୍‌ ବି ଥିଲା ।



“ଆମେ ପୀଡ଼ିତାଙ୍କୁ ଭେଟିଲୁ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ସେ ନିଜ ଘରେ ରହି ପାଠ ପଢ଼ିବାକୁ ଚାହୁଁଛନ୍ତି । ତା’ର ସବୁ ବ୍ୟବସ୍ଥା ବି କରାଯିବ । ସେ ଯେମିତି ଏ ସବୁ କଥାକୁ ନ ଭାବି ପୁଣି ଥରେ ନିଜ ପାଠପଢ଼ାକୁ ଆଗକୁ ବଢ଼ାଇ ପାରିବେ, କେମିତି ଜଣେ ଭଲ ମଣିଷ ହେବେ, ସେ ବିଷୟରେ ଆମେ ତାଙ୍କ ସହ ଆଲୋଚନା କରିଛୁ,” କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା ।
Published by: Anand Shankar Thankur Das
First published: October 15, 2020, 11:43 PM IST
corona virus btn
corona virus btn
Loading