ଉତ୍କଳ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଉତ୍କଳ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଉଭୟ ଅଣଛାତ୍ର ଥିବା ଜଣା ପଡ଼ିଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଉତ୍କଳ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣାରେ ୨ ଅଭିଯୁକ୍ତ ଗିରଫ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ମାନସ ସାହୁ ଓ ସଞ୍ଜୟ ମଲ୍ଲିକ।

ଉଭୟ ଅଣଛାତ୍ର ଥିବା ଜଣା ପଡ଼ିଛି। ରବିବାର ୟୁନିର୍ଭସିଟି ଭିତରେ ସିଟିଜେନ ଫୋରମ ପକ୍ଷରୁ ଆଲୋଚନା ଚକ୍ର ବେଳେ ଗଣ୍ଡଗୋଳ କରିଥିଲେ। ଏପରିକି ମୁଖ୍ୟ ଅତିଥି ଭାବେ ଆସିଥିବା JNUର ଜଣେ ପ୍ରଫେସର ଆକ୍ରମଣର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

ସହିଦ ନଗର ଥାନା ପୋଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ଜଣକ ସିଟିଜେନ ଫୋରମର ସଦସ୍ୟ। ଘଟଣା ଦିନ ସେ ଉତ୍କଳ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ବିଭାଗରେ “ଭାରତୀୟ ସମ୍ବିଧାନ ଓ ଶିକ୍ଷା” ଉପରେ ଏକ ସେମିନାର ଆୟୋଜନ କରିଥିବା ବେଳେ ସେଠାକୁ ନୂଆଦିଲ୍ଲୀ ସ୍ଥିତ ଜେଏନୟୁ ବିଶ୍ବବିଦ୍ୟାଳୟର ପ୍ରଫେସର ସୁରଜିତ ମଜୁମଦାର ଅତିଥି ଭାବେ ଯୋଗ ଦେଇଥିଲେ।

ଅତିଥି ଜଣକ ନିଜ ବକ୍ତବ୍ୟ ଆରମ୍ଭ କରିବା ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ନିଜକୁ ଏବିଭିପି/ଆରଏସଏସ ର ସଦସ୍ୟ ଭାବେ ପରିଚୟ ଦେଇ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ କାର୍ଯ୍ୟକ୍ରମ ବନ୍ଦ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଅଭିଯୋଗକାରୀ ଜଣକ ବିରୋଧ କରିବାରୁ ଉଭୟ ଅଭିଯୁକ୍ତ ଫୋନ ମାଧ୍ୟମରେ ନିଜ ସହଯୋଗୀମାନଙ୍କୁ ଘଟଣାସ୍ଥଳକୁ ଡ଼ାକିଥିଲେ। ଖବର ପାଇ ଘଟଣାସ୍ଥଳକୁ ୭ରୁ ୮ ଜଣ ସହଯୋଗୀ ସେଠାରେ ପହଞ୍ଚିବା ସହିତ କାର୍ଯ୍ୟକ୍ରମ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକାରୀ ଏବଂ ତାଙ୍କ ସହକର୍ମୀ ସେମାନଙ୍କୁ ବିରୋଧ କରିବାରୁ ନିମ୍ନୋକ୍ତ ଉଭୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀମାନେ ଉଭୟଙ୍କୁ ମିଟିଂ ରୁମର ଏକ କୋଣକୁ ନେଇ ସେଠାରେ ମାଡ଼ ମାରିବା ସହିତ ତଣ୍ଟିଚିପି ଜୀବନରୁ ମାରିଦେବା ଲାଗି ଉଦ୍ୟମ କରିଥିଲେ। ମିଟିଂ ହଲରେ ଥିବା ବିଭିନ୍ନ ଆସବାବପତ୍ର ସବୁକୁ ମଧ୍ୟ ନଷ୍ଟ କରିଦେଇଥିଲେ।

ଏହି ଘଟଣାର ଅଭିଯୋଗପରେ ସହିଦ ନଗର ଥାନା ପୋଲିସ ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ। ଅଧିକ ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ, ଉଭୟ ଅଭିଯୁକ୍ତ ଉତ୍କଳ ବିଶ୍ବ ବିଦ୍ୟାଳୟର ଛାତ୍ର ନୁହନ୍ତି ଏବଂ ଅଭିଯୁକ୍ତ ମାନସ କୁମାର ସାହୁଙ୍କ ନାମରେ ପୂର୍ବରୁ ମଧ୍ୟ ସହୀଦନଗର ଥାନାରେ ୮ଟି ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ସଞ୍ଜୟ କୁମାର ମଲ୍ଲିକଙ୍କ ନାମରେ ସମ୍ପୃକ୍ତ ସହୀଦନଗର ଥାନାରେ ୯ଟି ଅପରାଧିକ ମାମଲା ରହିଛି।
Published by:Lipina Das
First published: