ନୂଆ ଡିଜିପି, ନୂଆ ଉତ୍ସାହ: ଦାୟିତ୍ବ ନେଲେ ଅଭୟ, ତାଙ୍କ ସାମନାରେ ଅଛି ପାଞ୍ଚଟି ଚ଼୍ୟାଲେଞ୍ଜ

'ମୋ ସରକାର' କାର୍ଯ୍ୟକ୍ରମରେ ପୋଲିସ ବିଭାଗକୁ ରାଜ୍ୟ ସରକାର ସାମିଲ କରିଥିବାରୁ, ଏହାର ସଫଳ ରୂପାୟନ ୧୯୮୬ ବ୍ୟାଚ୍‌ର IPS ଅଭୟଙ୍କ ପାଇଁ ଏକ ବଡ଼ ଦାୟିତ୍ବ ହେବ । ମହିଳା ସଂକ୍ରାନ୍ତୀୟ ଅପରାଧଗୁଡିକର ତଦନ୍ତ ଶୀଘ୍ର ଶେଷ କରିବା ଏବଂ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବା ତାଙ୍କ ପାଇଁ ହେବ ସବୁଠୁ ବଡ ଚ୍ୟାଲେଞ୍ଜ ।

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଅଭୟ (ଧଳା ସାର୍ଟରେ)

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଅଭୟ (ଧଳା ସାର୍ଟରେ)

  • Share this:
କଟକ/ଭୁବନେଶ୍ୱର: ଆଜି ଓଡ଼ିଶାର ଡିଜିପି ଭାବେ ଦାୟିତ୍ବ ନେଇଛନ୍ତି ହାଇଦ୍ରାବାଦସ୍ଥିତ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ରାଜ୍ୟକୁ ଫେରି ଆସିଥିବା ବରିଷ୍ଠ IPS ଅଫିସର ଅଭୟ ।

ତାଙ୍କୁ ଗତକାଲି ହାଇଦ୍ରାବାଦରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପୂର୍ବରୁ ସେ ଓଡ଼ିଶା କ୍ରାଇମ ବ୍ରାଞ୍ଚର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ । ବିଜୟ କୁମାର ଶର୍ମାଙ୍କୁ ପଦବୀରୁ ହଟାଇବା ପରେ ଅଭୟଙ୍କୁ ଡିଜିପି ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ଶର୍ମାଙ୍କ ପଦତ୍ୟାଗ ପରଠୁଁ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ବ ତୁଲାଉଛନ୍ତି ।

ନୂଆ ଡିଜିପିଙ୍କ ଦାୟିତ୍ବ ଗ୍ରହଣ ପାଇଁ ପୋଲିସ ମୁଖ୍ୟାଳୟରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଅଭୟଙ୍କ ଦାୟିତ୍ୱ ଗ୍ରହଣ ସହ ପୋଲିସ ବିଭାଗରେ ନୂତନ ଉତ୍ସାହର ସଞ୍ଚାର ହୋଇଥିବା ପରିଲକ୍ଷିତ ହୋଇଛି ।

'ମୋ ସରକାର' କାର୍ଯ୍ୟକ୍ରମରେ ପୋଲିସ ବିଭାଗକୁ ରାଜ୍ୟ ସରକାର ସାମିଲ କରିଥିବାରୁ, ଏହାର ସଫଳ ରୂପାୟନ ୧୯୮୬ ବ୍ୟାଚ୍‌ର IPS ଅଭୟଙ୍କ ପାଇଁ ଏକ ବଡ଼ ଦାୟିତ୍ବ ହେବ । ଆଜି  ଓଡିଶାରେ ପହଞ୍ଚିବା ପରେ ତାଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବାଗତ କରିଥିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ ଏବଂ ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ।

ନୂଆ ଡିଜିପି ଅଭୟଙ୍କ ପାଇଁ ରହିଛି ପାଞ୍ଚଟି ଚ୍ୟାଲେଞ୍ଜ । ମହିଳା ସଂକ୍ରାନ୍ତୀୟ ଅପରାଧଗୁଡିକର ତଦନ୍ତ ଶୀଘ୍ର ଶେଷ କରିବା ଏବଂ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବା ଡିଜିପିଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ରହିବ । ସେହିପରି ପୋଲିସ ବିଭାଗରେ ‘ଫାଇଭ୍ ଟି‘ (5T) ର ସଫଳ କାର୍ଯ୍ୟକାରିତା, ନକ୍ସଲ ଅପରେସନରେ ରାଜ୍ୟ ପୋଲିସକୁ ଆହୁରି ସକ୍ରିୟ କରିବା ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଫୋକସ କରିବା ଡିଜିପିଙ୍କ ପାଇଁ ଅନ୍ୟ ବଡ଼ ଚ୍ୟାଲେଞ୍ଜ ହେବ ।

ନୂଆ ଡିଜି ଅଭୟ  ୧୯୯୦ ନଭେମ୍ବରରୁ ୧୯୯୧ ଜୁଲାଇ ପର୍ଯ୍ୟନ୍ତ ମୟୂରଭଞ୍ଜ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ । ସେ ୧୯୯୧ ଅଗଷ୍ଟରୁ ୧୯୯୨ ଅକ୍ଟୋବର ପର୍ଯ୍ୟନ୍ତ ବ୍ରହ୍ମପୁର ଏସ୍‌ପି, ୧୯୯୨ ଅକ୍ଟୋବରରୁ ୧୯୯୨ ଡିସେମ୍ବର ପର୍ଯ୍ୟନ୍ତ ମାଲକାନଗିରି ଏସ୍‌ପି ଓ ୧୯୯୨ ଡିସେମ୍ବରୁ ୧୯୯୪ ଫେବ୍ରୁଆରୀ ପର୍ଯ୍ୟନ୍ତ ପୁଣି ବ୍ରହ୍ମପୁର ଏସ୍‌ପି ଭାବେ ଦାଯିତ୍ୱ ନିର୍ବାହନ କରିଥିଲେ ।

ତାପରେ ୧୯୯୬ ନଭେମ୍ବରରୁ ୨୦୦୦ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ବରରେ ସିବିଆଇ ଏସ୍‌ପି, ୨୦୦୦ ନଭେମ୍ବରରୁ ୨୦୦୧ ଏପ୍ରିଲ ପର୍ଯ୍ୟନ୍ତ ଭୁବନେଶ୍ବରରେ ସିବିଆଇ ଡିଆଇଜି, ୨୦୦୪ ଜାନୁଆରୀରୁ ୨୦୦୫ ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶା ଭିଜିଲାନ୍ସର ଡିଆଇଜି, ୨୦୦୬ ଡିସେମ୍ବରରୁ ୨୦୦୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡ଼ିଶା ଭିଜିଲାନ୍ସର ଆଇଜି, ୨୦୧୦ ଜୁଲାଇରୁ ୨୦୧୧ ମେ ପର୍ଯ୍ୟନ୍ତ ସିଆଇଡି ଆଇଜି, ୨୦୧୧ ମେ'ରୁ ୨୦୧୨ ମେ ପର୍ଯ୍ୟନ୍ତ ସିଆଇଡିର ଅତିରିକ୍ତ ଡିଜି, ଓ ୨୦୧୨ ଜୁଲାଇରୁ ୨୦୧୩ ଡିସେମ୍ବର ପର୍ଯ୍ୟନ୍ତ ଗୁଇନ୍ଦା ବିଭାଗର ଅତିରିକ୍ତ ଡିଜି ଓ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲେଇଥିଲେ ।

୨୦୧୬ ଡିସେମ୍ବରରୁ ୨୦୧୮ ଜାନୁଆରୀ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ସିଆର୍‌ପିଏଫ୍‌ର ଅତିରିକ୍ତ ଡିଜି, ୨୦୧୮ ଜାନୁଆରୀରୁ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ନାର୍କୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ (NCB) ର ଡିଜି, ଓ ୨୦୧୯ ଜୁଲାଇରୁ ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ହାଇଦ୍ରାବାଦରେ ନ୍ୟାସନାଲ୍‌ ପୋଲିସ ଏକାଡେମୀର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରିଥିଲେ ଅଭୟ।
First published: