ପରିବାର ଆଖିରେ ଲୁହ ଭରିଦେଲା ସମୁଦ୍ର; ଟାଣିନେଲା.. ଫେରାଇଦେଲା.. କିନ୍ତୁ ନେଇଗଲା ଜୀବନ
- News18 Odia
- Last Updated :
- Bhubaneswar, India
News 18 Odia Digital
ପୁରୀ; ଶ୍ରୀକ୍ଷେତ୍ରରେ ପୁଣି ଅଘଟଣ । ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଛତିଶଗଡ଼ ବିଳାସପୁରର ପ୍ରାଞ୍ଜଳ ଶ୍ରୀବତ୍ସ (୧୮) । ସମୁଦ୍ରକୂଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହାସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଂରକ୍ଷଣ ଗୃହରେ ରଖାଯାଇଛି । ବୁଧବାର ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଚିନ୍ମୟ ରାଉତ ସୂଚନା ଦେଇଛନ୍ତି ।
ପ୍ରାଞ୍ଜଳ ତାଙ୍କ ପରିବାରଲୋକଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ସେମାନେ ମଙ୍ଗଳବାର ଚକ୍ରତୀର୍ଥ ରୋଡ଼ସ୍ଥିତ ହୋଟେଲ ଲକି ପ୍ୟାଲେସ ନିକଟରେ ସମୁଦ୍ରରେ ଗାଧୋଉଥିଲେ । ଏହି ସମୟରେ ହଠାତ୍ ପାଣି ଭିତରକୁ ପ୍ରାଞ୍ଜଳ ଟାଣିହୋଇ ପଳାଇଥିଲେ । ପରେ ବୁଡ଼ିଯିବାରୁ ଘରଲୋକ ଖୋଜାଖୋଜି କରିଥିଲେ । କିନ୍ତୁ କିଛି ସମୟ ପରେ ପ୍ରାଞ୍ଜଳ ଭାସି ଆସି କୂଳରେ ଲାଗିଥିଲେ । ଏହାପରେ ତାଙ୍କ ପରିବାର ଲୋକ ପ୍ରାଞ୍ଜଳଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ପ୍ରାଞ୍ଜଳଙ୍କ ମୃତ୍ୟୁରେ ଡ଼ାକ୍ତରଖାନାରେ ଉପସ୍ଥିତ ପରିବାରଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।