ଅର୍ଚ୍ଚନାଙ୍କ ଫାଶରେ ୧୮ ବିଧାୟକ! ସତ ଆଗକୁ ଆସିଲେ ସରକାର ଭାଙ୍ଗିଯିବ: ସନ୍ତୋଷ ସିଂ ସାଲୁଜା

ଅର୍ଚ୍ଚନା ନାଗ ଘଟଣା ତଦନ୍ତ ଅନେକ ବିଧାୟକଙ୍କ ନାମ ସାମ୍ନାକୁ ଆସିବ। ଏପରି ହେଲେ ସରକାର ଭାଙ୍ଗିଯିବାର ଆଶାଙ୍କା ରହିଛି । ବିଜେଡିର ମୁଖା ଖୋଲିଯିବ: ସନ୍ତୋଷ ସିଂ ସାଲୁଜା

ସନ୍ତୋଷ ସିଂ ସାଲୁଜା

ସନ୍ତୋଷ ସିଂ ସାଲୁଜା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଫାଶରେ ପଡ଼ିଛନ୍ତି ପ୍ରାୟ ୨୫ରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି , ଯାହାଙ୍କ ମଧ୍ୟରେ ୧୮ଜଣ ବିଧାୟକ ଅଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ବିଜେଡିର ବୋଲି ଚର୍ଚ୍ଚା ହେଉଛି । ଏନେଇ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ବଡ଼ ଅଭିଯୋଗ ଆଣିଛନ୍ତି । କଂଗ୍ରେସ ନେତା କହିଛନ୍ତି ଯେ ଏହି ଘଟଣା ଖୋଲିଲେ ବିଜେଡ଼ି ସରକାର ନିଶ୍ଚିତ ଭାବେ ଭାଙ୍ଗିିଯିବ ।

ସନ୍ତୋଷ ସିଂ ସାଲୁଜାଙ୍କ କହିବାନୁସାରେ, ଅର୍ଚ୍ଚନା ନାଗ ଘଟଣା ତଦନ୍ତ ହେଲେ ଅନେକ କଥା ସାମ୍ନା ଆସିବ । ଏପରି ହେଲେ ବିଜେଡ଼ି ଗଡ ଭାଙ୍ଗିଯିବାର ଆଶାଙ୍କା ରହିଛି । ବିଜେଡିର ମୁଖା ଖୋଲିଯିବ । କଂଗ୍ରେସ ଏପରି କାମ କରେନାହିଁ । ସବୁ କଥା ଲୋକଲୋଚନକୁ ଆସିବ । ଯେଉଁମାନେ ଏଭଳି କାମ କରିଛନ୍ତି ସେମାନଙ୍କ ବାବଦରେ ଓଡିଶାବାସୀ, ନିଜ ନିର୍ବାଚନୀ କ୍ଷେତ୍ର ଓ ପରିବାର  ଲୋକ ଜାଣିବା ଉଚିତ । ପୋଲିସ ଯେଉଁଭଳି ଭାବେ ମମିତା ମେହର କେସରେ ଲାପଟପ ଲୁଚାଇ ଦେଇଥିଲା ସେପରି ନକରି ଅର୍ଚ୍ଚନାଙ୍କ ଲାପଟପ ଲୋକଲୋଚନକୁ ଆଣାଯିବା ଉଚିତ । ଏମିତି ଘୃଣିତ କାମ କରି ରାଜ୍ଯକୁ ଶାସନ କରିପାରିବେନି ବିଧାୟକ ଓ ମନ୍ତ୍ରୀମାନେ । ଅର୍ଚ୍ଚନା ନାଗଙ୍କ ସହ ଜଡ଼ିତ ଲୋକମାନଙ୍କୁ କାହିଁକି ବ୍ଲାକମେଲର ଶିକାର ହେଉଥିଲେ ତଦନ୍ତ କରିବା ଉଚିତ ବୋଲି କହିଛନ୍ତି କଂଗ୍ରେସ ନେତା । ଅର୍ଚ୍ଚନାଙ୍କ ମାମଲାରେ ସଂପୃକ୍ତ ଥିବା ବିଜେଡି ବ୍ଯକ୍ତିମାନଙ୍କ ସମ୍ପତ୍ତି ସିଜ କରିବା ସହ ସେମାନଙ୍କୁ ବାସନ୍ଦ କରିବାକୁ ଦାବି କରିଛନ୍ତି ସନ୍ତୋଷ ସିଂ ସାଲୁଜା ।

ଅର୍ଚ୍ଚନା ନାଗ ଓ ତା ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ମାଳ ମାଳ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋ ସୋସିଆଲ୍ ମିଡି‌ଆରେ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ ସମସ୍ତେ କଥା ଫାଙ୍କି ଦେଉଛନ୍ତି । ଫଟୋ ଉଠାଇଦେଲେ ଖାଲି କଣ ଜାଣିବା ହେଇଗଲା ବୋଲି ଓଲଟା ପ୍ରଶ୍ନ କରୁଛନ୍ତି । ଅନ୍ୟପଟେ ପୋଲିସ ମଧ୍ୟ ସେ ଦିଗରେ ସକ୍ରିୟତାର ସହ ତଦନ୍ତ କରୁନଥିବାରୁ ପ୍ରଶ୍ନ ଉଠିଛି ।  ଖବର ଲେଖା ହେବା ପର୍ଯ୍ୟନ୍ତ ଶାସକ ଦଳ ନିକଟରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
Published by:Soumya Das
First published: