କାରରୁ ଜବତ ହେଲା ୧୭୭ କେଜି ଓଜନ ରୂପା; ୨ ବ୍ୟକ୍ତି ଅଟକ

ଯାଞ୍ଚ ସମୟରେ ଏକ କାରରୁ ଜବତ ହୋଇଛି ୧୭୭ କେଜି ଓଜନ ରୂପା। ଏଥିରେ ରୂପା ଇଟା ସହିତ ରୁପା ତିଆରି ବିଭିନ୍ନ ଅଳଙ୍କାର ମଧ୍ୟ ରହିଛି। ଏହା ସହିତ ଜବତ ହୋଇଛି ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା।

କାରରୁ ଜବତ ହେଲା ୧୭୭ କେଜି ଓଜନ ରୂପା

କାରରୁ ଜବତ ହେଲା ୧୭୭ କେଜି ଓଜନ ରୂପା

  • News18 Odia
  • Last Updated :
  • Share this:
News18 Odia Digital

କଟକ: ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପା ଇଟାର ସନ୍ଧାନ। କଟକ ଟାଙ୍ଗୀ ଟୋଲ ଗେଟ ନିକଟରେ ଗଞ୍ଜେଇ ଧରିବା ପାଇଁ ଅବକାରୀ ବିଭାଗର ଜାଲରେ ପଡ଼ିଲା ବେଆଇନ ରୂପା କାରବାର ରାକେଟ। ଯାଞ୍ଚ ସମୟରେ ଏକ କାରରୁ ଜବତ ହୋଇଛି ୧୭୭ କେଜି ଓଜନ ରୂପା। ଏଥିରେ ରୂପା ଇଟା ସହିତ ରୁପା ତିଆରି ବିଭିନ୍ନ ଅଳଙ୍କାର ମଧ୍ୟ ରହିଛି। ଏହା ସହିତ ଜବତ ହୋଇଛି ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା।

ବଡ଼ କଥା ହେଉଛି କି ଏହି ସମସ୍ତ ସାମଗ୍ରୀକୁ ଚାଲାଣ ପାଇଁ କାର ଭିତରେ ତିନିଟି ସିକ୍ରେଟ ଚାମ୍ବର କରାଯାଇଥିଲା। ସେହି ସିକ୍ରେଟ ଚାମ୍ବର ମଧ୍ୟରୁ ମୋଟ ୧୭୭ କେଜି ଓଜନର ୪୭ ଖଣ୍ଡ ଇଟା, ୧୫ଟି ବଣ୍ଡଲରେ ଥିବା ୩୭ କେଜି ଓଜନର ରୂପା ତିଆରି ବିଭିନ୍ନ ସାମାଗ୍ରୀ ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି। ଏହି ସାମଗ୍ରୀ ଚାଲାଣ କରୁଥିବା ବେଳେ ଧାରା ପଡ଼ିଛନ୍ତି ଦିଲୀପ ମଣ୍ଡଳ ଓ ଅମନ ପାଲ ନାମକ ଦୁଇ ଜଣ ପଶ୍ଚିମବଙ୍ଗ ବାସିନ୍ଦା।

ତେବେ ଏହି ସାମଗ୍ରୀ ଗୁଡିକକୁ ଖଡ଼ଗପୁରର ଜଣେ ବ୍ୟବସାୟୀଙ୍କର ବୋଲି ଜଣା ପଡ଼ିଛି। ତେବେ ଏହା ପଛରେ ଏକ ବିରାଟ ରାକେଟ କାମ କରୁଥିବା ସ୍ପଷ୍ଟ ହୋଇଛି। ଏହା ଜଣା ପଡ଼ିବା ପରେ ଅବକାରୀ ବିଭାଗ GST ବିଭାଗ ଓ GST ବିଭାଗ ଆୟ ବିଭାଗକୁ ଅବଗତ କରାଇବା ସହ ରୂପାର ମାନ ଯାଞ୍ଚ ପାଇଁ ବଣିଆଙ୍କୁ ମଧ୍ୟ ଡକାଇ ଥିଲା। ସମସ୍ତଙ୍କ ଉପସ୍ଥିତିରେ ସେଗୁଡ଼ିକୁ ଗୋଟି ଗୋଟି କରି ଓଜନ କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ ଖଡ଼ଗପୁର ଅଞ୍ଚଳ ଜଣେ ବ୍ୟବସାୟୀଙ୍କର ପ୍ରାୟ ଦୁଇ କ୍ବିଣ୍ଟାଲ ରୂପା ତିଆରି ବିଭିନ୍ନ ଅଳଙ୍କାର ଧରି ସେଗୁଡ଼ିକୁ ବିକ୍ରି ପାଇଁ ଆସ୍କା ଆସିଥିଲେ ଦିଲୀପ ମଣ୍ଡଳ ଓ ଅମନ ପାଲ। ସେହି ସବୁ ଅଳଙ୍କାରକୁ ସେମାନେ କାର ଭିତରେ ଥିବା ସିକ୍ରେଟ ଚାମ୍ବର ଭିତରେ ଲୁଚାଇ କରି ଓଡ଼ିଶା ଆଣିଥିଲେ। ତେବେ ସେହି ରୂପା ଅଳଙ୍କାରଗୁଡ଼ିକୁ ଆସ୍କା ତଥା ଗଞ୍ଜାମର କିଛି ବ୍ୟବସାୟୀ କିଣିଥିଲେ। କିଛି ବ୍ୟବସାୟୀ ଏଥିପାଇଁ ନଗଦ ଟଙ୍କା ପ୍ରଦାନ କରିଥିବା ବେଳେ ଆଉ କିଛି ନିଜ ପାଖରେ ଥିବା ରୂପା ଇଟାଗୁଡ଼ିକ ବଦଳରେ ସେହି ଅଳଙ୍କାର ଗୁଡ଼ିକ କିଣିଥିଲେ। ତେବେ ଦୁଇ ଦିନ ମଧ୍ୟରେ ବ୍ୟବସାୟରୁ ମିଳିଥବା ପ୍ରାୟ ୧୨ ଲକ୍ଷ ଟଙ୍କା ନଗଦ ଅର୍ଥ ଓ ବଳି ପଡ଼ିଥିବା ରୂପା ଅଳଙ୍କାର ଓ ବଦଳି କରି ମିଳିଥବା ରୂପା ଇଟାକୁ ଧରି ଦିଲୀପ ମଣ୍ଡଳ ଓ ଅମନ ପାଲ ପୁଣି ଖଡଗପୁର ଫେରୁଥିବା ବେଳେ ଧରା ପଡ଼ିଥିଲେ।

"ସୋମବାର ଦିନ ମୁଁ ଖଡ଼ଗପୁରରୁ କାରରେ ବାହାରିଥିଲି। ଆସିବା ବେଳେ ମୋ ସାଙ୍ଗରେ ରୂପା ଜିନିଷ ଆଣିଥିଲି। କେଉଁ କେଉଁ ବ୍ୟବସାୟୀଙ୍କୁ କଣ କଣ ଦେବା କଥା ଆଉ କେତେ ଦେବା କଥା ବାବୁ ସବୁ କହିଥିଲେ। ମୁଁ ଯେତିକି ଦେବା କଥା ସେତିକି ଜିନିଷ ଦେଇ ବିକ୍ରି ନ ହୋଇଥିବା ଜିନିଷକୁ ଧରି ଖଡଗପୁରକୁ ଫେରୁ ଥିଲି," କହିଛି ଅଟକ କାର ଡ୍ରାଇଭର ଦିଲୀପ ମଣ୍ଡଳ।

କାର ଯାଞ୍ଚ କରିବା ସମୟରେ ଆସ୍କାର ବିଭିନ୍ନ ବ୍ୟବସାୟୀଙ୍କ ରସିଦ ମଧ୍ୟ ଜବତ ହୋଇଛି। କିନ୍ତୁ ଏହି ସବୁ ସାମଗ୍ରୀର ଅସଲି ମାଲିକ କିଏ ଓ କେତେଦିନ ଧରି ଏହି କାରବାର ଚାଲିଥିଲା ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ।
Published by:Lipina Das
First published: