News 18 Odia Digital
ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩ ( NH 53 ) କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ (Nitin Gadkari) ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ( Dharmendra pradhan ) ଟ୍ୱିଟ୍ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଅନୁଗୋଳ ଜିଲ୍ଲା ଏନଏଚ-୫୩ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ ଦୁଇ ଲେନ୍ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି ଅଞ୍ଚଳକୁ ସଂଯୋଗ କରୁଛି । ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତାୟତ ସୁରକ୍ଷିତ ହେବ । ଏହାସହ ଏହି ରାଜପଥରେ ଭାରିଯାନର ଯାତାୟତ ସହଜ ହେବ ଏବଂ ଏହି ଶିଳ୍ପ ଅଞ୍ଚଳ ତଥା କୋଲ୍ ଇଣ୍ଡିଆ, ଏନଟିପିସି, ଜିନ୍ଦଲ ଷ୍ଟିଲର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।
ଧର୍ମେନ୍ଦ୍ର କହିଛନ୍ତି ଯେ, ଏନଏଚ ୫୩ର ସମ୍ପ୍ରସାରଣ ଅନୁଗୋଳ ଏବଂ ସମ୍ବଲପୁର ଜିଲ୍ଲାର ଯାତାୟତକୁ ସୁଗମ କରିବ । ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ସାମାଜିକ ଓ ଆର୍ଥିକ ବିକାଶରେ ଅଭିବୃଦ୍ଧି ଘଟିବ । ସେପଟେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଅନୁଗୁଳ ଜିଲ୍ଲା ଏନଏଚ-୫୩ ରେଙ୍ଗାଲି, ବଜ୍ରକୋଟ, ଟାକୁଆ ଅଞ୍ଚଳର ୩ଟି ବାଇପାସ ଓ ଜାତୀୟ ରାଜପଥର ସଂପ୍ରସାରଣ ଓ ଦୁଇ ଲେନ୍ କରିବା ଲାଗି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୧୭୪.୨୧୫କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳକୁ ସଂଯୋଗ କରିବ। ଏହି ସଂପ୍ରସାରଣ ଦ୍ୱାରା ଅଞ୍ଚଳର ବିକାଶ ସହିତ ଲୋକଙ୍କ ଯାତାୟତ ସୁରକ୍ଷିତ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଏହା ବ୍ୟତୀତ ରାଜପଥରେ ଭାରିଯାନ ଯାତାୟତ ସହଜ ହେବା ସହ ବିଭିନ୍ନ ଶିଳ୍ପ କରିଡର ଯଥା-କୋଲ ଇଣ୍ଡିଆ, ଏନ୍ଟିପିସି, ଜିନ୍ଦଲ ଷ୍ଟିଲ ଭଳି ଅନେକ କମ୍ପାନୀମାନଙ୍କର ଆର୍ଥିକ ବିକାଶକୁ ତ୍ୱରାନିତ କରିବ। ଏନ୍ଏଚ-୫୩ ସଂପ୍ରସାରଣ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଶିଳ୍ପକ୍ଷେତ୍ରରେ ଆର୍ଥିକ ବିକାଶରେ ସହାୟକ ହେବ। ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ବିକାଶ ପାଇଁ ବଦ୍ଧପରିକର। ଏହି ସଂପ୍ରସାରଣ କାର୍ଯ୍ୟ ମୋଦିଜୀଙ୍କ ପୂର୍ବୋଦ୍ୱୟ ପରିକଳ୍ପନାରେ ଆଉ ଏକ ସୋପାନ ଆଗକୁ ଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
http://ପ୍ରଧାନମନ୍ତ୍ରୀ ଆବାସ ଯୋଜନା; ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି- ପୃଥ୍ୱୀରାଜ ହରିଚନ୍ଦନPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।