ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ହେଲିକପ୍ଟର ଭଡ଼ା ୧୭.୮୯ କୋଟି ଟଙ୍କା

ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ହେଲିକପ୍ଟର ଖର୍ଚ୍ଚ ତଥ୍ୟ। ଭଡ଼ା ବାବଦରେ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍।

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ହେଲିକପ୍ଟର ଭଡ଼ା ୧୭.୮୯କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ହେଲିକପ୍ଟର ଭଡ଼ା ୧୭.୮୯କୋଟି ଟଙ୍କା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଗତ ୨ ବର୍ଷର ହେଲିକପ୍ଟର ଉଡ଼ାଣ ନେଇ ବିଧାନସଭାରେ ଆସିଲା ତଥ୍ୟ। କେଉଁ ମନ୍ତ୍ରୀ,(Ministers) କେତେ ଥର ହେଲିକପ୍ଟରରେ କରିଛନ୍ତି ଗସ୍ତ। ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା ହେଉ କିମ୍ବା ନୂଆ ଯୋଜନା କାର୍ଯ୍ୟକାରୀ ହେଉ କି ଶୁଭାରମ୍ଭ।

ମିଶନ ୨୦୨୪ ପୂର୍ବରୁ ରାଜ୍ୟ ସରକାରଙ୍କ ହେଲିକପ୍ଟରରେ ଘନ ଘନ ଗସ୍ତର ତଥ୍ୟ ବିଧାନସଭାରେ ଉପସ୍ଥାପନ ହୋଇଛି। ଗତ ମାର୍ଚ୍ଚ ୨୦୨୧ରୁ ଫେବୃଆରି ୨୦୨୩ ମଧ୍ୟରେ ମୁଖ୍ୟମନ୍ତ୍ରୀ (CM Naveen Patnaik) ଓ ମନ୍ତ୍ରୀମାନଙ୍କୁ (Ministers) ମିଶାଇ ୭୨ ଥର ହେଲିକପ୍ଟର ଉଡ଼ାଣ କରିଥିବା ସୂଚନା ମିଳିଛି।

ଏହି ହେଲିକପ୍ଟର ଉଡ଼ାଣରେ ସବୁଠୁ ଆଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୨ ବର୍ଷ ମଧ୍ୟରେ ମୋଟ୍ ୭୨ ଥର ଉଡ଼ାଣ ହୋଇଥିବା ବେଳେ କେବଳ ନବୀନ ପଟ୍ଟନାୟକ ୩୨ ଥର ବିଭିନ୍ନ ସ୍ଥାନକୁ ଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ପଛକୁ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ୧୧ ଥର ଉଡ଼ାଣ ଭରିଛନ୍ତି। ପୂର୍ବତନ ମନ୍ତ୍ରୀ ଦିବଂଗତ ନବ କିଶୋର ଦାସ ଜାନୁଆରୀ ପୂର୍ବରୁ ୪ ଥର ହେଲିକପ୍ଟର ବ୍ୟବହାର କରିଥିବା ଜଣାପଡ଼ିଛି। ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଗନ୍ନାଥ ସାରକା, ଟୁକୁନି ସାହୁ ନିଜ ଗସ୍ତ ବେଳେ ହେଲିକପ୍ଟର ବ୍ୟବହାର କରିଥିବା ଜଣାପଡ଼ିଛି।

ସେହିପରି ତତ୍କାଳୀନ ମନ୍ତ୍ରୀ ପଦ୍ନିନୀ ଦିଆନ, ପଦ୍ମନାଭ ବେହେରା, ସୁଦାମ ମାର୍ଣ୍ଡି, ପ୍ରତାପ ଜେନା ମଧ୍ୟ ହେଲିକପ୍ଟର ବ୍ୟବହାର କରିଛନ୍ତି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ହେଲିକପ୍ଟର ଗସ୍ତ ସମ୍ପର୍କୀୟ ତଥ୍ୟ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ସରକାରୀ କାର୍ଯ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଏହି ସବୁ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଗସ୍ତ କରିଥିବା ସୂଚନା ମିଳିଛି। କୋଭିଡ ମହାମାରୀ ସମୟରେ କୋଭିଡ ସ୍ଥିତି ସମୀକ୍ଷା, ହସ୍ପିଟାଲର ଭିତ୍ତିଭୂମୀ ଯାଞ୍ଚ, ଜିଲ୍ଲାସ୍ତରରେ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟରେ ହେଲିକପ୍ଟର ବ୍ୟବହାର ହୋଇଥିବା ସୂଚନା ରହିଛି।

ପଢ଼ନ୍ତୁ ଏହି ଖବର:  ଚର୍ଚ୍ଚାରେ ବାଲେଶ୍ବରର ବୁଲେଟ ରାଣୀ; ଦୁଃସାହସିକ ଷ୍ଟଣ୍ଟରେ କିଣିଲେ ମନ

ତେବେ କମ ସମୟରେ ଅଧିକ ସ୍ଥାନକୁ ଗସ୍ତ କରିବା, ସୁରକ୍ଷା ଏବଂ ପ୍ରୋଟକଲ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଥର ହେଲିକପ୍ଟର ବ୍ୟବହାର କରିଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ବରରୁ କଟକ ଓ ପୁରୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଗସ୍ତ କରିଥିବା ଜଣା ପଡ଼ିଛି।
Published by:Lipina Das
First published: