କଳାହାଣ୍ଡି ଜିଲ୍ଲାରେ ବସବାସ କରନ୍ତି ୧୬ ଲକ୍ଷ ଲୋକ, ହେଲେ ଡାକ୍ତର ସଂଖ୍ୟା ମାତ୍ର ୧୧୫

ବହୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ଯଥା ସ୍ତ୍ରୀ ଓ ପ୍ରସୂତୀ, ଅସ୍ଥି-ଶୈଲ୍ୟ, ସର୍ଜରୀ, ନିଶ୍ଚେତକ ଓ ଶିଶୁ ରୋଗ ଭଳି ବହୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘ ଦିନରୁ ଡାକ୍ତର ପଦବୀ ଖାଲି ପଡିଛି ।

ବହୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ଯଥା ସ୍ତ୍ରୀ ଓ ପ୍ରସୂତୀ, ଅସ୍ଥି-ଶୈଲ୍ୟ, ସର୍ଜରୀ, ନିଶ୍ଚେତକ ଓ ଶିଶୁ ରୋଗ ଭଳି ବହୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘ ଦିନରୁ ଡାକ୍ତର ପଦବୀ ଖାଲି ପଡିଛି ।

ବହୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ଯଥା ସ୍ତ୍ରୀ ଓ ପ୍ରସୂତୀ, ଅସ୍ଥି-ଶୈଲ୍ୟ, ସର୍ଜରୀ, ନିଶ୍ଚେତକ ଓ ଶିଶୁ ରୋଗ ଭଳି ବହୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘ ଦିନରୁ ଡାକ୍ତର ପଦବୀ ଖାଲି ପଡିଛି ।

  • Share this:
କଳାହାଣ୍ଡି: ସାଧାରଣ ଲୋକେ ବିଭଳି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଫୋକସ୍‌ ରେ ରହି ଆସିଛି କେବିକେ ଅଞ୍ଚଳ । ତେବେ କଳାହାଣ୍ଡି ପରିପେକ୍ଷୀରେ ଦେଖିବାକୁ ଗଲେ ବ୍ୟାପକ ଭାବରେ ଡାକ୍ତର ଏବଂ ଭିତ୍ତିଭୂମିର ଅଭାବ ଯୋଗୁଁ ଜିଲ୍ଲାରେ ସାଧାରଣ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି।

କଳାହାଣ୍ଡି ଜିଲ୍ଲାରେ ବସବାସ କରନ୍ତି ୧୬ ଲକ୍ଷ ଲୋକ, ସେମାନଙ୍କ ପାଇଁ ସ୍ୱୀକୃତି ମିଳିଛି 3୪୦ ଡାକ୍ତର ପଦ, ହେଲେ ଅଛନ୍ତି ମାତ୍ର ୧୧୫ ଜଣ ଡାକ୍ତର । ଏହା ଜାଣି ଜିଲ୍ଲାବାସୀଙ୍କୁ ମନେହେଉଛି ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ “ମୋ’ ସରକାର” ଏବଂ “୫ ଟି” ଯୋଜନା ସତେ ଯେମିତି ଏଠି ଅପହଞ୍ଚ ।

କଳାହାଣ୍ଡି ଜିଲ୍ଲାର ଜନସାଧାରଣ ସର୍ବଦା ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଜିଲ୍ଲାରେ ଭବାନୀପାଟଣା ଠାରେ ମୁଖ୍ୟ ଚିକିତ୍ସାଳୟ ସମେତ ଧର୍ମଗଡ଼ ଠାରେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସାଙ୍ଗକୁ ୧୭ ଗୋଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୨୪୧ଟି ସବ୍-ସେଣ୍ଟର୍‌ ରହିଛି । ଏହି ସମସ୍ତ ଡାକ୍ତରଖାନା ମାନଙ୍କରେ ସମୁଦାୟ ୩୪୦ଜଣ ଡାକ୍ତର ରହିବାକୁ ଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୧୧୫ ଜଣ । ମୋଟ ୨୨୫ ଜଣ ଡାକ୍ତର ପଦବୀ ଖାଲି ପଡିଛି ।

ଏହା ସହିତ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ଯଥା ସ୍ତ୍ରୀ ଓ ପ୍ରସୂତୀ, ମେଡିସିନ ସ୍ପେଶାଲିଷ୍ଟ୍‌, ଅସ୍ଥି-ଶୈଲ୍ୟ, ସର୍ଜରୀ, ନିଶ୍ଚେତକ ଓ ଶିଶୁ ରୋଗ ଭଳି ବହୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘ ଦିନରୁ ଡାକ୍ତର ପଦବୀ ଖାଲି ପଡିଛି ।

ସେହିପରି ୩୪ ନର୍ସ, ୬୮ ଏନଏଚଏସ, ୧୩ ଏମଏଚଏସ ଓ ୭ ଏଲଟି ପଦବୀ ମଧ୍ୟ ଖାଲି ପଡି଼ଛି । ଅପର ପକ୍ଷରେ ଜିଲ୍ଲାରେ ଥିବା ସିଏଚସି ଓ ପିଏଚସିମାନଙ୍କରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଆନୁସାଙ୍ଗିକ ବ୍ୟବସ୍ତା ନ ଥିବା ଯୋଗୁଁ ଅଧିକାଂଶ ସମୟରେ ସେଠାରୁ ରୋଗୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଅନ୍ତି।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରହିଛି ୨୨୫ ଶଯ୍ୟା । କିନ୍ତୁ ଏଠାରେ ଦୈନିକ ହାରାହାରୀ ୪୦୦ରୁ ୫୦୦ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଏପରି ସ୍ଥଳେ ସେମାନଙ୍କୁ ବାରଣ୍ଡାରେ ଚିକିତ୍ସା କରିବାକୁ ବାଧ୍ୟ ହୋଇଥାନ୍ତି ଡାକ୍ତରମାନେ। ଏହି ସମସ୍ୟା ଜିଲ୍ଲାର ଅନ୍ୟତମ ଉପଖଣ୍ଡ ମୁଖ୍ୟ ଧର୍ମଗଡ଼‌ ଚିକିତ୍ସାଳୟରେ ମଧ୍ୟ ଦେଖିବାକୁ ମିଳିଥାଏ ।

କେବଳ ଯେ ଡାକ୍ତର ସମସ୍ୟା ତାହା ନୁହେଁ । ଜିଲ୍ଲା ରେ ବହୁ ଡାକ୍ତରଖାନାମାନଙ୍କରେ ଭିତ୍ତିଭୂମିର ମଧ୍ୟ ଘୋର ଅଭାବ ରହିଛି । ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ ଗାଡି଼ ମଧ୍ୟ ନାହିଁ । ଫଳରେ ଜରୁରୀକାଳୀନ ପରିସ୍ଥିତିରେ ନିକଟସ୍ଥ ବ୍ଲକ୍‌‌ ଉପରେ ମଧ୍ୟ ନିର୍ଭର କରିବାକୁ ପଡି଼ଥାଏ । ଜିଲ୍ଲାର ଉପାନ୍ତ ଅଞ୍ଚଳ ଏବଂ ଗ୍ରାମାଞ୍ଚଳର କଥା ତ ନ କହିବା ଭଲ ।

ସ୍ୱାସ୍ଥ୍ୟସେବାର ଏପ୍ରକାର ବିପର୍ଯ୍ୟସ୍ଥ ଅବସ୍ତା ଯୋଗୁଁ କିଏ ଗାଁ ଅନେକ ଲୋକ ଝୋଲାଛାପ ଡାକ୍ତରମାନଙ୍କ ପାଖରେ ଚିକିତ୍ସା ହୋଇଥାଆନ୍ତି ତ ଆଉ ଅନେକେ ଚିକିତ୍ସା ନ ଗୁଣିଗାରେଡି଼କୁ ଭରଷା କରି ମୃତ୍ୟୁ ମୁଖରେ ମଧ୍ୟ ପଡିଥାଆନ୍ତି ।

ଧର୍ମଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ମଧ୍ୟ ଜିଲ୍ଲାରେ ବହୁ ଗୁରୁତ୍ତ୍ୱ ବହନ କରିଥାଏ । ଏହି ଡାକ୍ତରଖାନା ଉପରେ ଉପଖଣ୍ଡର ବହୁ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି । ଏପରିକି ପଡୋଶୀ ରାଜ୍ୟ ଛତିଶଗଡ଼ର କିଛି ଅଞ୍ଚଳ ଏବଂ ନୂଆପଡା଼ ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲାର ଲୋକେ ମଧ୍ୟ ନିର୍ଭର କରନ୍ତି । ଏଠାରେ ସେହି ଏକା ଅବସ୍ଥା ଯୋଗୁଁ ଉତ୍ତମ ଚିକିତ୍ସା ନ ପାଇ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଯାଇ ଅଯଥା ରେ ଖର୍ଚ୍ଚାନ୍ତ ହୁଅନ୍ତି ।

ଓଡ଼ିଶା ସରକାର ମୋ ସରକାର ଯୋଜନା ଏବଂ ୫ ଟି ମାଧ୍ୟମରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ତ୍ୱ ଦେଉଥିବା କଥା କହୁଥିବା ବେଳେ ପ୍ରକୃତ ପକ୍ଷେ କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଏହି ଯୋଜନା ଅପହଞ୍ଚ ବୋଲି ବୁଦ୍ଦିଜୀବି ମାନେ ପ୍ରକାଶ କରିଛନ୍ତି ।

ତେବେ କଳାହାଣ୍ଡି ସିଡିଏମ୍‌ଓ ଡଃ ବନଲତା ଦେବୀ କହନ୍ତି ଜିଲ୍ଲା ବାହାରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ସପ୍ତାହର ଭିନ୍ନଭିନ୍ନ ଦିନ ଡକେଇବାର ଯୋଜନା ଅଛି । “ଆମେ ସପ୍ତାହରେ ଅତି କମ୍‌ରେ ଚା଼ରି ଜଣ ସୁପର୍‌ସ୍ପେଶାଲିଷ୍ଟ୍‌ଙ୍କୁ ଡାକିବାର ଯୋଜନା ଉପରେ ବିଚ଼ାର କରୁଛୁ । ତାହା ହେଲେ କ୍ରିଟିକାଲ୍‌ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବନି,“ ସେ କହିଲେ ।
First published: