ମୟୂରଭଞ୍ଜରେ ଖୋଲିଥିବା ଆଦାନି-କିସ୍‌ ଆବାସିକ ସ୍କୁଲରେ ନିଃଶୁକ୍ଳ ପଢିବେ ୧,୫୦୦ ଗରିବ ପିଲା

ଆଦାନୀ ଫାଉଣ୍ଡେସନର ସହାୟତା ଓ କିସ୍‌ର ସହଭାଗିତାରେ ଆରମ୍ଭ ହୋଇଥିବା ଏହି ସମ୍ପୂର୍ଣ୍ଣ ଆବାସିକ ଓ ନିଃଶୁକ୍ଳ ସ୍କୁଲ୍‌ରେ ଏବେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହି ବିଦ୍ୟାଳୟ ପରିସରରେ ୫୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙକ ସହ ଆଦାନୀ ଫାଉଣ୍ଡେସନର ଅଧ୍ୟକ୍ଷା ପ୍ରୀତି ଜି. ଆଦାନୀ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙକ ସହ ଆଦାନୀ ଫାଉଣ୍ଡେସନର ଅଧ୍ୟକ୍ଷା ପ୍ରୀତି ଜି. ଆଦାନୀ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

  • Share this:
News18 Odia Digital

ବାରିପଦା: ଅନୁସୂଚିତ ଜନଜାତିଙ୍କ ଶିକ୍ଷାଗତ ପ୍ରଗତି ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ନିକଟସ୍ଥ ବାଙ୍କିଶୋଳରେ ଆଦାନି-କିସ୍‌ ଆବାସିକ ସ୍କୁଲ ଉଦ୍‌ଘାଟନ କରିଛନ୍ତି । ତା’ ସହିତ ମୟୂରଭଞ୍ଜ ପାଇଁ ୨୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ସେ ଜିଲ୍ଲାବାସୀଙ୍କୁ ଏକ ପ୍ରକାର ନୂଆ ବର୍ଷ ଭେଟି ଦେଇଛନ୍ତି ।

ଆଦାନୀ ଫାଉଣ୍ଡେସନ୍‌ର ସହାୟତା ଏବଂ କିସ୍‌ର ସହଭାଗିତାରେ କିସ୍ ଜମିରେ ନିର୍ମାଣ ହୋଇଛି ଏହି ସ୍କୁଲ । ଏହା କିସ୍ ଭୁବନେଶ୍ବର ଭଳି ସମ୍ପୂର୍ଣ୍ଣ ଆବାସିକ ଓ ନିଃଶୁକ୍ଳ ଭାବେ ପରିଚାଳିତ ହେବ । ସ୍କୁଲରେ ଏବେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏ ରହିଛି ଏବଂ ଏଥିରେ ପଢିବେ ମୟୂରଭଞ୍ଜର ୧,୫୦୦ ଗରିବ ପିଲା । ଏହି ବିଦ୍ୟାଳୟ ପରିସରରେ ୫୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ମଧ୍ୟ ଉଦଘାଟନ କରିଥିଲେ ମୁଖ୍ୟ ମନ୍ତ୍ରୀ ।

ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିବା ସ୍ୱନାମଧନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ଆଦାନୀ ଫାଉଣ୍ଡେସନର ଅଧ୍ୟକ୍ଷା ପ୍ରୀତି ଜି. ଆଦାନୀ, ଆଦାନୀ ପୋର୍ଟସ ଏବଂ ଏସ୍‌ଇଜେଡ୍‌ ଲିମିଟେଡର ସିଇଓ କରଣ ଗୌତମ ଆଦାନୀ, ରାଜସ୍ବ ମନ୍ତ୍ରୀ ସୁଦାମ ମାରଣ୍ଡି, କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ସାଂସଦ ବିଶ୍ବେଶ୍ବର ଟୁଡୁ । ସମସ୍ତେ ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ସରକାରଙ୍କ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଆଦାନି-କିସ୍‌ ଆବାସିକ ସ୍କୁଲର ଦୃଶ୍ୟ


ବିଦ୍ୟାଳୟ ପରିସରରୁ ହିଁ ମୟୂରଭଞ୍ଜ ଜିଲ୍ଲା ପାଇଁ ୨୫୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ରାସ୍ତା, ପୋଲ ଓ ଜଳ ଯୋଗଣା ଭଳି ପ୍ରକଳ୍ପ ପାଇଁ ବ୍ୟୟ ହେବ ୨୦୦ କୋଟି ଟଙ୍କା । କାର୍ଯ୍ୟକ୍ଷମ ହୋଇ ସାରିଥିବା ୫୦ କୋଟି ଟଙ୍କାର ପ୍ରକଳ୍ପକୁ ମଧ୍ୟ ମୁଖ୍ୟ ମନ୍ତ୍ରୀ ଲୋକାର୍ପଣ କଲେ । ଏହା ସହ ବାରିପଦାର ଜଗନ୍ନାଥ ମନ୍ଦିର ପାଇଁ ୫ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ ପଟ୍ଟନାୟକ ।

ଉଦ୍‌ଘାଟନ ସମାରୋହରେ ସମ୍ମିଳିତ ଆଦିବାସୀ ଛାତ୍ରୀଛାତ୍ର


ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ୬ ହଜାର ୫୦୦ ହଷ୍ଟେଲରେ ୬ ଲକ୍ଷ ଆଦିବାସୀ ପିଲା ପାଠ ପଢୁଛନ୍ତି । ‘‘ଏହା ରାଜ୍ୟ ପାଇଁ ବଡ଼ ଗୌରବର କଥା ଯେ ସେମାନେ ଆଜି ସୁନାମ ଅର୍ଜନ କରୁଛନ୍ତି,’’ ସେ କହିଥିଲେ ।
Published by:Anand Shankar Thankur Das
First published: