ରାଜ୍ୟରେ ଦିନକୁ ଆତ୍ମହତ୍ୟା କରୁଛନ୍ତି ୧୫ ଜଣ

ଟ୍ରେଣ୍ଡ ପାଲଟି ଗଲାଣି ଆତ୍ମହତ୍ୟା। ସରକାରୀ ତଥ୍ୟ ଅନୁସାରେ ଦିନକୁ ୧୫ରୁ ୧୬ ଜଣ ଆତ୍ମହତ୍ୟା କରି ଜୀବନ ହାରୁଛନ୍ତି।

ରାଜ୍ୟରେ ଦିନକୁ ଆତ୍ମହତ୍ୟା କରୁଛନ୍ତି ୧୫ ଜଣ (ପ୍ରତୀକାତ୍ମକ ଛବି)

ରାଜ୍ୟରେ ଦିନକୁ ଆତ୍ମହତ୍ୟା କରୁଛନ୍ତି ୧୫ ଜଣ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଟ୍ରେଣ୍ଡ ପାଲଟି ଗଲାଣି ଆତ୍ମହତ୍ୟା। ଆଗ ପଛ ବିଚାର ନ କରି ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି ଯୁବପିଢି। କେବଳ ଯୁବପିଢି ନୁହେଁ ଆତ୍ମହତ୍ୟାର କିଛି ବୟସ ସୀମା ରହୁନାହିଁ। ସରକାରୀ ତଥ୍ୟ ଦେଖିଲେ ପ୍ରତିଦିନ ପ୍ରାୟ ୧୫-୧୬  ଜଣ ଆତ୍ମହତ୍ୟାରେ ପ୍ରାଣ ହରାଉଛନ୍ତି।

ଅଗଷ୍ଟ ୨୭ରେ ଜି.ଉଦୟଗିରି ଥାନା ଏସଆଇ ସ୍ୱାଗତିକା ବେହେରା। ଅଗଷ୍ଟ ୨୪ରେ ମଞ୍ଚେଶ୍ୱେର ଅଞ୍ଚଳର ପ୍ରଜ୍ଞା ପରୀମିତା ଦାସ। ଅଗଷ୍ଟ ୧୯ ଚନ୍ଦ୍ରଶେଖର ପୁର ଅଞ୍ଚଳର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ। ଜୁଲାଇ ୨ରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି। ଜୁନ ୨୪ରେ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା ଘଟଣା। ଏଇ  କିଛି ଦିନର ଏଭଳି କିଛି ଆତ୍ମହତ୍ୟା ଘଟଣା ରାଜ୍ୟର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଖବର ସାମ୍ନାକୁ ଆସୁଛି। ସରକାରୀ ତଥ୍ୟ କହୁଛି ରାଜ୍ୟରେ ଆତ୍ମହତ୍ୟା ମାମଲା ବଢ଼ିଚାଲିଛି। ଦିନକୁ ପ୍ରାୟ ୧୫-୧୬ ଜଣ ଆତ୍ମହତ୍ୟା କରି ପ୍ରାଣ ହରାଉଛନ୍ତି।  ୨୦୨୦ ରେ ମୋଟ ୧୯ ହଜାର ୬୭୧ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ୫ ହଜାର ୪୮୨  ଆତ୍ମହତ୍ୟା ଜନିତ ମାମଲା ରୁଜୁ ହୋଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ୧୧୫ ଟି ମାମଲା ହତ୍ୟାକୁ ପରିବର୍ତ୍ତିତ ହୋଇଛି। ସେହିପରି ୨୦୨୧ ରେ ୨୦ ହଜାର ୨୦୯ ଅପମୃତ୍ୟୁ ମାମଲାରୁ ୫ ହଜାର ୬୪୯ ଆତ୍ମହତ୍ୟା ଜନିତ ଲୋ। ସେହିବର୍ଷ ପ୍ରାୟ ୮୯ ଟି ମାମଲା ପରବର୍ତ୍ତୀ ମୁହୂର୍ତ୍ତରେ ହତ୍ୟା କୁ ପରିବର୍ତ୍ତିତ ହୋଇଛି । ପ୍ରତିଦିନ ଏଭଳି ଗୋଟେ ପରେ ଗୋଟେ ଘଟଣା ସାମ୍ନାକୁ ଆସୁଥିବା ବେଳେ କେତେ ପରିବାର ଯେ ବେସାହାରା ହୋଇଯାଉଛି ତାହା ଏହି ତଥ୍ୟରୁ ସ୍ପଷ୍ଟ ଅନୁମେୟ।

ଆତ୍ମହତ୍ୟା ପୂର୍ବରୁ ମାନସିକ ବିଷାଦରେ ରହିବା ଏକ ବଡ ଲକ୍ଷଣ। ଏପରି ଘଟଣା ସାମ୍ନାକୁ ଆସିଲେ ତତକ୍ଷଣାତ୍ ମାନସିକ ରୋଗୀ ଡାକ୍ତରଙ୍କ ପରାମର୍ଶ ପାଇ ମତ ଦେଇଛନ୍ତି ବିଶେଷଜ୍ଞ। ମନସ୍ତତ୍ତ୍ୱବିତ୍ତ ମୌସୁମୀ ସେଠୀ କହିଛନ୍ତି,"କେହି ଆତ୍ମହତ୍ୟା କରିବା ପୂର୍ବରୁ ଦୀର୍ଘ ଦିନ ଧରି ମାନସିକ ଅବସାଦରେ ରହିବା ସ୍ଵାଭାବିକ। ଏଭଳି ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ପରିବାର ଲୋକ ଓ ବନ୍ଧୁ ପରିଜନ ସେମାନଙ୍କ ସମସ୍ୟା ବୁଝିବା ସହ ସମୟ ଅତିବାହିତ କରିବା ଆବଶ୍ୟକ"।
Published by:Soumya Das
First published: