ଧବଳେଶ୍ୱର ପୀଠରେ ୧୪୪ ଧାର ଜାରି; ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରହିବ ଝୁଲାପୋଲ

ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା । ଝୁଲାପୋଲ ମରାମତି ପାଇଁ ଏହା ଲାଗୁ କରାଯାଇଛି । ଭକ୍ତଙ୍କୁ ମଧ୍ଯ ଆସିବା ନେଇ ବାରଣ କରାଯାଇଛି ।

ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାର (ପ୍ରତୀକାତ୍ମକ ଛବି)

ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଆଠଗଡ଼: ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା । ଝୁଲାପୋଲ ମରାମତି ପାଇଁ ଜାରି ହେଲା ଏହା ଲାଗୁ କରାଯାଇଛି । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଗୋଟିଏ ଦିନ ପାଇଁ ଝୁଲାପୋଲ ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଥିଲେ । ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ବନ୍ଦ କରାଯିବ ବୋଲି କୁହାଯାଇଥିଲା । ଟେକ୍ନିକାଲ ଟିମ୍ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ।

https://odia.news18.com/news/odisha/cuttack-dhabaleswar-hanging-bridge-caps-pedestrian-limit-after-morbi-case-3ssd-31102022-ssd-133231.html

କଲିକତାରୁ ଆସିଥିବା ବୈଷୟିକ ଟିମ୍‌ ଯାଞ୍ଚ ପରେ ପୋଲ ଦୁର୍ବଳ ଥିବା କହିଥିଲା । ଝୁଲା ପୋଲର ଷ୍ଟେ-ରୋପକୁ ଧରି ରଖିଥିବା ଲୁହା ବିମ୍ ଓ ବକ୍ସ କଳଙ୍କି ଲାଗି ନଷ୍ଟ ହୋଇଯାଇଥିବାର ଖବର ଦେଖାଇଥିଲା ନ୍ଯୁଜ ୧୮ ।



ମୋରବି ପୋଲ ଭୁଷୁଡିବା ପରେ ସତର୍କ ହୋଇଥିଲା ଗ୍ରାମ ଉନ୍ନୟନ ବିଭାଗ। କଟକ ଆଠଗଡ ସ୍ଥିତ ଧବଳେଶ୍ବର ଝୁଲା ପୋଲକୁ ନେଇ ସତର୍କ ସୂଚନା ଜାରି କରିଥିଲା। ଝୁଲା ପୋଲ ଦୁର୍ବଳ ରହିଛି। ଏକକାଳୀନ ଦୁଇ ଶହରୁ ଉର୍ଦ୍ଧ୍ବ ବ୍ୟକ୍ତି ପୋଲରେ ଯିବା ଆସିବା ମନା ବୋଲି ଏକ ବ୍ୟାନରରେ ଉଲ୍ଲେଖ କରି ସୂଚନା ଦେଇଥିଲା ବିଭାଗ।

ସେପଟେ ପୋଲ ଦୁର୍ବଳ ଥିବାରୁ କେବଳ ବଡ଼ଓଷା ବ୍ରତଧାରୀ ମାନେ ଦର୍ଶନ ପାଇଁ ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ଏବେ ଅସ୍ଥାୟୀ ଭାବେ ଡଙ୍ଗାର ବ୍ୟବସ୍ଥା କରାଯାଇଥିବା ବେଳେ, ୩ ମାସ ମଧ୍ୟରେ ସ୍ଥାୟୀ ବ୍ରିଜ କାମ ସରିଲେ ଯାତାୟତ ସମସ୍ୟା ଦୂର ହେବ ବୋଲି କହିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ।
Published by:Soumya Das
First published: