Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ

ନିର୍ମଳା ସୀତାରମଣଙ୍କ ଏହି ବଜେଟ୍ ଅର୍ଥନୀତିର ଅଭିବୃଦ୍ଧି ଇଞ୍ଜିନକୁ କେତେ ଗତି ଦେଇପାରୁଛି ତାହା ଆଗାମୀ ସମୟରେ ଜଣାପଡ଼ିବ । ଆସନ୍ତୁ ଜାଣିବା ବଜେଟରେ ସେହି ୧୪ଟି ବିଶେଷ କଥା ଯାହା ଉପରେ ସମସ୍ତଙ୍କ ଆଖି ରହିଛି ।

Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ସମୟର ଦୃଶ୍ୟ
  • News18 Odia
  • Last Updated: February 1, 2021, 4:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଅବଧିରୁ ସୁସ୍ଥ ହେଉଥିବା ଅର୍ଥନୀତିକୁ ଗତି ଦେବାକୁ ମୋଦୀ ସରକାର ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଆଜି ଡିଜିଟାଲ୍ କପି ମାଧ୍ୟମରେ ଲୋକ ସଭାରେ ବଜେଟ୍ ଭାଷଣ (Budget Speech) ପଢ଼ିଛନ୍ତି । ବିଶ୍ୱ ମହାମାରୀ ମଧ୍ୟରେ ସରକାର ଆଜିର ବଜେଟରେ ଅନେକ ବଡ଼ ଘୋଷଣା କରିଛନ୍ତି ।

ନିର୍ମଳା ସୀତାରମଣଙ୍କ ଏହି ବଜେଟ୍ ଅର୍ଥନୀତିର ଅଭିବୃଦ୍ଧି ଇଞ୍ଜିନକୁ କେତେ ଗତି ଦେଇପାରୁଛି ତାହା ଆଗାମୀ ସମୟରେ ଜଣାପଡ଼ିବ । ବଜେଟର ଉପସ୍ଥାପନା ପରେ ଏହାର ବିଶ୍ଳେଷଣ ମଧ୍ୟ ଆରମ୍ଭ ହୋଇଛି । ଇତି ମଧ୍ୟରେ ଆସନ୍ତୁ ଜାଣିବା ଆଜିର ବଜେଟରେ ସେହି ୧୪ଟି ବିଶେଷ କଥା ଯାହା ଉପରେ ସମସ୍ତଙ୍କ ଆଖି ରହିଛି ।

୧.

କୃଷି ଆଇନକୁ (farm laws) ନେଇ ଉତ୍ତେଜନା ମଧ୍ୟରେ ଅର୍ଥ ମନ୍ତ୍ରୀ ୨୦୨୧-୨୨ ପାଇଁ କୃଷି ବଜେଟରେ (agriculture budget) ବୃଦ୍ଧି ଘୋଷଣା କରିଛନ୍ତି । ନୂଆ ଆର୍ଥିକ ବର୍ଷରେ ଏହି କ୍ଷେତ୍ର ପାଇଁ ବଜେଟକୁ ୧.୫ ଲକ୍ଷ କୋଟି ଟଙ୍କା ବୃଦ୍ଧି କରାଯାଇଛି, ଯାହା ପରେ ଏହା ବର୍ତ୍ତମାନ ୧୬.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷରେ ଏହା ୧୫ ଲକ୍ଷ କୋଟି ଟଙ୍କା ଥିଲା ।

୨.

ସରକାର ସୁଲଭ ଗୃହ (affordable housing) ଉପରେ ସୁଧ ସୀମା ଛାଡକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ସୁଲଭ ଗୃହ ଓ ଭଡା ଗୃହକୁ (rental housing) ଜୁଲାଇ ୨୦୧୯ରେ ୧.୫ ଲକ୍ଷ ଟଙ୍କାର ସୁଧ ଛାଡ ରିହାତି ପ୍ରଦାନ କରାଯାଇଥିଲା । ଏପରି ପରିସ୍ଥିତିରେ ଯଦି ଆପଣ ଏକ ଘର କିଣୁଛନ୍ତି ଓ ମାର୍ଚ୍ଚ ୨୦୨୨ ସୁଦ୍ଧା ଋଣ ନେଉଛନ୍ତି, ତେବେ ଆପଣ ଏହି ରିହାତିର ଲାଭ ପାଇବେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ‘କିଛି ସତର୍କତା ଜରୁରୀ,’ କହିଲେ ବିଶେଷଜ୍ଞ

୩.

ଏ ଥର ବଜେଟରେ ଟ୍ୟାକ୍ସ ସ୍ଲାବରେ (tax slab) କୌଣସି ପରିବର୍ତ୍ତନ କରାଯାଇ ନାହିଁ । ତଥାପି ୭୫ ବର୍ଷ ବୟସରୁ ଅଧିକ ପେନସନଭୋଗୀଙ୍କୁ ଆଉ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ । ଛୋଟ ଟିକସଦାତାଙ୍କ (small taxpayers) ପାଇଁ ମୁଖହୀନ ବିବାଦର ସମାଧାନ ବ୍ୟବସ୍ଥାକୁ (faceless dispute resolution mechanism) ଆହୁରି ବିସ୍ତାରିତ କରାଯିବ । ଟିକସ ତଦନ୍ତ ଆଉଥରେ ଖୋଲିବାର (tax investigation reopening) ଅବଧି ଛଅ ବର୍ଷରୁ ତିନି ବର୍ଷକୁ ହ୍ରାସ କରାଯାଇଛି ।

୪.

ସରକାର ୨୦୨୨ ବର୍ଷ ପାଇଁ ଆର୍ଥିକ ନିଅଣ୍ଟ (fiscal deficit) ଲକ୍ଷ୍ୟ ଦେଶର ଜିଡିପିର ୯.୫ ପ୍ରତିଶତରେ ଧାର୍ଯ୍ୟ କରିଛନ୍ତି । ଏଥି ସହ ଖର୍ଚ୍ଚ ଲକ୍ଷ୍ୟକୁ ୨ ପ୍ରତିଶତ ବୃଦ୍ଧି କରି ୩୪.୫୦ ଲକ୍ଷ କୋଟି ଟଙ୍କା ରଖାଯାଇଛି । ଅର୍ଥ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସରକାରଙ୍କ ମୋଟ ଋଣ ୧୨ ଲକ୍ଷ କୋଟି ଟଙ୍କା ହେବ । ୨୦୨୬ ଆର୍ଥିକ ବର୍ଷ ସୁଦ୍ଧା ରାଜକୋଷୀୟ ନିଅଣ୍ଟକୁ (fiscal deficit) ୪.୫ ପ୍ରତିଶତକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢ଼ନ୍ତୁ | ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ: ସ୍କୁଟିରେ ମୃତ ଦେହ ଆଣି ଫିଙ୍ଗିଥିବା ଦୁଇ ଜଣ ଚିହ୍ନଟ ହେଲେ

୫.

ଅର୍ଥ ମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ବିଚାରାଧୀନ ଥିବା ସବୁ ବିନିଯୋଗ ପ୍ରକ୍ରିୟାକୁ (disinvestment) ଆର୍ଥିକ ବର୍ଷ ୨୦୨୨ରେ ପୂରା କରାଯିବ । ଏଥିରୁ ମିଳିବାକୁ ଥିବା ଅର୍ଥର ପରିମାଣ ୧.୭୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଧାର୍ଯ୍ୟ କରାଯାଇଛି । ନିର୍ମଳା ସୀତାରମଣ କହିଛନ୍ତି ଯେ ଏୟାର ଇଣ୍ଡିଆ ଓ ଦୁଇଟି ସରକାରୀ ବ୍ୟାଙ୍କ ଏହି ବିନିଯୋଗ ଯୋଜନାରେ ଅନ୍ତର୍ଭୁକ୍ତ । ଯାନବାହାନ ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ (air pollution) ହ୍ରାସ କରିବା ପାଇଁ ଏକ ନୂଆ ସ୍କ୍ରାପ୍ ନୀତି ଘୋଷଣା କରାଯାଇଛି । ଘରୋଇ ଯାନଗୁଡ଼ିକୁ ୨୦ ବର୍ଷ ପରେ ଫିଟନେସ୍ ପରୀକ୍ଷା ଦେବାକୁ ପଡି଼ବ ।

୬.

କରୋନା ସଂକ୍ରମଣର (Coronavirus) ପରିଚାଳନା ଓ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି କରୋନା ଟିକା (Corona Virus) ପାଇଁ ୩୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ ଆବଶ୍ୟକ ହେଲେ ଅଧିକ ଅର୍ଥ ଆବଣ୍ଟନ କରାଯିବ ।

୭.

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୨.୩୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯିବ । ଏହା ଦ୍ୱାରା ଦେଶର ସ୍ୱାସ୍ଥ୍ୟ ବଜେଟ୍ ପୂର୍ବ ବର୍ଷ ତୁଳନାରେ ୧୩୫ ପ୍ରତିଶତ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

୮.

ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ PM ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା ପାଇଁ ୬୪,୧୮୦ କୋଟି ଟଙ୍କା ଖର୍ଚ୍ଚ କରିବାର ପ୍ରସ୍ତାବ ଅଛି ଓ ମିଶନ ପୁଷ୍ଟିକର ୨.୦ ଚଳିତ ବର୍ଷ ଆରମ୍ଭ ହେବ ।

୯.

ଉଜ୍ଜ୍ୱଳା ଯୋଜନାର (Ujjwala Scheme) ଲାଭ ୧ କୋଟି ହିତାଧିକାରୀଙ୍କ ନିକଟରେ ପହଞ୍ଚା ଯିବ । ନୂଆ ଆର୍ଥିକ ବର୍ଷରେ ହାଇଡ୍ରୋଜେନ ଶକ୍ତି ମିଶନ (Hydrogen Energy Mission) ଆରମ୍ଭ ହେବ । ଆସନ୍ତା ତିନି ବର୍ଷରେ ସରକାର ୧୦୦ଟି ନୂଆ ଜିଲ୍ଲାକୁ ସହରୀ ଗ୍ୟାସ ବିତରଣ ନେଟୱାର୍କରେ ସଂଯୋଗ କରିବେ । ଏକ ସ୍ୱାଧୀନ ଗ୍ୟାସ୍‌ ପରିବହନ ଅପରେଟର ନିର୍ମାଣ ହେବ ।

୧୦.

ନିର୍ମଳା ସୀତାରମଣ ବୀମା କ୍ଷେତ୍ର (insurance sector) ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (FDI) ସୀମା ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଦେଶର ବୀମା କ୍ଷେତ୍ର ଓ ବୀମା ନିୟନ୍ତ୍ରକ IRDAI ବିଦେଶୀ ପୁଞ୍ଜି ବିନିଯୋଗ ସୀମା ବଢ଼ାଇବା ସପକ୍ଷରେ ଅଛନ୍ତି । ଭାରତରେ ଜିଡିପିରେ ବୀମା କ୍ଷେତ୍ରର ଅବଦାନ କମ୍‌ ଥିବା ଦେଖାଯାଉଛି । ଭାରତର ଅଧାରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟ ବୀମା ନାହିଁ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

୧୧.

ବ୍ୟାଙ୍କଗୁଡିକର ପୁନଃପୁଞ୍ଜିକରଣ ପାଇଁ ୨୦ ହଜାର କୋଟି ଟଙ୍କା ଦିଆଯିବ । ସରକାରୀ ବ୍ୟାଙ୍କଗୁଡ଼ିକର ଏକାଉଣ୍ଟ୍‌ ସଂଶୋଧନ କରିବା ଉପରେ ଗୁରୁତ୍ୱ ଦିଆଯିବ । ବ୍ୟାଙ୍କଗୁଡିକରେ ଅଟକି ରହିଥିବା ଋଣ ପରିଚାଳନା ପାଇଁ ସରକାର ଏକ ଅନୁଷ୍ଠାନ ଗଠନ କରିବେ ।

୧୨.

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଉତ୍ପାଦନ କ୍ଷେତ୍ରରେ (manufacturing sector) ବି ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି (double digit growth) ଆବଶ୍ୟକ । PLI ଯୋଜନା ବ୍ୟତୀତ ସରକାର ଏକ ମେଗା-ନିବେଶ ଟେକ୍ସଟାଇଲ୍ ପାର୍କ (mega-investment textile park) ଆରମ୍ଭ କରିବେ ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ଦୁଇ ଝିଅଙ୍କ ବଚସା ବେଳେ ଗାଲ କାମୁଡ଼ା ତା ପରେ ପିତାଙ୍କୁ ହାଣି ହତ୍ୟା କଲେ

୧୩.

ପିଏମ୍‌ ସ୍ୱସ୍ଥ ଭାରତ ଯୋଜନାରେ (health) ସରକାର ଆସନ୍ତା ଛଅ ବର୍ଷରେ ୬୪,୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ । ସରକାର ୧,୪୧,୬୭୮ କୋଟି ଟଙ୍କା ବ୍ୟୟରେ ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ (Urban Swachh Bharat Mission) ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଟଙ୍କା ଆସନ୍ତା ପାଞ୍ଚ ବର୍ଷରେ ଖର୍ଚ୍ଚ ହେବ ।





୧୪.

ତାମିଲ ନାଡୁର ୩,୫୦୦ କିଲୋମିଟର ଜାତୀୟ ରାଜପଥ ପାଇଁ ସରକାର ୧.୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । କେରଳରେ ମଧ୍ୟ ୧,୫୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଯୋଜନା ଅଛି । ଏଥି ପାଇଁ ୬୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଏକ ଆର୍ଥିକ କରିଡର (economic corridor) ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଅର୍ଥ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଜାତୀୟ ଇନଫ୍ରା ପାଇପଲାଇନର (national infra pipeline) ଲକ୍ଷ୍ୟ ପୂରଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।
Published by: Anand Shankar Thankur Das
First published: February 1, 2021, 4:14 PM IST