News 18 Odia Digital
Odisha Bandh : ରାଜ୍ୟରେ ବଡ଼ ବନ୍ଦ ଡାକରା । କାଲି ୧୪ ଜିଲ୍ଲାରେ ଠପ୍ ହୋଇପାରେ ଜୀବନଯାତ୍ରା । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ହିନ୍ଦୁ ସଂଗଠନ । ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ହରତାଳକୁ ବିଜେପି ସମର୍ଥନ କରିବ ବୋଲି କହିଛି । ରାଜ୍ୟ ବିଜେପି ପକ୍ଷରୁ ଏନେଇ ପ୍ରେସ୍ ରିଲିଜ ଜାରି କରାଯାଇଛି । ତେଣୁ ବନ୍ଦର ବ୍ୟାପକ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।
ବନ୍ଦ ଡାକରା ଦିଆଯାଇଥିବା ୧୪ଟି ଜିଲ୍ଲା ମଧ୍ୟରେ ରହିଛି ସମ୍ୱଲପୁର, ଦେବଗଡ଼, ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ଼. ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି ଓ ରାୟଗଡା । ଏହି ସବୁ ଜିଲ୍ଲାରେ ଯଦିଓ ହରତାଳ ପାଇଁ ଡାକରା ଦିଆଯାଇଛି, କିନ୍ତୁ ଯେଉଁ ଘଟଣା ପ୍ରତିବାଦରେ ଏହି ବନ୍ଦ କରାଯାଉଛି ତାହା ଚିନ୍ତାର କାରଣ ହୋଇପାରେ । ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପୋଲିସ ପ୍ରଶାସନ ସଜାଗ ହେଲେଣି ।
ଅନ୍ୟପଟେ ବିଜେପିର ବନ୍ଦ ସମର୍ଥନକୁ ବିଜେଡି ନିନ୍ଦା କରିଛି । ବିଜେଡି (bjd) ମୁଖପାତ୍ର ଶ୍ରୀମୟୀ ମିଶ୍ର (Shreemayee mishra) ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ସମ୍ବଲପୁରରେ ଶାନ୍ତି ଫେରୁଛି, ପୋଲିସ ପଦକ୍ଷେପ ନେଇଛି । ତେଣୁ ବିଜେପିର ବନ୍ଦ ପାଳନ ଦୁର୍ଭାଗ୍ୟଜନକ । ‘ରାଜନୈତିକ ଫାଇଦା ପାଇଁ ବିଜେପି ଏଭଳି କରୁଛି’ ପରୀକ୍ଷା ଚାଲିଥିବା ବେଳେ ବନ୍ଦ ଡାକରା ଦୁଃଖଦାୟକ ବୋଲି ଶ୍ରୀମୟୀ କହିଛନ୍ତି ।
https://www.youtube.com/watch?v=-zwwYPAu9js&t=34s
ସୂଚନାଯୋଗ୍ୟ, ସମ୍ୱଲପୁର ସହରରେ ହନୁମାନ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଓ ହନୁମାନ ଜୟନ୍ତୀ ପାଳନ ଦିନ ଯେଉଁଭଳି ଭାବରେ ହିଂସାକାଣ୍ଡ ଘଟିଥିଲା ତାର ପ୍ରତିବାଦରେ ଏହି ବନ୍ଦ କରାଯାଉଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସବାପତି ଦାମୋଦର କରଙ୍କ ସମେତ ଅନେକ ସାଧାରଣ ଲୋକ, ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମ୍ୱଲପୁରର ଯେଉଁ ପରିସ୍ଥିତି ଘଟିଲା ତାହା ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଘଟିଲା ବୋଲି ବିଜେପି ପ୍ରେସ୍ ରିଲିଜରେ କହିଛି ।
ଆପଣଙ୍କୁ କହିରଖୁଛୁ ଯେ, ସେହି ହିଂସା କାଣ୍ଡ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ସମ୍ୱଲପୁର ସହରରେ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି । ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଦେଖା ଦେଇଛି ସମସ୍ୟା। ଯାହାଦ୍ୱାରା ଜୀବନଯାତ୍ରା ପ୍ରବାବିତ ହୋଇଛି । ଅନଲାଇନ ଟ୍ରାଜେକ୍ସନ (transaction) ତଥା upi ପେମେଣ୍ଟ ଓ ୱାର୍କ ଫର୍ମ ହୋମ (work from home) ବ୍ୟବସ୍ଥା ଠପ୍ ହୋଇ ଯାଇଛି । ଫଳରେ ବିଭିନ୍ନ ବର୍ଗର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଇଣ୍ଟରନେଟର ନଥିବାରୁ ସବୁକିଛି ଠପ୍ ହେଇଯାଇଛି। କେବଳ ବ୍ୟବସାୟୀକ ନେଣ ଦେଣ ନୁହେଁ ଅନଲାଇନ ଶିକ୍ଷା ଦାନ ମଧ୍ୟ ପ୍ରଭାବିତ ହେଉଛି । ସେହିପରି ଅନଲାଇନ ମାର୍କେଟିଂ (marketing) , ଫୁଡ୍ ଡେଲିଭରୀ (food delivery) ସହ ଜିପିଏସ ଟ୍ରାକିଂ gps trackeing ବ୍ୟବସ୍ଥା ମଧ୍ୟ ଅଟକି ଯାଇଛି।
ଅନ୍ୟପଟେ, ଧିରେ ଧିରେ ସମ୍ବଲପୁରରେ ଫେରୁଛି ଶାନ୍ତି । କର୍ଫ୍ଯୁ ସମୟରେ କୋହଳ ପରେ ଜନଜୀବନ ସ୍ବାଭାବିକ ହେଉଛି । ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଶାନ୍ତି ଫେରିବା ଉପରେ ଆଲୋଚନା ହୋଇଥିବାବେଳେ ପଡ଼ା ଗୁଡିକରେ ଉଭୟ ସମ୍ପ୍ରଦାୟଙ୍କୁ ନେଇ ପ୍ରଶାସନ ଉପସ୍ଥିତିରେ ବୈଠକ ହୋଇଛି । ସେପଟେ ସର୍ବଧର୍ମ ବୈଠକ କରିଛି ଶାନ୍ତି କମିଟି। ଏପଟେ ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର
ସେହିପରି ଧିରେ ଧିରେ ସହରରେ ଶାନ୍ତି ଫେରୁଛି । କର୍ଫ୍ୟ ଜାରି ହୋଇଥିବାବେଳେ କୋହଳ ସମୟ ସାଢ଼େ ୮ ଘଣ୍ଟାକୁ ବୃଦ୍ଧି କରାଯାଇଛି । ଫଳରେ ଲୋକଙ୍କ ଜୀବନ ଯାତ୍ର ମଧ୍ୟ ସ୍ବାଭାବିକ ସ୍ଥିତି ଫେରୁଛି । ଏହାସହ ଆହୁରି ୨୪ ଘଣ୍ଟା ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି ଶାନ୍ତି କମିଟି ବୈଠକ । ସେହିପରି ସ୍ଥାନୀୟ ସାମ୍ବାଦିକ ଭବନରେ ବି ସର୍ବଧର୍ମ ସଭା ଶାନ୍ତି କମିଟି ବୈଠକ । ବିଭିନ୍ନ ପଡ଼ାରେ ବି ପ୍ରଶାସନ ବୈଠକ କରିଛି । ବୈଠକରେ ଶାନ୍ତି ଫେରାଇ ଆଣିବା ଉପରେ ଆଲୋଚନା ହୋଇଥିବାବେଳେ ସବୁଠି ହିଂସାକୁ ନିନ୍ଦା କରାଯାଇଛି । ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛି ପ୍ରଶାସନ ।
ଏହି ଖବର ପଢ଼ନ୍ତୁ -
ଅଧିକ ପାଣି ପିଉଛନ୍ତି କି ? କୋମାକୁ ଯାଇପାରନ୍ତି ଆପଣ ! ଜାଣନ୍ତୁ କେତେ ପିଇବା ଉଚିତନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।