ରାଜଧାନୀରେ ୧୪ଟି ଡ୍ୟାନ୍ସବାରକୁ ମିଳିଲା ଅନୁମତି; ସର୍ତ୍ତ ନ ମାନିଲେ କାର୍ଯ୍ୟାନୁଷ୍ଠାନ

। ଡ୍ୟାନ୍ସ ବାରଗୁଡ଼ିକ ଦିନ ୧୨ରୁ ରାତି ୧୨ ଖୋଲା ରହିବ । ୨୧ ବର୍ଷରୁ କମ ଯୁବତୀ ଡ୍ୟାନ୍ସବାରରେ ନୃତ୍ୟ ପ୍ରଦର୍ଶନ କରିପାରିବେ ନାହିଁ । ବାର ଡ୍ୟାନ୍ସରମାନେ ଉତ୍ତେଜନମୂଳକ ଡ୍ରେସ ପିନ୍ଧିବେ ନାହିଁ ।

ରାଜଧାନୀରେ ୧୪ଟି ଡ୍ୟାନ୍ସବାରକୁ ମିଳିଲା ଅନୁମତି (ପ୍ରତୀକାତ୍ମକ ଛବି)

ରାଜଧାନୀରେ ୧୪ଟି ଡ୍ୟାନ୍ସବାରକୁ ମିଳିଲା ଅନୁମତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପୁଣି ରଙ୍ଗୀନ ହେବ ରାଜଧାନୀର ରାତି । ଠୁମକା ଲଗାଇବେ ବାରଗାର୍ଲ । ମତୁଆଲା ହେବେ ଗ୍ରାହକ । ଝଲମଲ ଆଲୁଅରେ ଝଲସିବ ଡ୍ୟାନ୍ସ ବାର । ରାଜଧାନୀର ୧୪ଟି ଡ୍ୟାନ୍ସ ବାର୍‌କୁ ଏଥିପାଇଁ ମିଳିସାରିଛି ଅନୁମତି। ହେଲେ ବାର ଖୋଲିବାକୁ ମାଲିକଙ୍କୁ ମାନିବାକୁ ପଡ଼ିବ  ପ୍ରଶାସନ ଦ୍ବାରା ପ୍ରସ୍ତୁତ ୧୮ଟି ଗାଇଡ଼ଲାଇନ । ଏନେଇ ଅନୁମତି ପାଇଥିବା ବାରଗୁଡିକୁ ନିର୍ଦ୍ଦେଶନାମା ଜାରି କରିଛି ଅବକାରୀ ବିଭାଗ ।

"ଅନୁମତି ପାଇଥିବା ଡ୍ୟାନ୍ସ ବାରଗୁଡ଼ିକ କିଛି ସର୍ତ୍ତ ମାନିବାକୁ ପଡ଼ିବ । ଡ୍ୟାନ୍ସ ବାରଗୁଡ଼ିକ ଦିନ ୧୨ରୁ ରାତି ୧୨ ଖୋଲା ରହିବ । ୨୧ ବର୍ଷରୁ କମ ଯୁବତୀ ଡ୍ୟାନ୍ସବାରରେ ନୃତ୍ୟ ପ୍ରଦର୍ଶନ କରିପାରିବେ ନାହିଁ । ବାର ଡ୍ୟାନ୍ସରମାନେ ଉତ୍ତେଜନମୂଳକ ଡ୍ରେସ ପିନ୍ଧିବେ ନାହିଁ । ଡ୍ୟାନ୍ସ ବାରରେ ରହିବ ସିସିଟିଭି କ୍ୟାମେରା। ଏଭଳି ୧୮ଟି ସର୍ତ୍ତକୁ ମାନିବାକୁ ପଡ଼ିବ," କହିଛନ୍ତି ଖୋର୍ଦ୍ଧା ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡ  ସଂଘମିତ୍ରା ପ୍ରଧାନ ।

କରୋନା ପାଇ ଦୀର୍ଘଦିନ ଧରି ବନ୍ଦ ଥିବା ଡ୍ୟାନସ ବାରକୁ ଅବକାରୀ ବିଭାଗ ଦେଇଛି ଅନୁମତି । ରାଜଧାନୀରେ ଅନୁମତି ପାଇଥିବା ଡ୍ୟାନ୍ସ ବାର ଗୁଡ଼ିକ ହେଲା,  ରେନ ଦ କ୍ଲବ, ଲିଭ ଇଟ ଅପ, ସ୍ବାଗତ ବାର, ଦିପାଳି ବାର, ଉର୍ମି, ଗ୍ରିନ ଫିଲ୍ଡ, ଅଶୋକା, ରିଓ୍ବାଇଣ୍ଡ, ଆଲିଶାନ, ବାର୍ବି, ମହାନ୍ତି, ପେଣ୍ଟାଗନ, ପ୍ରିନ୍ସ ଓ ଏକାମ୍ର ବାର । ବାର କର୍ତ୍ତୃପକ୍ଷ ସ୍ଥାନୀୟ କମିଶନରେଟ ପୋଲିସ ଠାରୁ ଓଡ଼ିଶା ଅର୍ବାନ‌ପୋଲିସ ଆକ୍ଟ ଆଧାରରେ ମ୍ୟୁଜିକାଲ ଓ ଲାଉଡ ସ୍ପିକର ଅନୁମତି ସହ ଫାୟାର ସାର୍ଟିଫିକେଟ ଓ ଏକ୍ସାଇଜର ବାର ଗାର୍ଲଙ୍କ ପାଇଁ ଜାରି ହୋଇଥିବା ଗାଇଡଲାଇନ ଜରିଆରେ ବାର ମାଲିକ ଚଳାଇବେ ଡ୍ୟାନ୍ସ ବାର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Published by:Soumya Das
First published: