ଆଜି ପ୍ରକ‌ାଶ ପ‌ାଇବ +୨ ବିଜ୍ଞାନ ପରୀକ୍ଷା ଫଳ; ଏହି ମାସ ଶେଷରେ କଳା ଓ ବାଣିଜ୍ୟ ଫଳ ଆସିବ

ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଓ ଖାତାଦେଖାରେ ଅନେକ ବାଧା ବିଘ୍ନ ଆସିଥିଲା। ପରୀକ୍ଷା ଫଳ ଅପେକ୍ଷାରେ ରହିଛନ୍ତି ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ । କେମିତି ହୋଇଥିବ ଖାତାଦେଖା ଓ କେମିତି ମିଳିବ ଆଭରେଜ ମାର୍କିଂ ତାକୁ ନେଇ ଚିନ୍ତାରେ ଅଛନ୍ତି ପରୀକ୍ଷାର୍ଥୀମାନେ ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଘୋଷଣା ସମୀର ରଞ୍ଜନ ଦାଶ; (ଡାହାଣ) ପ୍ରତୀକାତ୍ମକ ଛବି

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଘୋଷଣା ସମୀର ରଞ୍ଜନ ଦାଶ; (ଡାହାଣ) ପ୍ରତୀକାତ୍ମକ ଛବି

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜି (ଅଗଷ୍ଟ ୧୨, ବୁଧବାର) ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ଦିନ ସାଢ଼େ ୧୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଯୁକ୍ତ ୨ ବିଜ୍ଞାନର ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ମଙ୍ଗଳବାର ଦିନ ସରିଥିଲା । ‘‘ଆସନ୍ତା ୧୨ ତାରିଖ ଦିନ ୧୨.୩୦ ମିନିଟ୍ ସମୟରେ ପରୀକ୍ଷା ଫଳ ପରିଷଦ କାର୍ଯ୍ୟାଳୟରେ ଓ ପରେ ୱେସାଇଟ୍ ମାଧ୍ୟମରେ ପ୍ରକାଶିତ ହେବ,’’ ସୋମବାର ଦିନ କହିଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ପ୍ରଥମେ ରେଜଲ୍ଟ ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଏହାପରେ ୱେବସାଇଟ୍ ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ମାନେ ମଧ୍ୟ www.chseorisaa.nic.inwww.orisaaresults.nic.in ୱେବସାଇଟରେ ନିଜ ପରକ୍ଷା ଫଳ ଦେଖିପାରିବେ। ଅଗଷ୍ଟ ଶେଷରେ ବାଣିଜ୍ୟ, କଳା ଓ ଧନ୍ଦାମୂଳକ ବିଷୟ ଫଳାଫଳ ପ୍ରକାଶ କରାଯିବ।

ଯୁକ୍ତ ୨ ପରୀକ୍ଷା ସରିବାର ପ୍ରାୟ ୫ ମାସ ପରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ । କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ସବୁଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିବାବେଳେ ଯୁକ୍ତ ୨ ପରୀକ୍ଷାରେ କିଛି ବିଷୟର ପରୀକ୍ଷା ମଧ୍ୟ ବାତିଲ ହୋଇଛି। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ୩,୫୦,୮୦୦ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ କେବଳ ବିଜ୍ଞାନରେ ୯୭, ୫୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ସାରା ରାଜ୍ୟରେ ୧,୧୪୩ଟି ପରୀକ୍ଷା କେନ୍ଦ୍ର ପରୀକ୍ଷା କରା ଯାଇଥିଲା। ମାର୍ଚ୍ଚ ୩ରୁ ସାହିତ୍ୟ ବିଷୟ ସହ ପରୀକ୍ଷା ଆରମ୍ଭ ହେଇଥିବା ବେଳେ ୨୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା।

ଯୁକ୍ତ ୨ ପରୀକ୍ଷା ସାରିବାର ପ୍ରାୟ ୫ମାସ ପରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ ।


ମାର୍ଚ୍ଚ ୨୦ ତାରିଖରେ ରାଜ୍ୟରେ କୋରୋନା ଯୋଗୁଁ ବାକି ଥିବା ବିଷୟର ପରୀକ୍ଷାକୁ ବାଧ୍ୟ ସରକାରଙ୍କୁ ବାତିଲ କରିବାକୁ ପଡିଥିଲା। ଏଣୁ ବିଜ୍ଞାନ ବିଷୟର ମୁଖ୍ୟ ବିଷୟ ବାୟୋଲୋଜି ପରୀକ୍ଷା ବାକି ରହିବା ସହ ଭୂଗୋଳ ଓ ପରିସଂଖ୍ୟାନ ଭଳି ବିଷୟକୁ ବାତିଲ କରାଯାଇଥିଲା। ତେବେ ବାକି ଥିବା ବିଷୟ ଗୁଡିକୁ ଆଭରେଜ ମାର୍କ ଆଧାରରେ ନମ୍ବର ଦିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଅର୍ଥାତ ଯେଉଁ ଛାତ୍ରଛାତ୍ରୀମାନେ ୪ଟି ବା ତା ଠାରୁ ଅଧିକ ବିଷୟରେ ପରୀକ୍ଷା ଦେଇଛନ୍ତି ତାଙ୍କର ବେଷ୍ଟ ୩ ବିଷୟର ମାର୍କ ଆଧାରରେ ଫଳ ପ୍ରକାଶ ପାଇବ। ସେହିଭଳି ୩ଟି ବିଷୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କର ବେଷ୍ଟ ୨ ପେପର କୁ ନେଇ ବାକି ବିଷୟ ଗୁଡିକ ମାର୍କିଂ ହେବ ଓ ଫଳ ପ୍ରକାଶ ପାଇବ।

ଏହା ବି ପଢ଼ନ୍ତୁ | Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ଅମିତାଭ୍‌ ବଚ୍ଚନ ଭିଡିଓ ସେୟାର କଲେ

ଏହା ବି ପଢ଼ନ୍ତୁ | ଭୁବନେଶ୍ୱର: COVID ଚିକିତ୍ସା ବିଷୟରେ ଭୁଲ୍ ତଥ୍ୟର ଅଡ଼ିଓ ଭାଇରାଲ୍ କରି ୨ ଜଣ ଗିରଫ ହେଲେ

‘’ଚଳିତ ବର୍ଷ ଅନେକ ପରୀକ୍ଷା ଓ ଖାତାଦେଖା ରେ ଅନେକ ବାଧା ବିଘ୍ନ ଆସିଛି। ଏହା ସତ୍ୱେ ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିରନ୍ତର କାମ କରି ପିଲାଙ୍କ ସୁବିଧାକୁ ଆଖିରେ ରଖି ସମୟରେ ଫଳ ପ୍ରକାଶ କରୁଛୁ। ଓ କଳା ଓ ବାଣିଜ୍ୟ ବିଷୟର ଫଳ ମଧ୍ୟ ସଠିକ ସମୟରେ ପ୍ରକାଶ କରିବୁ,’’ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।



ତେବେ କେବଳ ପରୀକ୍ଷା ନୁହେଁ ଖାତାଦେଖାକୁ ନେଇ ମଧ୍ୟ ଅନେକ ବାଧା ଉପୁଜିଥିଲା। ଖାତାଦେଖା କେନ୍ଦ୍ର ଗୁଡିକ କ୍ବାରେଣ୍ଟାଇନ ସେଣ୍ଟର ଭାବେ ନିୟୋଜିତ ହୋଇଥିବାବେଳେ ବିଳମ୍ବରେ ମୂଲ୍ୟାୟନ ଆରମ୍ଭ ହୋଇଥିଲା। ଯଦିଓ ଜୁନ ୧ ତାରିଖରେ ଅନଲାଇନ ଜରିଆରେ ବିଜ୍ଞାନ ବିଷୟର ଖାତାଦେଖା ଆରମ୍ଭ ହୋଇଥିଲା କିନ୍ତୁ ସାରା ରାଜ୍ୟରେ ଆରମ୍ଭ ଏହା ହୋଇ ପାରିନଥିଲା। ପରେ ଲାକଡାଉନ ଓ ସଟଡାଉନ ମଧ୍ୟ ଖାତା ଦେଖାରେ ବାଧକ ସାଜିଥିଲା। ଏଭଳି ସ୍ଥିତିରେ ପ୍ରାୟ ଖାତା ଦେଖା  ଆରମ୍ଭ ହେବାର ୨ ମାସ ପରେ ଯୁକ୍ତ ୨ ପରକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ଅଗଷ୍ଟ ମାସ ଶେଷ ସପ୍ତାହରେ କଳା ଓ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।ଏହା ସହ ଅଗଷ୍ଟ ସୁଦ୍ଧା ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
Published by:Jagdish Barik
First published: