ଭାଙ୍ଗିଲା ୧୨୨ ବର୍ଷର ରେକର୍ଡ; ଡିସେମ୍ବର ମାସ ସବୁଠାରୁ ଉଷ୍ମ ମାସ

ରାଜ୍ୟରେ ପୁଣି ସକ୍ରିୟ ଉତ୍ତରା ବାୟୁ, ଆଜିଠୁ ପୁଣି ବଢିବ ଶୀତ । ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା ।

ଭାଙ୍ଗିଲା ୧୨୨ ବର୍ଷର ରେକର୍ଡ; ଡିସେମ୍ବର ମାସ ସବୁଠାରୁ ଉଷ୍ମ ମାସ

ଭାଙ୍ଗିଲା ୧୨୨ ବର୍ଷର ରେକର୍ଡ; ଡିସେମ୍ବର ମାସ ସବୁଠାରୁ ଉଷ୍ମ ମାସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ୨୦୨୨ ଡିସେମ୍ବର ଭାଙ୍ଗିଲା ୧୨୨ ବର୍ଷର ରେକର୍ଡ। ଡିସେମ୍ବର ପାଲଟିଲା ଦେଶର ଉଷ୍ମ ମାସ। ଗତ ୧୨୨ ବର୍ଷରେ ସବୁଠାରୁ ଅଧିକ ତାପମାତ୍ରା ୨୦୨୨ ଡିସେମ୍ବରରେ ରେକର୍ଡ ହୋଇଛି । ହାରାହାରି ତାପମାତ୍ରା ଠାରୁ ୧ ଡିଗ୍ରୀ ଅଧିକ ରହି ଉଷ୍ମ ମାସ ଭାବେ ପରିଗଣିତ ହୋଇଛି। ପଶ୍ଚିମାଝଡର ଅନୁପସ୍ଥିତି କାରଣରୁ ଜଳବାୟୁରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଥିସହ ଜାନୁଆରୀରେ ଅନୁଭୂତ ହେବ ଶୀତ ବୋଲି ପାଣିପାଗ କେନ୍ଦ୍ର କହିଛି।

ଡିସେମ୍ବର ମାସରେ ରାଜ୍ୟରୁ ହଜିଯାଇଥିଲା ଶୀତ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ବି ଯେତିକି ଶୀତ ଅନୁଭୂତ ହେବା କଥା ହୋଇନାହିଁ । ଫଳରେ ୨୦୨୨ ଡିସେମ୍ବର ମାସ ଦେଶର ଉଷ୍ମ ମାସ ଭାବେ ପରିଗଣିତ ହୋଇଛି। ୧୯୦୧ ମସିହାରୁ ୨୦୨୨ ମଧ୍ୟରେ ୧୨୨ ବର୍ଷରେ ୨୦୨୨ ଡିସେମ୍ବର ମାସରେ ହାରାହାରି ତାପମାତ୍ରା ଅଧିକ ରେକର୍ଡ ହୋଇଛି। ଏହି ସମୟରେ ହାରାହାରି ତାପମାତ୍ରା ୨୦.୪ ଡିଗ୍ରୀ ରହିଥାଏ କିନ୍ତୁ ଏଥର ଡିସେମ୍ବର ମାସରେ ହାରାହାରି ତାପମାତ୍ରା ରହିଥିଲା ୨୧.୪ ଡିଗ୍ରୀ । ଫଳରେ ଶୀତର ପ୍ରକୋପ ଏତେଟା ଅନୁଭୂତ ହୋଇନଥିଲା। ତେବେ ଡିସେମ୍ବର ମାସରେ ପଶ୍ଚିମାଝଡର ପ୍ରଭାବ ଅଧିକ ରହେ, ଫଳରେ ହିମାଳୟର ପାଦ ଦେଶରେ ତଥା ଉପରିଭାଗ ପର୍ବତମାଳାରେ ତୁଷାର ପାତ ହୁଏ । ଏହାସହ ମଧ୍ୟ ଭାରତରେ ଗୁଋଚାପ ବଳୟ ସକ୍ରିୟ ରହିଲେ ପଶ୍ଚିମାଝଡ ସକ୍ରିୟ ହୁଏ ତାହା ମଧ୍ୟ ରହିନଥିଲା । ଏଣୁ ପଶ୍ଚିମାଝଡର ଅନୁପସ୍ଥିତି ଓ ନିଷ୍କ୍ରିୟ ଗୁରୁଚାପ ବଳୟ ଯୋଗୁଁ  ତୁଷାର ପାତ କମ ହୋଇଛି । ଜାମ୍ମୁ କାଶ୍ମୀରରେ ୯୮% କମ୍ ବର୍ଷା ହୋଇଥିବାବେଳେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୯୦% କମ୍ ତୁଷାରପାତ ହୋଇଛି । ଫଳରେ ରାଜ୍ୟକୁ ଉତ୍ତରା ପବନ ଆସିନାହିଁ । ଏଣୁ ସାରା ଦେଶ ସମେତ ରାଜ୍ୟରେ ଡିସେମ୍ବର ମାସରେ ଶୀତ ଅନୁଭୂତ ହୋଇନଥିବାବେଳେ ଦିନରେ ଟାଣ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା।

ତେବେ ଜାନୁଆରୀ ପହିଲାରେ ଶୀତ ଅନୁଭୂତ ହୋଇଛି। ଆଗକୁ ଶୀତ ବଢିବ। ବିଶେଷ କରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ବାଲେଶ୍ଵରରେ ସର୍ବନିମ୍ନ ତାପମାତ୍ରା ୧୦.୧୦ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୧୪.୯ ଡିଗ୍ରୀ ରେକର୍ଡ ହୋଇଥିଲା। ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ଆହୁରି ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ଫଳରେ ଶୀତ ବଢ଼ିବ। ଓଡ଼ିଶା ଉପକୂଳରୁ ଗୁରୁଚାପ ବଳୟ ଅପସରି ମଧ୍ୟ ଭାରତରେ ସକ୍ରିୟ ରହିଛି। ଏହାସହ ପଶିମଝଡ ପ୍ରଭାବ ଯୋଗୁଁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ରାଜ୍ୟକୁ ପ୍ରବେଶ କରୁଛି। ଆଗକୁ ଉତ୍ତରା ପବନ ଆହୁରି ସକ୍ରିୟ ହେବ। ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଦିନରେ ବାୟୁ ଚଳାଚଳ ଅଧିକ ରହୁଥିବାରୁ ଶୀତ ବଢ଼ିବ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖିବାକୁ ମିଳିବ। ଜଳବାୟୁରେ ପରିବର୍ତ୍ତନ ପାଇଁ ଏଭଳି ଅସ୍ୱଭାବିକ ଘଟଣା ଦେଖିବାକୁ ମିଳିଛି। ଫଳରେ ଡିସେମ୍ବର ମାସରେ ଶୀତ ବଦଳରେ ଉଷ୍ମତା ଅନୁଭୂତ ହୋଇଛି।
Published by:Soubhagya Mishra
First published: