ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବାଳିକା ହଷ୍ଟେଲରୁ ଉଦ୍ଧାର ହେଲେ ୧୨ ବୁଲା କୁକୁର

ମୁହଁ, ଗୋଡ଼ ବନ୍ଧା ୧୨ଟି ବୁଲା କୁକୁର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରୁ ଉଦ୍ଧାର ହୋଇଛନ୍ତି । ଗତ କିଛି ଦିନ ହେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ବୁଲା କୁକୁର ଦୌରାତ୍ମ ଦେଖିବାକୁ ମିଳିଥିଲା।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ବ୍ରହ୍ମପୁର: ଅମାନବୀୟ, ଅକଥନୀୟ, ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବାଳିକା ହଷ୍ଟେଲ ପରିସରରେ । ମୁହଁ, ଗୋଡ଼ ବନ୍ଧା ୧୨ଟି ବୁଲା କୁକୁର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରୁ ଉଦ୍ଧାର ହୋଇଛନ୍ତି । ଗତ କିଛି ଦିନ ହେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ବୁଲା କୁକୁର ଦୌରାତ୍ମ ଦେଖିବାକୁ ମିଳିଥିଲା । ତେବେ ଏହାକୁ ରୋକିବା ପାଇଁ ବିଶ୍ବବିଦ୍ୟାଳୟର କେତକ କର୍ମଚାରୀଙ୍କ ଅମାନବୀୟ କାଣ୍ଡକୁ ଏବେ ସବୁ ମହଲରୁ ନିନ୍ଦା କରାଯାଉଛି ।

ମଙ୍ଗଳବାର ବାଳିକା ହଷ୍ଟେଲ ପରିସରରେ ୧୨ଟି ବୁଲା କୁକୁରକୁ କେତେକ କର୍ମଚାରୀ ବାନ୍ଧି ଦେଇଥିଲେ । କୁକୁର ଗୁଡ଼ିକଙ୍କ ଗୋଡ ଏବଂ ମୁହଁକୁ ରଶିରେ ବାନ୍ଧି ଦେଇ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ବୁଧୁବାର କୁକୁର ଗୁଡ଼ିକଙ୍କ ଖାଦ୍ୟରେ ବିଷ ଦେଇ ମାରିବାକୁ ଯୋଜନା ରହିଥିବା ସୂଚନା ମିଳିଥିଲା । ଏହି ଘଟଣା ନେଇ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଭାନେତ୍ରୀ ରୋନାଲି ପାଣିଗ୍ରାହୀଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ରୋନାଲିଙ୍କ ସମେତ ବଳରାମ ମହାନ୍ତି, ବିଷ୍ଣୁପ୍ରିୟା ପାତ୍ର ପ୍ରମୁଖ ଭଞ୍ଜବିହାର ଫାଣ୍ଡିରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ ।

ଏହାକୁ କିନ୍ତୁ ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଶାନ୍ତ ବରାଳ ଏବଂ କେତେକ ଛାତ୍ରଛାତ୍ରୀ ବିରୋଧ କରିଥିଲେ । ଫଳରେ ଘଟଣା ସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତଥାପି କୁକୁରଙ୍କୁ ଉଦ୍ଧାର କରାଯାଇ ଛାଡ଼ି ଦିଆଯାଇଛି । ୧୨ଟି ବନ୍ଧା କୁକୁରଙ୍କୁ ଉଦ୍ଧାର କରି ଛଡ଼ାଯାଇଛି । ଆଜି ବ୍ରହ୍ମପୁର ଏସପିଙ୍କ ସହ ଯୋଗାଯୋଗ କରି ଲିଖିତ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ରୋନାଲି ପାଣିଗ୍ରାହୀ । ଏ ନେଇ ହଷ୍ଟେଲ ୱାଡେନ ପ୍ରଫେସର୍ ବରାଳ କହିଥିଲେ ଯେ, ଛାତ୍ରୀମାନେ କୁକୁର କାମୁଡିବା ଭୟ ନେଇ ଅଭିଯୋଗ କରିଥିଲେ।
Published by:Soumyashree Mishra
First published: