ଏବେବି କଚ୍ଚା ଘରେ ରହୁଛନ୍ତି ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର

ରାଜ୍ୟର ଏବେବି ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି। ରାଜ୍ୟର ବର୍ତ୍ତମାନ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି ।

ଏବେବି କଚ୍ଚା ଘରେ ରହୁଛନ୍ତି ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର (ପ୍ରତୀକାତ୍ମକ ଛବି)

ଏବେବି କଚ୍ଚା ଘରେ ରହୁଛନ୍ତି ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟର ଏବେବି ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି। ରାଜ୍ୟର ବର୍ତ୍ତମାନ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି । ୪ ହଜାର ୬୩୧ ଭୂମିହୀନ ପରିବାରକୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ବାଡ଼ି ଜମି ପ୍ରଦାନ କରାଯାଇଛି ବୋଲି ବିଧାନସଭାରେ କହିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ।

ମନ୍ତ୍ରୀ କହିଛନ୍ତି," ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ମିଳିଛି ଗୃହ ମରାମତି ସହାୟତା। ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୭୧୪ କୋଟି ୮୬ ଲକ୍ଷ ୫୨ ହଜାର ଟଙ୍କା।୨୦୨୧-୨୨ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ବିଜୁ ପକ୍କାଘର ଯୋଜନାରେ ୫,୫୬୪ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଥିଲା। ଏହି ମଞ୍ଜୁର ଅର୍ଥ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ),ବିଜୁ ପକ୍କାଘର ଯୋଜନାରେ ଗୃହ ନିର୍ମାଣ ସହିତ ଗୃହ ମରାମତି ଖର୍ଚ୍ଚ ବହନ ହୋଇଛି"।

ଚଳିତ ଆର୍ଥିକ ବର୍ଷରେ ବିଜୁ ପକ୍କାଘର ଯୋଜନାରେ ୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ତନ୍ମଧ୍ୟରୁ ଗୃହ ମରାମତି ଖର୍ଚ୍ଚ ବହନ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି। ରାଜ୍ୟରେ ପକ୍କା ଘର ନିର୍ମାଣକୁ ନେଇ ଅନେକ ଅନେକ ସମୟରେ ରାଜ୍ୟରେ ମୁହାଁ ମୁହିଁ ହୋଇଛନ୍ତି ଶାସକ ବିରୋଧୀ। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଉନଥିବା ଅନେକ ସମୟରେ ବିଜେପି ଅଭିଯୋଗ ଉଠାଇଛି।

ବିଧାନସଭାରେ ବିଜେପି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଲିଖିତ ଉତ୍ତର ରଖିଛନ୍ତି। ବିଜେପି ବିଧାୟକ ନାଉରୀ ନାୟକ ପ୍ରଶ୍ନ କରିଥିଲେ ରାଜ୍ୟରେ କେଉଁ କେଉଁ ଜିଲ୍ଲାରେ କଚ୍ଚା  ଘରେ ରହୁଥିବା ଓ ଭୂମିହୀନ ପରିବାରଙ୍କ ସଂଖ୍ୟା କେତେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କେଉଁ କେଉଁ ଯୋଜନାରେ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଭୂମିହୀନ ପରିବାରଙ୍କୁ କେଉଁ ବର୍ଷ ବାସଗୃହ ଯୋଗାଇ ଦିଆଯାଇଛି। ଏହା ସହ ରାଜ୍ୟ ସରକାରଙ୍କ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ପରିବାରକୁ ଘର ମରାମତି ନିମନ୍ତେ ସହାୟତା ଯୋଗାଇ ଦିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ବଜେଟରେ କେତେ ଅର୍ଥ ମଞ୍ଜୁର କରାଯାଇଥିଲା। ୨୦୨୨-୨୩ ରେ ରାଜ୍ୟ ବଜେଟରେ ଏଥି ନିମନ୍ତେ କେତେ ଟଙ୍କାର ବ୍ୟୟ ମଞ୍ଜୁର କରାଯିବାକୁ ଆକଳନ କରାଯାଇଛି। ବିଧାୟକଙ୍କ ଏହି ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି।
Published by:Soumya Das
First published: