ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ; ଯାତ୍ରୀ ହନ୍ତସନ୍ତ

ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷର ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ରୁ ଟିଟିଲାଗଡ଼ ବନ୍ଦ ରହିଛି ଏବଂ ଏହି ବନ୍ଦକୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରାଯିବ ।

ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ; ଯାତ୍ରୀ ହନ୍ତସନ୍ତ

ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ; ଯାତ୍ରୀ ହନ୍ତସନ୍ତ

  • News18 Odia
  • Last Updated :
  • Balangir, India
  • Share this:
News 18 Odia Digital

ଟିଟିଲାଗଡ଼; ଆଜି ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷର ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ରୁ ଟିଟିଲାଗଡ଼ ବନ୍ଦ ରହିଛି ଏବଂ ଏହି ବନ୍ଦକୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରାଯିବ । ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକୁ ସମର୍ଥନ କରି ସଇଁତଳା ଓ ଆଖପାଖ ଅଞ୍ଚଳରେ ମଧ୍ୟ ବନ୍ଦ ପାଳନ କରାଯାଉଛି ।

ସେହିପରି କଣ୍ଟାବାଞ୍ଜିକୁ ମଧ୍ୟ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରିଛନ୍ତି ସହରର ଅନେକ ସଂଗଠନ । ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟି କରି ବନ୍ଦ ପାଳନ କରୁଛନ୍ତି । ବନ୍ଦ ଯୋଗୁ ଦୋକାନ, ବଜାର ବନ୍ଦ ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଗାଡ଼ି ଚଳାଚଳ ବନ୍ଦ ଥିବା ଯୋଗୁ ଯାତ୍ରୀମାନେ ଯିବା ଆସିବା କରିବା ପାଇଁ ହନ୍ତସନ୍ତ ହେଉଛନ୍ତି ।

ସେପଟେ ଟିଟିଲାଗଡ଼ର ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ବନ୍ଦରେ ସାମିଲ ହୋଇଥିବା ବେଳେ ସଇଁନ୍ତଳା ଓ ସିନ୍ଧେକେଲା, ବେଲଗାଁ ଓ ଟିକରାପଡ଼ା ଭଳି ବିଭିନ୍ନ ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଗାଡ଼ି ଚଳାଚଳ ବନ୍ଦ ରହିଛି । ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି ।
Published by:Soubhagya Mishra
First published: