News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର (Modi Government) ଭାରତୀୟ ରେଳବାଇର (Indian Railways) ଅଣ-ଗେଜେଟେଡ୍ କର୍ମଚାରୀମାନଙ୍କୁ ଏକ ପାର୍ବଣ ଉପହାର ଦେବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ କ୍ୟାବିନେଟ ବୈଠକରେ ଏମିତି କର୍ମଚାରୀମାନଙ୍କୁ ୭୮ ଦିନର ବୋନସ୍ ଦିଆଯିବ ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଗଣନା ଆଧାରରେ ସାଧାରଣତଃ ୭୨ ଦିନର ବୋନସ ଦିଆଯାଏ, କିନ୍ତୁ ଏ ଥର ଛଅଟି ଦିନର ଅଧିକ ବୋନସ୍ ଦିଆଯିବ । ଏହାର ଅର୍ଥ ହେଉଛି ଅଣ-ଗେଜେଟେଡ୍ କର୍ମଚାରୀମାନେ ମୋଟ ୭୮ ଦିନର ବୋନସ୍ ପାଇବେ ।
ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ : ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା ; ଅଢ଼େଇ ଘଣ୍ଟା ଧରି ଚାଲିଲା
ଅନୁରାଗ ଠାକୁରଙ୍କ ଅନୁଯାୟୀ ୧୧ ଲକ୍ଷ ୫୬ ହଜାର ରେଳ କର୍ମଚାରୀ ଏହି ଲାଭ ପାଇବେ । ଏହି ନିଷ୍ପତ୍ତି ଯୋଗୁଁ ସରକାରଙ୍କର ୧,୯୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଅନୁରାଗ ଠାକୁର କହିଛନ୍ତି ଯେ ଅତି ବିଷମ ପରିସ୍ଥିତି ସତ୍ତ୍ୱେ ସରକାର ବୋନସ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ଅନୁରାଗ ଠାକୁର ବୟନ ମନ୍ତ୍ରଣାଳୟ (textile ministry) ସହ ଜଡିତ ଏକ ନିଷ୍ପତ୍ତି ବି ଘୋଷଣା କରିଛନ୍ତି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଇଞ୍ଜିନିଅରିଂ ପଢୁଥିବା ବିହାରୀ ଛାତ୍ରକୁ ତା ’ ବନ୍ଧୁ ଛାତିରେ ଗୁଳି ମାରି ହତ୍ୟା କଲା
ସେ କହିଛନ୍ତି ଯେ ବୟନ ମନ୍ତ୍ରଣାଳୟରେ ‘ପ୍ରଧାନ ମନ୍ତ୍ରୀ ମିତ୍ର ଯୋଜନା’ ଆରମ୍ଭ କରାଯିବ । ଏହି ଯୋଜନାରେ ପାଞ୍ଚ ବର୍ଷରେ ୪,୪୪୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ବୟନ ଶିଳ୍ପରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି । ଏହା ରୋଜଗାରର ସୁଯୋଗ ବି ବୃଦ୍ଧି କରିବ ବୋଲି ଅନୁରାଗ ଠାକୁର କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ : ‘‘ ପୋଲିସ ମୋ ’ ର୍ ବରକେ ମାରିଛନ୍ … ମୋ ’ ର ନ୍ୟାୟ ଦରକାର , ଟଙ୍କା ନୁହେଁ ’’
ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ଓ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ : ବନ ବିଭାଗର ଉଚ୍ଚ ଅଧିକାରୀ କହିଲେ ‘ ହାତୀକୁ ଘଉଡ଼ାଇବା ଦରକାର ନ ଥିଲା ’
ପି.ଏମ୍. ମିତ୍ର ଯୋଜନା ଅଧୀନରେ ସାତଟି ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ଆଞ୍ଚଳିକ ଓ ପୋଷାକ (MITRA) ପାର୍କ ନିର୍ମିତ ହେବ । ବୟନ ଶିଳ୍ପ ସହ ଜଡିତ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ବେଳେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଏହା ସାତ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ୧୪ ଲକ୍ଷ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି । ସେ କହିଛନ୍ତି ଯେ ଏହି ଯୋଜନାରେ ୧୦ଟି ରାଜ୍ୟ ଆଗ୍ରହ ଦେଖାଇଛନ୍ତି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଓ ଟଙ୍କା ଲୁଟିଥିଲେ ଏହି ମହିଳା , ଧରା ପଡ଼ିଲେ
‘‘ରାଜ୍ୟଗୁଡ଼ିକ ମଧ୍ୟରେ ଏକ ସ୍ୱଚ୍ଛ ପ୍ରତିଯୋଗିତା ହେବ । ଏହା ଦେଖାଯିବ ଯେ କେଉଁ ରାଜ୍ୟ ଆମକୁ ଉନ୍ନତ ସୁବିଧା ଦେଉଛି । ତାହା ଦେଖିବା ପରେ ହିଁ ଟେକ୍ସ୍ଟାଇଲ୍ ପାର୍କ ନିର୍ମାଣ ହେବ,’’ କହିଛନ୍ତି ଗୋୟଲ । ସେ କହିଛନ୍ତି ଯେ ଏଥିରେ ଆଙ୍କର୍ ନିବେଶକମାନଙ୍କୁ କୋହଳତା ଦିଆଯିବ । ଏହାର ପ୍ଲାନିଂ ଉତ୍ତମ ଯୋଜନା ଅନୁସାରେ ହେବ । ଚିକିତ୍ସା ସୁବିଧା, ଗୃହ ଓ ପରିବହନ ଇତ୍ୟାଦି ପାଇଁ ସୁବିଧା ବି ଯୋଗାଇବାର ଯୋଜନା ଅଛି ବୋଲି ସେ କହିଛନ୍ତି ।
Published by: Anand S.T. Das
First published: October 06, 2021, 19:56 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।