ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଇକମୋ ୟୁନିଟ୍ ଉଦଘାଟନକୁ ୧୧ ଦିନି ବିତିଗଲାଣି; ହେଲେ ୨ଟି ୟୁନିଟରୁ କେବଳ ଗୋଟିଏ ୟୁନିଟ୍ ହିଁ କାର୍ଯ୍ୟକ୍ଷମ

ଇକମୋ ୟୁନିଟ୍ ଉଦଘାଟନକୁ ୧୧ ଦିନି ବିତିଗଲାଣି; ହେଲେ ୨ଟି ୟୁନିଟରୁ କେବଳ ଗୋଟିଏ ୟୁନିଟ୍ ହିଁ କାର୍ଯ୍ୟକ୍ଷମ

ତିନୋଟି ସିଫ୍ଟ ବା ଗୋଟିଏ ଦିନରେ ପ୍ରତି ୟୁନିଟ ପିଛା ମୋଟ ତିନି ଜଣ ଲେଖାଏଁ ପଫୁଜେନିଷ୍ଟ୍, କାର୍ଡିଓଥୋରାସିକ୍ ସର୍ଜନ୍, ଆନାଥିସିଷ୍ଟ୍, ଇସିଜି, ଟେକନିସିଆନ୍ ଓ ଜଣେ ଫିଜିଓଥେରାପିଷ୍ଟଙ୍କ ଓ ସହ ୧୨ ଜଣ ଷ୍ଟାଫ୍ ନର୍ସ ଦରକାର ।

ଇକମୋ ୟୁନିଟ୍ ଉଦଘାଟନକୁ ୧୧ ଦିନି ବିତିଗଲାଣି; ହେଲେ ୨ଟି ୟୁନିଟରୁ କେବଳ ଗୋଟିଏ ୟୁନିଟ୍ ହିଁ କାର୍ଯ୍ୟକ୍ଷମ
୨ଟି ଇକମୋ ୟୁନିଟରୁ କେବଳ ଗୋଟିଏ ୟୁନିଟ କାମ କରୁଛି
  • News18 Odia
  • Last Updated: September 8, 2021, 12:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଅଗଷ୍ଟ ମାସ ୨୭ ତାରିଖରୁ ଏସ.ସି.ବି.ରେ ଉଦଘାଟିତ ହୋଇଥିଲା ନଅଟି ଇକମୋ ମେସିନ୍ ବିଶିଷ୍ଟ, ଯାହା ପୂର୍ବ ଭାରତର ସର୍ବ ବୃହତ ଇକମୋ ୟୁନିଟ୍ । ଏହି ୟୁନିଟ୍ ଦୁଇଟି ଲୋକାର୍ପିତ ହେବା ପରେ ଲୋକଙ୍କୁ ବିନା ମୂଲ୍ୟରେ ଏହି ସେବା ପ୍ରଦାନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ମଧ୍ୟ ହୋଇଛି । ହେଲେ ଇକମୋ ମେସିନ୍ ଚଲାଇବା ପାଇଁ ପ୍ରଶିକ୍ଷିତ ଡାକ୍ତରଙ୍କ ଅଭାବ ଯୋଗୁଁ ନଅଟି ମେସିନରୁ କେବଳ ଦୁଇଟି ହିଁ କାର୍ଯ୍ୟରେ ଲାଗି ପାରୁଛି ।

ଏସ.ସି.ବି.ର କାର୍ଡିଓ ଥୋରାସିକ୍ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚାରୋଟି ମେସିନ୍ ବିଶିଷ୍ଟ ଗୋଟିଏ ୟୁନିଟ୍ ପାଇଁ ପ୍ରତି ଆଠ ଘଣ୍ଟା ବା ପ୍ରତି ସିଫ୍ଟରେ ଜଣେ ପଫୁଜେନିଷ୍ଟ୍, ଜଣେ କାର୍ଡିଓଥୋରାସିକ୍ ସର୍ଜନ୍, ଜଣେ ଆନାଥିସିଷ୍ଟ, ଜଣେ ଇସିଜି ଟେକନିସିଆନ୍ ଓ ଜଣେ ଫିଜିଓଥେରାପିଷ୍ଟଙ୍କ ସହ ଚାରି ଜଣ ଷ୍ଟାଫ ନର୍ସ ଦରକାର ହେଉଛନ୍ତି । ଅର୍ଥାତ ତିନୋଟି ସିଫ୍ଟ ବା ଗୋଟିଏ ଦିନରେ ପ୍ରତି ୟୁନିଟ ପିଛା ମୋଟ ତିନି ଜଣ ଲେଖାଏଁ ପଫୁଜେନିଷ୍ଟ୍ , କାର୍ଡିଓଥୋରାସିକ୍ ସର୍ଜନ୍, ଆନାଥିସିଷ୍ଟ୍, ଇସିଜି, ଟେକନିସିଆନ୍ ଓ ଜଣେ ଫିଜିଓଥେରାପିଷ୍ଟଙ୍କ ଓ ସହ ୧୨ ଜଣ ଷ୍ଟାଫ୍ ନର୍ସ ଦରକାର ।

ଏହି ସଂଖ୍ୟା ଏବେ ଏସ.ସି.ବି.ରେ ଅଛି ସତ କିନ୍ତୁ ଏହା କେବଳ ଚାରୋଟି ମେସିନ୍ ବିଶିଷ୍ଟ ଗୋଟିଏ ୟନିଟ୍ ପାଇଁ । ତଥାପି ଏହି ମାନବ ସମ୍ବଳକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟରେ ଲଗାଯାଇ ପାରୁନାହିଁ ।

ଇକମୋ ୟୁନିଟ୍ ଉଦଘାଟନକୁ ୧୧ ଦିନି ବିତିଗଲାଣି


ଏହାର ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମ କାରଣଟି ହେଉଛି ଏସ.ସି.ବି.ରେ ଆବଶ୍ୟକ ସଂଖ୍ୟକ ପଫୁଜେନିଷ୍ଟ୍, ଫିଜିଓଥେରାପିଷ୍ଟ ଓ କାର୍ଡିଓଥୋରାସିକ୍ ସର୍ଜନ୍ ନଥିବା ବେଳେ ଯେଉଁମାନେ ବି ଅଛନ୍ତି ସେମାନଙ୍କୁ କେବଳ ଇକମୋ ସେବାରେ ବ୍ୟବହାର କରାଗଲେ ଓପନ ହାର୍ଟ ସର୍ଜରୀ ଓ ସେହି ସମ୍ପର୍କିତ ଅନ୍ୟ ରୋଗର ଚିକିତ୍ସା ସେବା ପ୍ରଭାବିତ ହେବ । ଏବେ କେବଳ କୋଭିଡ ରୋଗୀଙ୍କ ପାଇଁ ଉଦିଷ୍ଟ ଥିବା ପ୍ରଥମ ୟୁନିଟରେ ଦୁଇ ଜଣ ରୋଗୀ ଭର୍ତ୍ତି ହୋଇଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସମସ୍ତ ମାନବ ସମ୍ବଳ ବ୍ୟୟ ହୋଇଯାଉଛି । ଫଳରେ ଦ୍ବତୀୟ ୟୁନିଟ ପାଇଁ ନା ଡାକ୍ତର ନା ପାରାମେଡିକାଲ ଷ୍ଟାଫ୍ କେହି ବି ନାହାଁନ୍ତି ।

ଏହି ମାମଲାରେ ଏସ.ସି.ବି.ର କାର୍ଡିଓ ଥୋରାସିକ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, "ଏବେ ଦୁଇ ଜଣ ରୋଗୀ ଥିବାରୁ ସ୍ଥିତି ଏକ ପ୍ରକାର ନିୟନ୍ତ୍ରଣରେ ଅଛି । ହେଲେ ଯେତେ ବେଳେ ରୋଗୀ ସଂଖ୍ୟା ବଢିବ ଓ ଇକମୋ ଚିକିତ୍ସା ପାଇଁ ଅଧିକ ସଂଖ୍ୟକ ଡାକ୍ତର ଓ ପାରାମେଡିକାଲଙ୍କ ଆବଶ୍ୟକତା ପଡ଼ିବ, ସେତେ ବେଳେ ଅଧିକ ସମସ୍ୟା ସୃଷ୍ଟି ହେବ ।"

ଏସ.ସି.ବି.ରେ ଇକମୋ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଦୁଇଟି ଦଫାରେ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫଙ୍କୁ ମିଶାଇ ମୋଟ ୧୯ଜଣଙ୍କୁ କୋଲକାତା ପଠାଯାଇ ସେଠାରେ ତାଲିମ ପ୍ରଦାନ କରାଯାଇଛି । ହେଲେ ଏବେ ଇକମୋ ମେସିନ୍ ଚଲାଇବା ପାଇଁ ଆବଶ୍ୟକ ଥିବା ବିଭିନ୍ନ ବିଭାଗର ଡାକ୍ତରଙ୍କ ଅଭାବ ଯୋଗୁଁ ତୃତୀୟ ଦଫା ତାଲିମ ପାଇଁ କାହାରିକୁ ପଠାଯାଇ ପାରିନାହିଁ । ଯାହା ଦ୍ବାରା ଆଗକୁ ରୋଗୀ ସଂଖ୍ୟା ବଢ଼ିଲେ ସେମାନଙ୍କୁ ଚିକିତ୍ସା ସେବା ପ୍ରଦାନ ପାଇଁ ତାଲିମ ପ୍ରାପ୍ତ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫଙ୍କ ଅଭାବ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ଏନେଇ ଡିଏମଇଟି ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତିଙ୍କୁ ପଚରା ଯିବାରୁ ସେ କହିଛନ୍ତି, "ସାରା ବିଶ୍ବରେ କାର୍ଡିଓ ଥୋରାସିକ୍ ସର୍ଜନଙ୍କ ସଂଖା ବହୁତ କମ ଅଛି । ଏମିତି ସାରା ଭାରତ ମାତ୍ର ୭୦୦ରୁ ଏକ ହଜାର କାର୍ଡିଓ ଥୋରାସିକ୍ ସର୍ଜନ ଅଛନ୍ତି । ପ୍ରତି ଇକମୋ ୟୁନିଟ୍ ପାଇଁ ଯଦି ଚାରି ଜଣ ଲେଖାଏଁ ଥୋରାସିକ୍ ସର୍ଜନଙ୍କୁ ବ୍ୟବହାର କରିବା ତା' ହେଲେ ଓପନ୍ ହାର୍ଟ ସର୍ଜରୀ ଆଉ ବାଇପାସ୍ ସର୍ଜରୀ କେମିତି ହେବ ! କେବଳ ଇକମୋ ପାଇଁ ତ ଅନ୍ୟ ରୋଗୀଙ୍କୁ ଅଣଦେଖା କରି ହେବ ନାହିଁ । ସେଥି ପାଇଁ ଆମ ପାଖରେ ଯେତିକି ସମ୍ବଳ ଅଛି ତାକୁ ସନ୍ତୁଳିତ ଭାବେ ବ୍ୟବହାର କରିବାକୁ ପଡ଼ିବ।’’
Published by: Lipina Das
First published: September 8, 2021, 12:39 PM IST