ଆଉ କରିବାକୁ ପଡ଼ିବନି ଅପେକ୍ଷା; ଆଖି ପିଛୁଳାକେ ରୋଗୀଙ୍କ ପାଖରେ ପହଞ୍ଚିବ ଆମ୍ବୁଲାନ୍ସ

ପ୍ରତିଟି ଜୀବନ ମୂଲ୍ୟବାନ । କଲ୍ ପାଇବାର ୨୦ ମିନିଟ୍ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ଆମ୍ବୁଲାନ୍ସ।

 ରୋଗୀଙ୍କ ପାଖରେ ପହଞ୍ଚିବ ଆମ୍ବୁଲାନ୍ସ

ରୋଗୀଙ୍କ ପାଖରେ ପହଞ୍ଚିବ ଆମ୍ବୁଲାନ୍ସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ପ୍ରତିଟି ଜୀବନ ମୂଲ୍ୟବାନ । ଜୀବନ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଦେଇ ଆସୁଛନ୍ତି ସର୍ବାଧିକ ଗୁରୁତ୍ବ । ସେଥିପାଇଁ ଏଥର ରାଜ୍ୟ ବଜେଟ୍‌(State Budget)ରେ ସ୍ବାସ୍ଥ୍ୟସେବା (Health Sector) କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ଜୀବନ ରକ୍ଷା ପାଇଁ ବାହକ ଆମ୍ବୁଲାନ୍ସର ବେଗକୁ ବଢ଼ାଇ ଦିଆଯାଇଛି ।

କଲ୍ ମିଳିବାର ୨୦ ମିନିଟ୍ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ଆମ୍ବୁଲାନ୍ସ(Ambulance) । ବର୍ତ୍ତମାନ ଆମ୍ବୁଲାନ୍ସ ପହଞ୍ଚିବାର ହାରାହାରି ସମୟ ଥିଲା ୩୦ ମିନିଟ୍ । ଏଇ ୧୦ ମିନିଟ୍ କରାଯିବା ପଛରେ ବଡ଼ କାରଣ ରହିଛି । କାରଣ ଦୁର୍ଗମ ଅଞ୍ଚଳରେ ଥିବା ରୋଗୀଟିଏ କେମିତି ଯୁଦ୍ଧକାଳୀନ ଭିତ୍ତିରେ ଆସି ହସ୍ପିଟାଲରେ ପହଞ୍ଚି ପାରିବ ଆଉ ତ୍ବରିତ ଚିକିତ୍ସା ପାଇପାରିବ, ତାହା ହିଁ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ସ୍ବାଗତ କରାଯାଇଛି । ଯେତେ ଶୀଘ୍ର ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚିବ, ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରେ ।



ଅଧିକ ୨୩୬ଟି ଆମ୍ବୁଲାନ୍ସ ପାଇଁ ବଜେଟ୍‌ରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଆମ୍ବୁଲାନ୍ସ କର୍ମଚାରୀଙ୍କ କହିବା କଥା, ଫୋନ୍ ଆସିବା ମାତ୍ରେ ୨ ମିନିଟ୍ ଭିତରେ ଗାଡ଼ି ବାହାରି ଯାଉଛି । ଏବେ ସରକାର ଆହୁରି କ୍ରିୟାଶୀଳ ହେବା ଭଲ କଥା ବୋଲି କହିଛନ୍ତି ଆମ୍ବୁଲାନ୍ସର କର୍ମଚାରୀମାନେ ।

ଫଟୋରେ ଥିବା ନିରୀହ ଝିଅ ଜଣଙ୍କ ଆଜି ଓଲିଉଡର ଲୋକପ୍ରିୟ ନାୟିକା; କୁହନ୍ତୁ କିଏ?

ରାଜ୍ୟ ସରକାରଙ୍କ ଏହି ବଡ଼ ଯୋଜନା ୨୦୧୩, ମାର୍ଚ୍ଚରୁ କାର୍ଯ୍ୟକାରୀ ହୋଇଛି । ସମଗ୍ର ୩୦ ଜିଲ୍ଲାରେ ମୋଟ ୧୧୨୪ଟି ୧୦୮ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ଗୋଟିଏ ଆମ୍ବୁଲାନ୍ସରେ ମୋଟ ୩ ଜଣ ରହିଥାଆନ୍ତି । ଡ୍ରାଇଭର, ଆଟେଣ୍ଡାଣ୍ଟ ଏବଂ ଫାର୍ମାସିଷ୍ଟ । ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇବା ହେଉ କି ଦୁର୍ଗମ ଅଞ୍ଚଳରେ ମହିଳାଙ୍କ ସୁରକ୍ଷିତ ପ୍ରସବ, ଏ କ୍ଷେତ୍ରରେ ଅତି ସଫଳତାର ସହ କାର୍ଯ୍ୟ କରୁଛି ୧୦୮ ଆମ୍ବୁଲାନ୍ସ । କେବଳ ସେତିକି ନୁହେଁ, ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ଆଣି ହସ୍ପିଟାଲ ପହଞ୍ଚାଇବାରେ ୧୦୮ ଆମ୍ବୁଲାନ୍ସ ପ୍ରମୁଖ ଭୂମିକା ତୁଲାଉଛି । ସେହିପରି ବିଚ୍ଛିନ୍ନାଞ୍ଚଳରେ ରୋଗୀଙ୍କୁ ହସ୍ପିଟାଲ ଆଣିବା ପାଇଁ ରହିଛି ୬ଟି ବୋଟ୍ ଆମ୍ବୁଲାନ୍ସ ।
Published by:Soumya Das
First published: