ହାର ମାନିଛି ବୟସ, ହାରି ନାହାନ୍ତି ୧୦୫ ବର୍ଷୀୟ ସଦିରନ

ବୟସ ଘଡ଼ି ୧୦୫ରେ ପହଞ୍ଚିଛି, କିନ୍ତୁ କମିନି ମନୋବଳ। ରଙ୍ଗ ବେରଙ୍ଗ ଚୁଡ଼ି ପସରା ମେଲାଇ ବସିଛନ୍ତି ସଦିରନ ମାଉସୀ।

ହାରି ନାହାନ୍ତି ୧୦୫ ବର୍ଷୀୟ ସଦିରନ

ହାରି ନାହାନ୍ତି ୧୦୫ ବର୍ଷୀୟ ସଦିରନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସୁନ୍ଦରଗଡ: ହାଟ ହେଉ କି ଯାନିଯାତରା ସବୁଠି ଦେଖିବାକୁ ମିଳେ ୧୦୫ ବର୍ଷୀୟ ସଦିରନଙ୍କୁ। ପସରା ମେଲି ଦିଅନ୍ତି ରଙ୍ଗ ବେରଙ୍ଗର ଚୁଡ଼ି । ଜୀବନର ସାୟାହ୍ନରେ ବି ସବୁଠି ତାଙ୍କରି ଉପସ୍ଥିତ ।

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ରାମପୁର ପଞ୍ଚାୟତର ୧୦୫ବର୍ଷୀୟ ମହିଳା ସଦିରନ । ସଦିରନଙ୍କ ରଙ୍ଗ ବେରଙ୍ଗ ସାଙ୍ଗକୁ ବିଭିନ୍ନ କିସମର ଚୁଡି ଗ୍ରାହକଙ୍କର ମନ ଲୋଭି ଥାଏ। ଲୋକେ ମୂଲ ଚାଲ କଲେ ଟିକିଏ ବି ବିରକ୍ତ ହୁଅନ୍ତି ନାହିଁକି ରାଗନ୍ତି ନାହିଁ। ସେଥି ପାଇଁ ତ ଗ୍ରାହକଙ୍କ ପ୍ରିୟ ସଦିରନ। ବାଲିଶଙ୍କରା ଅଞ୍ଚଳ ପ୍ରତ୍ୟେକ ହାଟ ଯାନି ହାତରାରେ ସଦିରନଙ୍କୁ ଅପେକ୍ଷା କରିଥାନ୍ତି ଗ୍ରାହକ । ବାଲିଶଙ୍କରା ଅଞ୍ଚଳର ଏମିତି କେହି ଝିଅ, ବୋହୂ ମହିଳା ନାହାନ୍ତି,ଯେ ସଦିରନଙ୍କ ଚୁଡ଼ି ପିନ୍ଧି ନାହାନ୍ତି । ସଦିରନଙ୍କ ପୁଅ ଝିଅ ମିଶି ସାତ ଜଣ । ବିବାହିତ ତିନି ପୁଅ ସହ ଜଣେ ଝିଅ ମୃତ୍ୟୁ ବରଣ କରିସାରିଥିବା ବେଳେ ସଦିରନଙ୍କ ସ୍ଵାମୀ କେବେଠାରୁ ଆରପାରିରେ ।

ସଦିରନ ଚୁଡ଼ି ବିକି ଯାହା ରୋଜଗାର କରନ୍ତି ସେଥିରେ ନାତି ନାତୁଣୀ ସହ ହସ ଖୁସିରେ ଦିନ କାଟି ଦିଅନ୍ତି । ସରକାରଙ୍କ ଯୋଜନାରୁ ତାଙ୍କ ପାଖରେ ପହଞ୍ଚିଛି କେବଳ ସାତ ସହ ଟଙ୍କା ମାସିକ ଭତ୍ତା, ହେଲେ ପକ୍କା ଘରଟିଏ ନାହିଁ । ତଥାପି ଜୀବନ ସଂଗ୍ରାମରେ ଲଢି ଚାଲିଛନ୍ତି ସଦିରନ। ସମସ୍ତଙ୍କ ପାଇଁ ସଦିରନ ଆଜି ପ୍ରେରଣାର ଉତ୍ସ।
Published by:Soumya Das
First published: