ମହିଳାଙ୍କୁ ନ୍ୟାୟ: ରାଜ୍ୟ ମହିଳା କମିଶନ ପାଖରେ ବିଚ଼ାରାଧୀନ ହୋଇ ପଡ଼ିରହିଛି ୧୦,୧୩୦ଟି ମାମଲା

ଏବେ ସୁଦ୍ଧା ରାଜ୍ୟ ମହିଳା କମିଶନଙ୍କ ପାଖରେ ବିଚ଼ାର ଅପେକ୍ଷା ରହିଛି ପ୍ରାୟ ୧୦,୧୩୦ଟି ମାମଲା । ଏଥିରୁ ଅନେକ ମାମଲା ୧୯୯୩ରୁ ୨୦୨୦ ମଧ୍ୟରେ କମିଶନଙ୍କ ପାଖରେ ପଡ଼ି ରହିଛି ।

ମହିଳାଙ୍କୁ ନ୍ୟାୟ: ରାଜ୍ୟ ମହିଳା କମିଶନ ପାଖରେ ବିଚ଼ାରାଧୀନ ହୋଇ ପଡ଼ିରହିଛି ୧୦,୧୩୦ଟି ମାମଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 15, 2020, 9:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ରାଜ୍ୟର ମହିଳାମାନଙ୍କୁ ନ୍ୟାୟ ଦେଇ ପାରୁ ନାହିଁ ମହିଳା କମିଶନଙ୍କ ନିକଟରେ ପଡିରହିଥିବା ମାମଲାର ସଂଖ୍ୟା ଦେଖିଲେ ନିଶ୍ଚିତରୂପେ ଏହା କୁହାଯାଇପାରିବ । ମହିଳା କମିଶନଙ୍କ ଦୃଷ୍ଟି ଓ ବିଚ଼ାର ଅପେକ୍ଷାରେ ପଡ଼ି ରହିଛି ହଜାର ହଜାର ମାମଲା ।

ତାଜା ସ୍ଥିତି ଉପରେ ଧ୍ୟାନ ଦେବା ପରେ ଜଣା ପଡ଼ିଛି ଯେ ଏବେ ସୁଦ୍ଧା ମହିଳା କମିଶନଙ୍କ ପାଖରେ ବିଚ଼ାର ଅପେକ୍ଷା ରହିଛି ପ୍ରାୟ ୧୦,୧୩୦ଟି ମାମଲା । ଏ ମାମଲାଗୁଡ଼ିକ ମୁଖ୍ୟତଃ ଯୌତୁକଜନିତ ମୃତ୍ୟୁ, ସନ୍ଦେହଜନକ ମୃତ୍ୟୁ, ଯୌତୁକଜନିତ ନିର୍ଯାତନା, ଘରୋଇ ହିଂସା, ଦୁଷ୍କର୍ମ, ବିବାହର ମିଥ୍ୟା ପ୍ରତିଶୃତି, ଅପହରଣ, ନିଖୋଜ ହେଇଯିବା, ଜବରଦସ୍ତି ସମ୍ପତ୍ତି ଅଧିକାର, ଯୌନ ନିର୍ଯାତନା, କର୍ମ କ୍ଷେତ୍ରରେ ହଇରାଣ, ଅଶୋଭନୀୟ ଆଚ଼ରଣ ଓ ମହିଳା ଅଧିକାର ଉଲଙ୍ଘନ ଉପରେ ପର୍ଯ୍ୟବଶିତ । ଏ ସବୁ ମାମଲା ୧୯୯୩ରୁ ୨୦୨୦ ମଧ୍ୟରେ କମିଶନଙ୍କ ପାଖରେ ପଡ଼ି ରହିଛି ।

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖି ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ସଂଖ୍ୟା ବିଷୟରେ ବିସ୍ତୃତ ସୂଚ଼ନା ଦେଇଛନ୍ତି ।

କେବଳ ୨୦୧୮ରେ ୨,୭୨୯ଟି ମାମଲା ପଞ୍ଜୀକରଣ ହୋଇଥିଲା, ଆଉ ତନ୍ମଧ୍ୟରୁ ୨,୦୫୧ଟି ମାମଲାର ଫଇସଲା କରିପାରିଛି କମିଶନ୍‌ । ପଞ୍ଜୀକରଣ ହୋଇଥିବା ମାମଲାରୁ ୬୭୮ଟିର ଫଇସଲା ହୋଇ ପାରିନି । ୨୦୧୮ରେ କମିଶନଙ୍କ ନିକଟରେ ସର୍ବାଧିକ ୧,୦୭୮ଟି ଘରୋଇ ହିଂସା ମାମଲାର ପଞ୍ଜୀକରଣ ହୋଇଥିଲା । ସେଥିରୁ ମାତ୍ର ୭୧୬ଟି ମାମଲାର ଫଇସଲା ହୋଇଛି । ସେହିପରି ୭୭୦ଟି ଯୌତୁକଜନିତ ନିର୍ଯାତନା ମାମଲାର ପଞ୍ଜୀକରଣ ହୋଇଥିବା ବେଳେ ୬୬୦ଟିର ସମାଧାନ ହୋଇଛି । ମହିଳା ହିଂସାର ୨୯୬ଟି ମାମଲା ଆସିଥିବା ବେଳେ ସଏଥିରୁ ୨୪୮ଟିର ସମାଧାନ ହୋଇଛି । ମିଛ ବିବାହ ପ୍ରତିଶୃତିର ୧୦୩ଟି ମାମଲାର ପଞ୍ଜୀକରଣ ହୋଇଥିବାବେଳେ ୯୩ଟିର ସମାଧାନ ହୋଇପାରିଛି ।

ଗତ ୨୮ ବର୍ଷ ମଧ୍ୟରେ ମହିଳା କମିଶନଙ୍କ ପାଖରେ ପଞ୍ଜୀକୃତ ହୋଇଛି ମୋ’ଟ ୭୨,୪୮୩ଟି ମାମଲା । ତା’ ଭିତରୁ େ ପର୍ଯ୍ୟନ୍ତ ଫଇସଲା ହୋଇଛି ୬୨,୩୫୩ଟି ମାମଲାର ।

 
First published: February 15, 2020, 9:37 PM IST
corona virus btn
corona virus btn
Loading