News18 Odia Digital
ଓଡ଼ିଶା : ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ସରକାର ରାଜ୍ୟରେ ଏକ ହଜାର ନୂଆ ଶୀତଳିକରଣ ଗୃହ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ବୁଧବାର ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖି ଏପରି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ଟି ସଚଳ ରହିଛି । ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ । କାରଣ ଅଚଳକୁ ସଚଳ କରିବା ବ୍ୟୟ ବହୁଳ । ସେହି ଟଙ୍କାରେ ନୂଆ ଶୀତଳଭଣ୍ଡାର ହୋଇପାରିବ । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ରାଜ୍ୟରେ ଶୀତଳଭଣ୍ଡାର ଅଭାବକୁ ଦୂର କରିବା ୧୦୦୦ଟି ଶୀତଳିକରଣ ଗୃହ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଯାହା କି ସୌରଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ । ଏହାକୁ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନା କରିବେ ।
ସେହିପରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭୦ ପ୍ରତିଶତ ରିହାତିରେ ସବ୍ଜି କୁଲର ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁଥିରେ ଚାଷୀମାନେ ତାଙ୍କ ଅମଳ ପନିପରିବା କିଛି ଦିନ ପର୍ଯ୍ୟନ୍ତ ରଖି ପାରିବେ। ଏହାକୁ ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ । ସେପଟେ ଚାଷୀଙ୍କ ପାଇଁ ବିଧାନସଭାରେ ହାତ ଯୋଡ଼ିଲେ କୃଷି ମନ୍ତ୍ରୀ । କହିଲେ ଉଦ୍ୟାନ କୃଷି ବାବଦରେ କେନ୍ଦ୍ରୀୟ ଅନୁଦାନ କମୁଛି । ତେଣୁ ବିଜେପି ବିଧାୟକମାନେ କେନ୍ଦ୍ରକୁ କହି ପ୍ରାପ୍ୟ ରାଜ୍ୟକୁ ଦିଅନ୍ତୁ ।
ପଢନ୍ତୁ ଏହି ଖବର :
ବାଜିଲା ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ; ମେ ୧୦ ତାରିଖରେ ଭୋଟଗ୍ରହଣଅନ୍ୟପକ୍ଷରେ ରାଜ୍ୟରେ ଖରିଫ ଓ ରବି ଋତୁରେ 54 ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥାଏ । ସେଥିରୁ 24 ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ପିଡିଏସ୍ ଜରିଆରେ ବ୍ୟବହୃତ ହୋଇଥାଏ । ଆଉ 30 ଲକ୍ଷ ମେଟ୍ରିକ ଟନ ରହିଯାଏ । ଚଳିତ ବର୍ଷ ଏଫସିଆଇ ପ୍ରଥମ ପର୍ଯ୍ୟାୟରେ 4 ଲକ୍ଷ ମେଟ୍ରିକ ଟନ ଓ ଦ୍ୱିତୀୟ ପର୍ଯ୍ୟାୟରେ 6 ଲକ୍ଷ ମେଟ୍ରିକ ଟନ ଚାଉଳ ନେବ ବୋଲି ଚିଠି କରିଛି । ଆହୁରି 18ରୁ 20 ଲକ୍ଷ ମେଟ୍ରିକ ଟନ ଚାଉଳ ବଳି ପଡି଼ବ ତାକୁ କିଏ ନେବ ବୋଲି ମନ୍ତ୍ରୀ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।