ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରହ୍ମପୁରରେ ଶତ ପ୍ରତିଶତ ଟିକାକରଣ; ଅନେକ ସଙ୍ଗଠନ ଦ୍ବାରା ସଫଳ ହୋଇଛି ଏହି ଅଭିଯାନ

ବ୍ରହ୍ମପୁରରେ ଶତ ପ୍ରତିଶତ ଟିକାକରଣ; ଅନେକ ସଙ୍ଗଠନ ଦ୍ବାରା ସଫଳ ହୋଇଛି ଏହି ଅଭିଯାନ

ବ୍ରହ୍ମପୁରର ପ୍ରତି ୱାର୍ଡ଼ରେ ଟିକା ଦାନ ନିମନ୍ତେ ବି.ଏମ.ସି. ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ମଧ୍ୟରେ ଟିକା ନେଇ ସଚେତନତା ଜାଗ୍ରତ ହେବା ପରେ ଶତ ପ୍ରତିଶତ ସଫଳତା ମିଳିଛି ।

ବ୍ରହ୍ମପୁରରେ ଶତ ପ୍ରତିଶତ ଟିକାକରଣ; ଅନେକ ସଙ୍ଗଠନ ଦ୍ବାରା ସଫଳ ହୋଇଛି ଏହି ଅଭିଯାନ
ବ୍ରହ୍ମପୁରରେ ଶତ ପ୍ରତିଶତ ଟିକାକରଣ
  • News18 Odia
  • Last Updated: August 25, 2021, 4:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଭୁବନେଶ୍ବର ପରେ ବ୍ରହ୍ମପୁର ସହରରେ ହୋଇଛି ଶତ ପ୍ରତିଶତ ଟିକାକରଣ । ସହରରେ ଟିକାକରଣକୁ ନେଇ ଯେଉଁ ଟାର୍ଗେଟ୍‌ ରଖାଯାଇଥିଲା ତାହା ଠାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ପ୍ରଥମ ଡୋଜ୍‌ ଶତ ପ୍ରତିଶତ ହୋଇଥିବା ବେଳେ ଦ୍ବିତୀୟ ଡୋଜ୍‌ ମଧ୍ୟ ଶତ ପ୍ରତିଶତ ଆଡ଼କୁ ଯାଉଛି, ଯାହାକି ସହରବାସୀଙ୍କ ପାଇଁ ଖୁସୀ ଖବର।

କିଭଳି ଭାବେ ପ୍ରତ୍ୟେକ ବ୍ୟକ୍ତି ଟିକା ନେବେ ସେ ନେଇ ସହରର ପ୍ରତି ୱାର୍ଡ଼ରେ ଟିକା ଦାନ ନିମନ୍ତେ ବି.ଏମ.ସି. ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ମଧ୍ୟରେ ଟିକା ନେଇ ସଚେତନତା ଜାଗ୍ରତ ହେବା ପରେ ଏଭଳି ସଫଳତା ମିଳିଛି । ପୂର୍ବରୁ ବ୍ୟବସାୟୀ ମାନଙ୍କ ନିମନ୍ତେ ଟିକାକରଣ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ମଧ୍ୟ ଟିକାନେବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା ।

ଏହା ଦ୍ବାରା ସହରର ପ୍ରତ୍ୟେକ ବ୍ୟକ୍ତି ଟିକା ନେଇ ପାରିଛନ୍ତି । ସହରରେ ଶତ ପ୍ରତିଶତ ଟିକାକରଣ ହୋଇଥିଲେ ସୁଦ୍ଧା ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ବ୍ରହ୍ମପୁରରେ ଶତ ପ୍ରତିଶତ ଟିକାକରଣ


ବି.ଏମ.ସି. କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, ‘‘ବ୍ରହ୍ମପୁର ସହରବାସୀଙ୍କ ପାଇଁ ଖୁସୀ ଖବର ରହିଛି । ସହରରେ ଶତ ପ୍ରତିଶତ ହୋଇଛି ଟିକାକରଣ । ବ୍ରହ୍ମପୁର ସହରରେ ଗତ କାଲି ପର୍ଯ୍ୟନ୍ତ ପ୍ରଥମ ଡୋଜ୍‌ ଟିକା ଟେର୍ଗେଟରୁ ଅଧିକ ଦିଆଯାଇଛି । ସହରରେ ମୋଟ ୩ ଲକ୍ଷ ୨୨ ହଜାର ୩ ଜଣଙ୍କୁ ଟିକା ଦେବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା । ସେହିପରି ଗତ କାଲି ପର୍ଯ୍ୟନ୍ତ ୩ ଲକ୍ଷ ୨୨ ହଜାର ୫୪୫ ଜଣଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି । ଯାହାକି ପ୍ରଥମ ଡୋଜ୍‌ ଶତ ପ୍ରତିଶତ ଟିକା ହୋଇଛି ସହରରେ । ଏହା ସହ ଗତ କାଲି ସୁଦ୍ଧା ଦ୍ବିତୀୟ ଡୋଜରେ ୧ ଲକ୍ଷ ୫୬ ହଜାର ୮୨୦ ଜଣଙ୍କୁ ଟିକା ଦିଆଯାଇଛି । ଯାହାକି ସହରରେ ଦ୍ବିତୀୟ ଡୋଜର ପ୍ରାୟ ୬୦ ପ୍ରତିଶତ ଉପରେ ରହିଛି । ଗତ କାଲି ସହରରେ ୬୬ ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୬,୬୧୮ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଥିଲା । ଦ୍ବିତୀୟ ଡୋଜ୍‌ ଗତ କାଲି ୫,୦୩୭ଟି ଡୋଜ କୋଭିସ୍ଲିଡ୍ ଦିଆଯାଇଥିବା ବେଳେ ୧,୬୪୭ଟି ଡୋଜ୍ କୋଭାକ୍ସିନ୍‌ ଦିଆଯାଇଛି । ଟିକାକରଣକୁ ବ୍ୟାପକ କରାଯାଇଥିବା ବେଳେ ସହରର ପ୍ରତ୍ୟେକ ୱାର୍ଡ଼ରେ ଟିକାକରଣ କରିବା ନିମନ୍ତେ ବ୍ୟବସ୍ଥା କରାଯାଉଛି ।’’

ସହରରେ ଟିକାକରଣକୁ ନେଇ ଯେଉଁ ସଫଳତା ହୋଇଛି ତାହା ନିଶ୍ଚିତ ଆଶ୍ବସ୍ତିକର ବିଷୟ । ଏକ ଗବେଷଣାରୁ ଜଣାପଡ଼ିଛି ଯେ ଟିକା ନେବା ପରେ ଯଦି ଜଣେ ବ୍ୟକ୍ତିଙ୍କୁ କରୋନା ହୁଏ ତେବେ ମୃତ୍ୟୁ ହେବାର ସମ୍ଭାବନା କମ୍‌ କିନ୍ତୁ ଲୋକଙ୍କ ଦେହକୁ ଦୁର୍ବଳ କରିଦେଇଥାଏ । ଯାହା ଫଳରେ ଅନ୍ୟ ରୋଗର ମଧ୍ୟ ଆଶଙ୍କା ରହିଥାଏ । ଏଥି ପାଇଁ ଟିକା ନେବା ପରେ ମଧ୍ୟ ସଚେତନ ରହିବା ଜରୁରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୋଟା ।

ବ୍ରହ୍ମପୁରରେ ସଫଳ ହୋଇଛି ଟିକାକରଣ


ବ୍ୟବସାୟୀ ରବିନ୍ଦ୍ରନାଥ ମିଶ୍ର କହିଛନ୍ତି, ‘‘ବ୍ରହ୍ମପୁର ସହରରେ ପ୍ରଥମେ ଟିକା ନେବା ନିମନ୍ତେ ଲୋକେ ଅମଙ୍ଗ ହେଉଥିଲେ । ଏଥି ନିମନ୍ତେ ବି.ଏମ.ସି. ପକ୍ଷରୁ ବିଭିନ୍ନ ପ୍ରକାରର ସଚେତନତା ମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଥିଲା । ସହରର ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦ୍ବାରା ଘରକୁ ଘର ବୁଲି ଲୋକଙ୍କୁ ଟିକା ନେବା ନିମନ୍ତେ ସଚେତନ କରାଯାଇଥିଲା । ଏହା ପରେ ଯେଉଁମାନେ ଟିକା କେନ୍ଦ୍ରକୁ ଆସିବା ନିମନ୍ତେ ଅସମର୍ଥ ଅଛନ୍ତି ସେମାନଙ୍କ ନିମନ୍ତେ ବି.ଏମ.ସି. ପକ୍ଷରୁ ଘରକୁ ଘର ବୁଲି ଲୋକଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେହିପରି ବ୍ୟବସାୟୀ ମାନଙ୍କ ନିମନ୍ତେ ଟିକାକରଣ ବାଧ୍ୟତାମୂଳକ କରାଯାଇଥିଲା । ଟିକା ନେବା ପରେ ଟିକା ପ୍ରମାଣ ପତ୍ର ନିଜ ଦୋକାନ ସମ୍ମଖରେ ଟାଙ୍ଗିବା ବାଧ୍ୟତାମୂଳକ କରାଯାଇଥିଲା । ଏହି ନିୟମକୁ ପାଳନ କରି ସହରର ପ୍ରତ୍ୟେକ ବ୍ୟବସାୟୀ ମାନେ ଟିକା ନେଇଥିଲେ । ଯାହା ଦ୍ବାରା ବର୍ତ୍ତମାନ ସମସ୍ତେ ଟିକା ନେବାରେ ସକ୍ଷମ ହୋଇଛନ୍ତି ।’’

ବି.ଏମ.ସି. ପକ୍ଷରୁ ମଧ୍ୟ ଟିକାକରଣକୁ ବ୍ୟାପକ କରାଯାଇଥିଲା । ପ୍ରତ୍ୟେକ ସ୍ତରର ବ୍ୟକ୍ତି କିଭଳି ସୁରକ୍ଷିତ ଭାବେ ଟିକା ନେବେ ସେ ନେଇ ସହରର ବିଭିନ୍ନ ସଙ୍ଗଠନର ସହଯୋଗରେ ଟିକାକରଣ କାର୍ଯ୍ୟକ୍ରମ କରାଯାଇଥିଲା । ଚାମ୍ବର ଅଫ କର୍ମସ, ରୋଟାରୀ କ୍ଳବ ଭଳି ବିଭିନ୍ନ ସଙ୍ଗଠନ ବି.ଏମ.ସି.ର ସହଯୋଗରେ ଅଟୋ, ରକ୍ସା, ଦିନ ମଜୁରିଆ ଭଳି ବିଭିନ୍ନ ସ୍ତରର ଲୋକଙ୍କୁ ଟିକା ଦିଆଯାଇଥିଲା । ସହରରେ ସମସ୍ତ ବର୍ଗର ଲୋକଙ୍କୁ ସ୍ବତନ୍ତ୍ର ଭାବେ ଟିକା ଦାନର ବ୍ୟବସ୍ଥା କରାଯାଇଥିବା ଯୋଗୁଁ ଟିକା ଦାନ କ୍ଷେତ୍ରରେ ସହର ଆଜି ଆଗରେ ରହିଛି ବୋଲି କହିଛନ୍ତ ଚାମ୍ବର ଅଫ୍ କର୍ମସର ସଦସ୍ୟ ସନ୍ତୋଷ କୁମାର ।

ବ୍ରହ୍ମପୁର ସହରରେ ଟିକା ଦାନ କ୍ଷେତ୍ରରେ ସଫଳତା ପାଇଥିବା ସତ୍ତ୍ବେ ସହରବାସୀ ଟିକା ନେବା ପରେ ମଧ୍ୟ କୋରୋନା କଟକଣା ପାଳନ କରିବା ଜରୁରୀ ରହିଛି ।
Published by: Lipina Das
First published: August 25, 2021, 4:31 PM IST