ଭାଗ୍ୟ ବଦଲାଇ ଦେଲା ମିଶନ ଶକ୍ତି ଯୋଜନା; ବର୍ଷକୁ ୭ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ଗୌଡ଼ଗାଁର ୧୦ ମହିଳା

ଭାଗ୍ୟ ବଦଲାଇ ଦେଲା ମିଶନ ଶକ୍ତି ଯୋଜନା; ବର୍ଷକୁ ୭ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ଗୌଡ଼ଗାଁର ୧୦ ମହିଳା

ଭାଗ୍ୟ ବଦଲାଇ ଦେଲା ମିଶନ ଶକ୍ତି ଯୋଜନା; ବର୍ଷକୁ ୭ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ଗୌଡ଼ଗାଁର ୧୦ ମହିଳା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ବରଗଡ଼ : ଅଣ୍ଟା ଭିଡ଼ିଲେ ଗାଁ ବୋହୂ । ମନରେ ସାହସ ଜୁଟାଇ ଘରୁ ପାଦ କାଢ଼ିଲେ । ସରକାରଙ୍କ ସହଯୋଗରେ ଏବେ ରୋଜଗାରକ୍ଷମ । ବରଗଡ଼ ଜିଲ୍ଲା ଭଟଲି ଗୌଡ଼ଗାଁ ମା ବିନ୍ଧ୍ୟବାସିନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ନା ସେମାନେ ଉଚ୍ଚଶିକ୍ଷିତା । ନା ମିଳିଛି ସ୍ୱତନ୍ତ୍ର ପ୍ରଶିକ୍ଷଣ । ସଭିଏଁ ଗୃହିଣୀ । କଠିନ ପରିଶ୍ରମ କରି ଗାଁରେ ମିକଶ୍ଚର, ଗାଣ୍ଠିଆ, ସେଓ ଆଦି ଖାଦ୍ୟ ସାମଗ୍ରୀ ବିକ୍ରି କରି ବର୍ଷକୁ ୭ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧୦ଜଣ ମହିଳା । ଦୂର ହୋଇଛି ସେମାନଙ୍କ ପରିବାର ପୋଷଣ କଷ୍ଟ । ବଦଳି ଯାଇଛି ୧୦ଜଣ ମହିଳାଙ୍କ ଭାଗ୍ୟ ଓ ଜୀବନ ଜୀବିକା ।..

କେମିତି ଆରମ୍ଭ ହେଲା ଅଭିଯାନ ?

ସେମାନେ ସଭିଏ ସାଧାରଣ ଗୃହିଣୀ । ଉଚ୍ଚଶିକ୍ଷା କି ବୈଷୟିକ ତାଲିମ କଥା ଛାଡ଼ନ୍ତୁ ଏ ମହିଳାମାନେ ହାଇସ୍କୁଲରେ ପାଦ ବି ଦେଇନାହାନ୍ତି । ଗାଁ ବୋହୂ ଭାବେ ଘରୁ ପାଦ କାଢ଼ିବାର ବି ସୁଯୋଗ କମ୍‌ ଥିଲା । ହେଲେ କୋରୋନା ମହାମାରୀ ବେଳେ ଅର୍ଥାଭାବ ଓ ପରିବାର ଭରଣ ପୋଷଣର କଷ୍ଟ ଏମାନଙ୍କ ସମ୍ଭାବନା ଖୋଜିବାକୁ ବାଧ୍ୟ କରିଥିଲା । ଏଭଳି ଦୁଃଖଦ ବେଳାରେ ବରଗଡ଼ ଭଟଲି ବ୍ଳକ ହାଲୁପାଲି ପଞ୍ଚାୟତର ଗୌଡ଼ଗାଁର ୧୦ ମହିଳା ସ୍ବାବଲମ୍ବୀ ହୋଇ ପରିବାରର କଷ୍ଟ ଲାଘବ କରିବାକୁ ଅଣ୍ଟା ଭିଡ଼ିଥିଲେ ।
ସକ୍ରିୟ ହୋଇଥିଲା ୨୦୧୮ରେ ଗଠିତ ମାଁ ବିନ୍ଧ୍ୟବାସିନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ମହିଳାମାନଙ୍କ ଦୁର୍ଦ୍ଦିନ ସମୟରେ ସହଯୋଗର ହାତ ବଢ଼ାଇଥିଲା ସ୍ଥାନୀୟ ପ୍ରଶାସନ । ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ୬୦ହଜାର ଟଙ୍କା ଓ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାଙ୍କରୁ ମହିଳାମାନଙ୍କୁ ଦିଆଯାଇଥିଲା ଦେଢ଼ ଲକ୍ଷ ଟଙ୍କା ଋଣ ସହାୟତା । ବାସ୍‌ ! ଏହାପରେ ବଦଳିଯାଇଥିଲା ଗାଁର ୧୦ ମହିଳାଙ୍କ ଭାଗ୍ୟ । ସେପଟେ ଖୁବଶୀଘ୍ର ଏସଏସଜି ଗ୍ରୁପକୁ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା, ସମସ୍ତ ସଭ୍ୟଙ୍କୁ ପ୍ରଶିକ୍ଷଣ ଏବଂ ବଜାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଭଟଲି ବିଡିଓ ଧୀରେନ୍ଦ୍ର କୁମାର ସେଠୀ ।

ପଢନ୍ତୁ ଏହି ଖବର : http://ମୋ ଭାଷଣ ଭଲ ଲାଗିଲା, ପ୍ରଣବ ଦାସ ମୋ ପିଠି ଥାପୁଡାଇଲେ : ସୂରଜ ସୂର୍ଯ୍ୟବଂଶୀ

ସଫଳତା ପରେ କଣ କହୁଛନ୍ତି ମହିଳା ?

ମିଶନ ଶକ୍ତି ଯୋଜନାରେ ଆମେ ସ୍ବାବଳମ୍ବୀ ହୋଇପାରିଛୁ । ଭଲ ରୋଜଗାର ବି କରୁଛୁ । ସରକାର ଆମକୁ ସ୍ବତନ୍ତ୍ର ତାଲିମ ଓ ମାଗଣାରେ ଯନ୍ତ୍ରପାତି ଯୋଗାଇ ଦେଲେ ଅଧିକ ସ୍ବାବଳମ୍ବୀ ହୋଇପାରିବୁ ବୋଲି ମହିଳା ସଂଗଠନ ସଭାନେତ୍ରୀ ସୁପ୍ରଭା ବାରିକ କହିଛନ୍ତି । ଦୁର୍ଦ୍ଦିନରେ ଦୁଃଖ ବୁଝି ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ବିନ୍ଧ୍ୟବାସିନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ।
Published by:Sujit Swain
First published: