୧୦ ଆକାଂକ୍ଷୀ ଜିଲ୍ଲାରେ ୧୦ କେନ୍ଦ୍ର ମନ୍ତ୍ରୀ ବୁଲିବାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା

୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ର ମନ୍ତ୍ରୀ। ଏହି ଆକାଂକ୍ଷୀ ଜିଲ୍ଲାରେ ହୋଇଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ କେନ୍ଦ୍ର ମନ୍ତ୍ରୀ। ହେଲେ ଏହାକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା ହେଉଛି।

୧୦ ଆକାଂକ୍ଷୀ ଜିଲ୍ଲାରେ ୧୦ କେନ୍ଦ୍ର ମନ୍ତ୍ରୀ ବୁଲିବାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା

୧୦ ଆକାଂକ୍ଷୀ ଜିଲ୍ଲାରେ ୧୦ କେନ୍ଦ୍ର ମନ୍ତ୍ରୀ ବୁଲିବାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲାରେ ୧୦ କେନ୍ଦ୍ର ମନ୍ତ୍ରୀ ଵୁଲି ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମୀକ୍ଷା କରିବା ପ୍ରସଙ୍ଗ ଏବେ ରାଜନୈତିକ ମୋଡ଼ ନେଇଛି। ରାଜ୍ୟସରକାରଙ୍କ ଅଧିକାରୀମାନେ ସହଯୋଗ କରୁନଥିବା ଖୋଦ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରୁଥିବା ବେଲେ ମନ୍ତ୍ରୀଙ୍କ ଗସ୍ତ ସୂଚିରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଡକାଯାଉନି। ଅପରପକ୍ଷରେ ବିଜେପି ଜିଲ୍ଲା ସଭାପତି ମହାମନ୍ତୀଙ୍କ ନା କିନ୍ତୁ ସୂଚିରେ ରହିଛି।

ବିଜେଡି ଏହାକୁ ରାଜନୈତିକ ଏଜେଣ୍ଡା କହିଥିବା ବେଳେ କଂଗ୍ରେସ କହିଛି ସମୀକ୍ଷା ନାଁରେ ରାଜନୀତି। ବିଜେପି କହିଛି କେନ୍ଦ୍ର ମନ୍ତ୍ରୀଙ୍କୁ ଅସହଯୋଗ କରିବା ଅର୍ଥ ବିଜୁ ଜନତା ଦଳ ହେଉଛି ବିକାଶର ବାଧକ।

କେନ୍ଦ୍ର ମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ। ମଙ୍ଗଳବାର ସଞ୍ଜୀବ ବାଲ୍ୟାନ କୋରାପୁଟ ଗସ୍ତ କରିଥିବା ବେଳେ ବୁଧବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ଏବେ ମନ୍ତ୍ରୀଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଗୋଟାଏ ପଟେ ରାଜ୍ୟ ସରକାରଙ୍କ ଅଧିକାରୀ ସହଯୋଗ କରୁନଥିବା ବିଜେପି ଅଭିଯୋଗ କରୁଥିବା ବେଳେ ମନ୍ତ୍ରୀଙ୍କ ଗସ୍ତ ସୂଚି ବୈଠକ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଓ ମହାମନ୍ତଙ୍କୁ ଡକାଯାଉଥିବାରୁ ଉଠିଛି କେଁ।

ତେବେ ନଜର ପକାନ୍ତୁ ଏହି ବୈଠକ ସୂଚି ଉପରେ…

ଦୈନିକ କାର୍ଯ୍ୟକ୍ରମ ତାଲିକାର ଏକ ନମ୍ବର କାର୍ଯ୍ୟକ୍ରମରେ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ। ସମ୍ପୂର୍ଣ୍ଣ ହୋଇଥିବା ଅଥବା ଚାଲୁ ରହିଥିବା ବିକାଶ ମୂଳକ କାର୍ଯ୍ୟ ରୱ ସମୀକ୍ଷା ହେବ। ଏହି ବୈଠକରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସାଂସଦ ଓ ବିଧାୟକ, ମେୟର, ଜିଲ୍ଲା ପରିଷଦ ଅଧକ୍ଷ ସମେତ ବିଜେପି ଜିଲ୍ଲା ସଭାପତି ଓ ମହାମନ୍ତ ମଧ୍ୟ ଉପସ୍ଥିତ ରହିବେ। ତେଵେ ବୈଠକରେ ସରକାରୀ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ରହୁଥିବା ବେଳେ ଵିଜେପି ଜିଲ୍ଲା ସଭାପତିଙ୍କ ଉପସ୍ଥିତ ରହିବା ନେଇ ଉଠିଛି ପ୍ରଶ୍ନ।

ବିଜେଡି ସାଂସଦ ଅମର ପଟ୍ଟନାୟକ ଏହାକୁ ରାଜନୈତିକ ଏଜେଣ୍ଡା ବୋଲି କହିଛନ୍ତି। ଅମର କହିଛନ୍ତି, ’’ଆକାଂକ୍ଷୀ ଜିଲ୍ଲାକୁ ଯଦି ଅବହେଳିତ ମାନୁଛନ୍ତି ସେହି ଜିଲ୍ଲା ଗୁଡିକରେ କେନ୍ଦ୍ରୀୟ ଅନୁଦାନକୁ ୬୦-୪୦ ପରିବର୍ତ୍ତେ ୯୦-୧୦ କାହିଁକି କରୁନାହାଁନ୍ତି। ଏହା କଲେ ସେହି ଜିଲ୍ଲାର ବିକାଶ ହୋଇପାରିବ। କିଛି ନକରି ବାଃ ବାଃ ନେବା ଅର୍ଥ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି। ଏହାଠିକ ନୁହେଁ। ଏକ ତୃତୀୟାଂଶ ଜିଲ୍ଲା ଯେହେତୁ ଓଡ଼ିଶାର ଅବହେଳିତ ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ଦିଆଯାଉ। ଏହି ଆକାଂକ୍ଷୀ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘର ମିଳିବା କଥା ତାକୁ ଦେଉନାହାଁନ୍ତି। କେନ୍ଦ୍ର ସରକାର ବିକାଶକୁ ଫୋକସ କରୁନାହାଁନ୍ତି ରାଜନୈତିକ ଏଜେଣ୍ଡା ରଖି କାମ କରୁଛନ୍ତି।’’

ସେପଟେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ‘‘ସମୀକ୍ଷା କରାଯିବ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଏଠି ସମୀକ୍ଷା ନାଁରେ ରାଜନୀତି ହେଉଛି। କାର୍ଯ୍ୟ ଗୁଡିକ ସଫଳତା ନେଇ ସମୀକ୍ଷା ହେବା ସମସ୍ତେ ଚାହାଁନ୍ତି। ତେବେ ବିକାଶ କାର୍ଯ୍ୟକ୍ରମର ସମୀକ୍ଷାରେ ସ୍ଥାନୀୟ ଲୋକ ପ୍ରତିନିଧି ରହିବା ଜରୁରୀ। ସମସ୍ତ ଲୋକ ପ୍ରତିନିଧିମାନଙ୍କୁ ନିମନ୍ତ୍ରିତ କରାଯିବା ଜରୁରୀ। କିନ୍ତୁ ଏହି ସମୀକ୍ଷା କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଡକା ନଯିବା ଏକ ଦୁର୍ଭାଗ୍ୟଜନକ। ଏଥିରୁ ସ୍ପଷ୍ଟ ହେଉଛି ଯେ ଏହାକୁ ଏକ ରାଜନୈତିକ ଉଦ୍ଦେଶ୍ୟରେ କରାଯାଉଛି।’’

ବିଜେପି ସାଧାରଣ ସମ୍ପାଦକ ଗୋଲାକ ମହାପାତ୍ର କହିଛନ୍ତି, ‘‘ଓଡ଼ିଶାର ପଛୁଆ ଥିବା ୧୦ଟି ଜିଲ୍ଲାର ବିକାଶ ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ନୀତି ଆୟୋଗ ଯୋଜନା ଅନୁସାରେ ବହୁ ପରିମାଣର ଅର୍ଥ ସେ ଅଞ୍ଚଳର ବିକାଶ ପାଇଁ ଦିଆଯାଇଛି। ଯାହା ସର୍ବସାଧାରଣଙ୍କ ଜାଣିବା କଷ୍ଟ। କେନ୍ଦ୍ର ମନ୍ତ୍ରୀ ଆସୁଛନ୍ତି ତା'ର ସମୀକ୍ଷା କରି ଲୋକଙ୍କୁ ଜଣାଉଛନ୍ତି। ସଂଘୀୟ ବ୍ୟବସ୍ଥା ଅନୁସାରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ପଠାଉଛନ୍ତି। ଦୁଃଖ ପରିତାପର ବିଷୟ ମଙ୍ଗଳବାର ଜିଲ୍ଲାପାଳ, ଜନପ୍ରତିନିଧି ଉପସ୍ଥିତ ନରହିବା, କେନ୍ଦ୍ର ମନ୍ତ୍ରୀ ଚାହୁଁଥିବା ତଥ୍ୟ ନମିଳିବା ଦୁର୍ଭାଗ୍ୟଜନକ। କେନ୍ଦ୍ରକୁ ଛାଡ଼ି ଗୋଟିଏ ରାଜ୍ୟର ବିକାଶ କଥା ଚିନ୍ତା କରାଯାଇନପାରେ। ବିକାଶର ହାତ କେନ୍ଦ୍ର ସରକାର ବଢ଼ାଉଥିବା ବେଳେ ରାଜ୍ୟ ସହଯୋଗ ନକରିବା ଦୁର୍ଭାଗ୍ୟ ଜନକ। ପରବର୍ତ୍ତୀ ସମୟରେ ଯେଉଁ ମନ୍ତ୍ରୀମାନେ ଆସିବେ ରାଜ୍ୟ ସରକାର ସହଯୋଗ କରିବା ଦରକାର। ଆସୁଥିବା ଅର୍ଥର କେତେ ବିନିଯୋଗ ହୋଇଛି, ଲୋକଙ୍କ ପାଖରେ କେତେ ପହଞ୍ଚିଛି ଜନସାଧାରଣ ଜାଣିବା ଦରକାର। ରାଜ୍ୟ ସରକାର ବିକାଶ ମନୋଭାବ ନେଇ କାମ କରନ୍ତୁ। ସମସ୍ତଙ୍କୁ ବହୁ ପୂର୍ବରୁ ସୂଚନା ଦିଆଯାଇଛି। ଯେଉଁମାନେ ୯୦-୧୦ କଥା କହୁଛନ୍ତି ତା ଠୁ ବହୁ ଅଧିକ ଅର୍ଥ କେନ୍ଦ୍ର ସରକାର ଦେଉଛନ୍ତି। ପୁର୍ଵରୁ ଆସୁଥିବା ଅର୍ଥ ତୁଳନାରେ ଏବେ ୧୬୬ ପ୍ରତିଶତ ଅଧିକ ଅର୍ଥ ଆସୁଛି। କେଉଁ କଥାକୁ ଭୟ କରି ପ୍ରଶାସନ ଡ଼ରୁଛି।ଏହା ସନ୍ଦେହ ସୃଷ୍ଟି କରୁଛି। ଏହା ରାଜନୀତି ନୁହେଁ ବିକାଶର କଥା। ବିଜୁ ଜନତା ଦଳ ବିକାଶର ବାଧକ ସାଜୁଛି।’’

ପ୍ରକାଶ ଥାଉକି ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସହିତ ଗ୍ରାମାଞ୍ଚଳ ଅର୍ଥନୀତି ବିକାଶ ପାଇଁ ଆକାଂକ୍ଷୀ ଜିଲ୍ଲା ଚିହ୍ନଟ କରାଯାଇଛି। ନୀତି ଆୟୋଗ ୧୧୭ଟି ଆକାଂକ୍ଷୀ ଜିଲ୍ଲା ଚିହ୍ନଟ କରିଥିବା ବେଳେ ଓଡ଼ିଶାର ୧୦ଟି ଜିଲ୍ଲା ରହିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଏହି ୧୦ କେନ୍ଦ୍ର ମନ୍ତ୍ରୀ ୧୦ ଜିଲ୍ଲା ବୁଲି କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରି ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବେ।
Published by:Lipina Das
First published: