୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ର ମନ୍ତ୍ରୀ; କେନ୍ଦ୍ର ଯୋଜନାର କରିବେ ସମୀକ୍ଷା

୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ର ମନ୍ତ୍ରୀ। ଏହି ଆକାଂକ୍ଷୀ ଜିଲ୍ଲାରେ ହୋଇଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ କେନ୍ଦ୍ର ମନ୍ତ୍ରୀ।

୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ର ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ର ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ର ମନ୍ତ୍ରୀ। ଏହି ଆକାଂକ୍ଷୀ ଜିଲ୍ଲାରେ ହୋଇଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ କେନ୍ଦ୍ର ମନ୍ତ୍ରୀ।

ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସୁଥିବା ବେଳେ କୋରାପୁଟ ଗସ୍ତରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ସଂଜିବ ବାଲ୍ୟାନ। ୨୦ ତାରିଖ ଭିତରେ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ଶେଷ ହେଉଥିବା ବେଳେ ଏଥିରୁ ରାଜନୈତିକ ଗନ୍ଧ ବାରିଛି ବିଜେଡ଼ି।

"ରାଜ୍ୟର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ସ୍ଥିତି ପରଖିବେ କେନ୍ଦ୍ର ସରକାର। ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଳାକୁ ଆସନ୍ତା ୨୦ ତାରିଖ ଭିତରେ ଗସ୍ତ କରିବେ ୧୦ କେନ୍ଦ୍ର ମନ୍ତ୍ରୀ। କାଲିଠୁ ଆରମ୍ଭ ହୋଇଛି ଏହି କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ। କେନ୍ଦ୍ରମନ୍ତ୍ରୀ ସଞ୍ଜିବ ବାଲିଆନ୍ କୋରାପୁଟରେ ଗସ୍ତ କରିଛନ୍ତି।

୧୩ ଓ ୧୪ ଢେଙ୍କାନାଳ ଜିଲ୍ଳା ଗସ୍ତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାଲକାନଗିରି ଜିଲ୍ଳା ଗସ୍ତ କରିବେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ଅର୍ଜୁନ ମୁଣ୍ଡା କଳାହାଣ୍ଡି,ସାଧବୀ ନିରଞ୍ଜନ ଜ୍ୟୋତି ବଲାଙ୍ଗୀର, ପ୍ରହଳ୍ଳାଦ ସିଂ ପଟେଲ ଗଜପତି, ଏସ୍.ପି ବଗେଲ ନୂଆପଡ଼ା, ଶୋଭାକରନ ନବରଙ୍ଗପୁର,

ସୋନି ପ୍ରକାଶ ରାୟଗଡା, ସୁବାଷ ସରକାର କନ୍ଧମାଳ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବେ। ଆକାଂକ୍ଷୀ ଜିଲ୍ଳାରେ ଉନ୍ନୟନ ମୂଳକ କାମ, କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରୀତାକୁ ନେଇ କରିବେ ସମୀକ୍ଷା। ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ପ୍ରକଳ୍ପ ବୁଲି ଦେଖିବେ। ୨୦ ତାରିଖ ସୁଦ୍ଧା ସମୀକ୍ଷା ସାରି କେନ୍ଦ୍ର ସରକାରଙ୍କୁ ସମୀକ୍ଷା ରିପୋର୍ଟ ଦେବେ କେନ୍ଦ୍ର ମନ୍ତ୍ରୀ,"କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।

କେନ୍ଦ୍ର ମନ୍ତ୍ରୀ ଙ୍କ ଏହି ଗସ୍ତରୁ ରାଜନୈତିକ ଗନ୍ଧ ବାରିଛି ଵିଜେଡି ଓ କଂଗ୍ରେସ। ବିଜେଡ଼ି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି ରାଜ୍ୟର ବିଭିନ୍ନ ଯୋଜନା ଅନ୍ୟ ରାଜ୍ୟପାଇଁ ରୋଲ ମଡେଲ ପାଲଟିଛି।ଅନେକ ସମୟରେ ପ୍ରଧାନମନ୍ତ୍ରୀଠୁ ନେଇ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସମୀକ୍ଷା ନେଇ କୌଣସି ସମସ୍ୟା ନାହିଁ କାରଣ ଯୋଜନା ସଠିକ ଭାବରେ କାର୍ଯ୍ୟକାରିତା ହେଉଛି। ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଅଭିସନ୍ଧି ରଖି ମନ୍ତ୍ରୀ ଆସୁଥାଇ ପାରନ୍ତି। ପଞ୍ଚାୟତ ପୌର ନିର୍ବାଚନ ପରାଜୟ ପରେ ଅଧିକ ଫୋକସ କରିଥାଇପାରନ୍ତି।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି,"ଏ ସବୁ ଘଟଣା ନୂଆ ନୁହଁ।ଅତୀତରେ ମଧ୍ୟ ଯେତେବେଳେ ୟୁପିଏ ସରକାର ଥିଲା। ସେତେବେଳେ ମଧ୍ୟ ବିଭିନ୍ନ ରାଜ୍ୟକୁ ଯାଇ କେନ୍ଦ୍ର ମନ୍ତ୍ରୀ ମାନେ ସମୀକ୍ଷା କରିବା ଦାଇତ୍ଵ ଦିଆ ଯାଉଥିଲା।ଏବେ ମଧ୍ୟ ସେହି ନିୟମରେ କେନ୍ଦ୍ର ମନ୍ତ୍ରୀ ମାନେ ବିଭିନ୍ନ ଜିଲ୍ଲାକୁ ଯାଇ ସମୀକ୍ଷା କରୁଚନ୍ତି । କିନ୍ତୁ ବଡ଼ କଥା ହେଲା ସମୀକ୍ଷା କଣ କରିବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ତ ଏବେ ମିଳିତ ସରକାର । ସମୀକ୍ଷା କେବଳ ସମୀକ୍ଷା ବାଟରେ ହେବ କିନ୍ତୁ ଏଥିରେ କିଛି ନିର୍ଯ୍ୟାସ ମିଳିବ ନାହିଁ"

ନୀତି ଆୟୋଗ ଦେଶରେ ୧୧୭ ଟି ଆକାଂକ୍ଷୀ ଜିଲ୍ଲା ଚିହ୍ନଟ କରିଥିବା ବେଳେ ସେଥିରୁ ୧୦ଟି ଓଡ଼ିଶାର ରହିଛି । ଗତବର୍ଷ ରାଜ୍ୟ ସରକାର ମଧ୍ୟ ଏହି ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଜଣ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦେଇଥିଲେ।
Published by:Soumya Das
First published: