ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସମ୍ବଲପୁର ଡିଅର ପାର୍କରେ ବିଶ୍ବ ସର୍ପ ଦିବସରେ ଜନ୍ମ ନେଲେ ୧୦ଟି ଅଜଗର ଛୁଆ

ସମ୍ବଲପୁର ଡିଅର ପାର୍କରେ ବିଶ୍ବ ସର୍ପ ଦିବସରେ ଜନ୍ମ ନେଲେ ୧୦ଟି ଅଜଗର ଛୁଆ

ସମ୍ବଲପୁର ଡିଅର ପାର୍କରେ ଥିବା ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ରରେ ଅଜଗର ଛୁଆ ଜନ୍ମ ଗ୍ରହଣ କରିବାର ଏହା ପ୍ରଥମ ଘଟଣା । ପୂର୍ବରୁ ବହୁବାର ଅଜଗର ଅଣ୍ଡା ଦେଇଥିଲେ ମଧ୍ୟ କୌଣସି ଶିଶୁ ଜନ୍ମ ହେଉ ନ ଥିଲେ ।

ସମ୍ବଲପୁର ଡିଅର ପାର୍କରେ ବିଶ୍ବ ସର୍ପ ଦିବସରେ ଜନ୍ମ ନେଲେ ୧୦ଟି ଅଜଗର ଛୁଆ
ଜନ୍ମ ହୋଇଥିବା ଅଜଗର ଛୁଆମାନେ
  • News18 Odia
  • Last Updated: July 18, 2020, 12:30 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଜିଲ୍ଲାର ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୃକ୍ସ ହିଲ୍‌ ପାହାଡ଼ ମୋତିଝରଣ ବନ୍ୟ ପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ଥିବା ମୃଗ ବିହାର ବା ଡିଅର ପାର୍କରେ ଦଶଟି ଅଜଗର ଛୁଆ ଜନ୍ମ ନେଇଛନ୍ତି । ଏହି ବନ୍ୟ ପ୍ରାଣୀ କେନ୍ଦ୍ରରେ ବହୁ ଦିନ ହେଲା ଅଜଗର ସାପ ରହୁଛନ୍ତି ।

ଡିଅର ପାର୍କଟି ମାର୍ଚ୍ଚ ମାସରୁ ଲକଡାଉନ ଯୋଗୁଁ ଜନସାଧରଣଙ୍କ ପାଇଁ ବନ୍ଦ ରହିଛି । ଏଠାରେ ଥିବା ଗୋଟିଏ ମାଇ ଅଜଗର ୨୦ଟି ଅଣ୍ଡା ଦେଇଥିଲା । ଡିଅର ପାର୍କରେ ଥିବା ବନ ବିଭାଗର କର୍ମଚାରୀମାନେ ବେଶ ଯତ୍ନର ସହ ଏହାକୁ ନିରୀକ୍ଷଣ କରୁଥିଲେ । ୨୦ଟି ଅଣ୍ଡା ମଧ୍ୟରୁ ୧୦ଟି ଅଣ୍ଡାରୁ ଅଜଗର ଶିଶୁ ଜନ୍ମ ନେଇଥିବା ବନ ବିଭାଗ ତରଫରୁ କୁହାଯାଇଛି ।

ସମ୍ବଲପୁର ଡିଅର ପାର୍କରେ ଥିବା ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ରରେ ଅଜଗର ଛୁଆ ଜନ୍ମ ଗ୍ରହଣ କରିବା ଏହା ପ୍ରଥମ ଘଟଣା । ପୂର୍ବରୁ ବହୁବାର ଅଜଗର ଅଣ୍ଡା ଦେଇଥିଲେ ମଧ୍ୟ କୌଣସି ଶିଶୁ ଜନ୍ମ ହେଉ ନ ଥିଲେ । ଶିଶୁଗୁଡିକର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ ସ୍ଥାନୀୟ ପଶୁ ଚିକିତ୍ସକଙ୍କ ଦ୍ବାରା କରାଯାଇଥିବା ବନ ବିଭାଗ ତରଫରୁ ସୁଚନା ଦିଆଯାଇଛି ।

ଡିଅର ପାର୍କଟି ମାର୍ଚ୍ଚ ମାସରୁ ଲକଡାଉନ ଯୋଗୁଁ ଜନସାଧରଣଙ୍କ ପାଇଁ ବନ୍ଦ ରହିଛି ।


‘‘ମା’ ଅଜଗରଟି ଅଣ୍ଡା ଦେଲା ପରେ ଅଣ୍ଡାଗୁଡିକୁ ସବୁ ବେଳେ ନିଜ ପାଖରେ ହିଁ ଜାବୁଡ଼ି ରଖୁଥିଲା । ବେଳେ ବେଳେ କୋଉ ଗୋଟିଏ ଅଣ୍ଡା ବାହାରକୁ ବାହାରିଗଲେ ସେ ପୁଣି ଟାଣି ନେଇ ନିଜ ପାଖରେ ରଖୁଥିଲା । ମଝିରେ ଦୁଇଟି ଅଣ୍ଡା ଫାଟି ଯାଇଥିବାର କର୍ମଚାରୀମାନେ ଦେଖିଥିଲେ । ଫଟା ଅଣ୍ଡାଗୁଡିକ ଆମେ ବାହର କରିଦେଇଥିଲୁ । ଦୁଇ ମାସ ପରେ କାଲି ବିଶ୍ବ ସର୍ପ ଦିବସରେ ଦେଖିବାକୁ ପାଇଥିଲୁ ୧୦ଟି ଅଜଗର ଛୁଆ ଅଣ୍ଡାରୁ ଜନ୍ମ ନେଇଛନ୍ତି । ପ୍ରଥମ ଥର ପାଇଁ ସମ୍ବଲପୁର ଡିୟର ପାର୍କରେ ଅଜଗର ଜନ୍ମ ନେଇଥିବାରୁ ଆମେ ସମସ୍ତେ ବେଶ ଖୁସି,’’ କହିଛନ୍ତି ଡିଅର ପାର୍କ ଦାୟିତ୍ତ୍ୱରେ ଥିବା ଡେପୁଟି ରେଞ୍ଜର ଶର୍ମିଲି ନାୟକ ।

୧୦ଟି ଶିଶୁ ଅଜଗରକୁ ରଖିବା ପାଇଁ ସମ୍ବଲପୁର ମୋତି ଝରଣ ବନ୍ୟାପ୍ରାଣୀ ସଂରକ୍ଷଣ କେନ୍ଦ୍ର ଓ ଡିୟର ପାର୍କରେ ସ୍ଥାନର ଅଭାବ ରହିଛି । ତେଣୁ ଏହି ଅଜଗର ଶିଶୁମାନଙ୍କୁ ନନ୍ଦନକାନନ ବା ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସମ୍ବଲପୁର ଡିୟର ପାର୍କ ବନ୍ୟା ପ୍ରାଣୀ ସଂରକ୍ଷଣ କେନ୍ଦ୍ର ର କତ୍ତୃପକ୍ଷ ଚିନ୍ତା କରୁଛନ୍ତି ।

ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା

ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

ମୃଗ ବିହାର ବା ଡିଅର ପାର୍କହେଉଛି ସମ୍ବଲପୁର ଜିଲ୍ଲାର ଏକମାତ୍ର ଚିଡିଆଖାନା । ଏଠାରେ ବିଭିନ୍ନ କିସମର ବନ୍ୟ ପ୍ରାଣୀ ଓ ସରୀସୃପ ଅଛନ୍ତି ।
Published by: Anand Shankar Thankur Das
First published: July 18, 2020, 12:30 AM IST