ସମ୍ବଲପୁରର ଅଯୋଧ୍ୟା ସରୋବର ଆନିକଟରେ ସୃଷ୍ଟି ହେଲା ୧୦ ଫୁଟର ଅଧିକ ଲମ୍ବର ଘାଇ

ମଙ୍ଗଳବାର ଦିନ ସମ୍ବଲପୁର ସହରର ଅଯୋଧ୍ୟା ସରୋବର ଆନିକଟରେ ସୄଷ୍ଟି ହୋଇଥିଲା ୧୦ ଫୁଟର ଅଧିକ ଲମ୍ବର ଘାଇ।

ସମ୍ବଲପୁରର ଅଯୋଧ୍ୟା ସରୋବର ଆନିକଟରେ ସୃଷ୍ଟି ହେଲା ୧୦ ଫୁଟର ଅଧିକ ଲମ୍ବର ଘାଇ

ସମ୍ବଲପୁରର ଅଯୋଧ୍ୟା ସରୋବର ଆନିକଟରେ ସୃଷ୍ଟି ହେଲା ୧୦ ଫୁଟର ଅଧିକ ଲମ୍ବର ଘାଇ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସମ୍ବଲପୁର: ମଙ୍ଗଳବାର ଦିନ ସମ୍ବଲପୁର ସହରର ଅଯୋଧ୍ୟା ସରୋବର ଆନିକଟରେ ସୄଷ୍ଟି ହୋଇଥିଲା ୧୦ ଫୁଟର ଅଧିକ ଲମ୍ବର ଘାଇ। ପୂର୍ବରୁ ଆନିକଟରେ କିଛି ପରିମାଣରେ ସଂରକ୍ଷିତ ହେଉଥିବା ଜଳ ଲିକ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା।

ଏପରି କି ଆନିକଟରେ ଯେଭଳି ନଦୀ ଜଳ ଠିକ ପରିମାଣରେ ସଂରକ୍ଷିତ ରହି ପାରିବ ଓ ଆନିକଟର ସୁରକ୍ଷା ପାଇଁ ଏହାର ମରାମତି କରିବା ପାଇଁ ଜନ ସାଧାରଣ ଦାବି କରି ଆସୁଥିଲେ।

ଏହି ଦାବିକୁ ଅଣଦେଖା କରିବାରୁ ଆନିକଟରେ ଘାଇ ସୄଷ୍ଟି ହେବା ଭଳି ପରିସ୍ଥିତି ହୋଇଥିବା ଅଭିଯୋଗ କରିଛନ୍ତି ସମ୍ବଲପୁରବାସୀ। ଏହି ଘାଇ ଯୋଗୁ ଆନିକଟ ଉପରମୁଣ୍ଡ ମହାନଦୀର ପାଣି ପରିମାଣ କମିବାରେ ଲାଗିଛି। ଏଥି ସହିତ ମହାନଦୀ ଉପରେ ନିର୍ଭର କରୁଥିବା ବହୁ ମତ୍ସ୍ୟଜୀବୀ ପରିବାର ରୋଜଗାର ହରାଇବା ଆଶଙ୍କା କରାଯାଉଛି।

ସମ୍ବଲପୁରର ଅଯୋଧ୍ୟା ସରୋବର ଆନିକଟରେ ସୃଷ୍ଟି ହେଲା ୧୦ ଫୁଟର ଅଧିକ ଲମ୍ବର ଘାଇ


ଅନ୍ୟ ପଟେ ଆଗାମୀ କିଛି ମାସ ପରେ ଗ୍ରୀଷ୍ମ ଋତୁ ଆସୁଥିବାରୁ ହୀରାକୁଦ ଜଳଭଣ୍ଡାରର ଗେଟ୍‌ଗୁଡ଼ିକ ବନ୍ଦ କରି ଦିଆଯିବ। ଏହା ଫଳରେ ମହାନଦୀକୁ କମ୍ ପରିମାଣର ଜଳ ଆସିବ। ଏହା ପୂର୍ବରୁ ଆନିକଟର ଶୀଘ୍ର ମରାମତି କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

‘‘ଅଯୋଧ୍ୟା ସରୋବରର ଆନିକଟରେ ଆଗରୁ ଫାଟ ହୋଇଥିଲା। ଏହାର ମରାମତି କରା ନ ଯିବାରୁ ଏଭଳି ଘଟଣା ଘଟିଲା। ତେଣୁ ଏହାର ଶୀଘ୍ର ମରାମତି କରାଯାଉ,’’ କହିଛନ୍ତି ଅନିଲ ବେହେରା।

ଏହି ଘଟଣା ପରେ ଜଳ ସମ୍ପଦ ବିଭାଗର ଏକ ଟିମ ମହାନଦୀର ଅଯୋଧ୍ୟା ସରୋବର ଘାଟରୁ ନଦୀ ମଝିକୁ ଡଙ୍ଗା ସାହାଯ୍ୟରେ ଯାଇ ସୄଷ୍ଟି ହୋଇଥିବା ଘାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଏହା ସହିତ ଘାଇର ଆବଶ୍ୟକୀୟ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅଯୋଧ୍ୟା ସରୋବର ଆନିକଟରେ ସୄଷ୍ଟି ହୋଇଥିଲା ୧୦ ଫୁଟର ଅଧିକ ଲମ୍ବର ଘାଇ


ଏହା କିଛି ଚିନ୍ତାର ବିଷୟ ନୁହେଁ। ଜଳ ସମ୍ପଦ ବିଭାଗ ଏହା ଉପରେ ଅନୁଧ୍ୟାନ କରିଛି। ଖୁବ୍ ଶୀଘ୍ର ଆନିକଟର ମରାମତି କରାଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନ୍ୟନ୍ୟା ଦାସ କହିଛନ୍ତି।

ସମ୍ବଲପୁର ସହରବାସୀଙ୍କ ପାଣି ସମସ୍ୟା ଦୂର କରିବା ପାଇଁ ମହାନଦୀର ମାରୱାଡ଼ି ଘାଟରେ ଆନିକଟ ନିର୍ମାଣ ହୋଇଥିଲା। ବର୍ତ୍ତମାନ ଅଯୋଧ୍ୟା ସରୋବର ଆନିକଟ ସହରବାସୀଙ୍କ ଜୀବନ ଜିବିକା ସହିତ ଜଡିତ ଥିବାରୁ ଏହାକୁ ଶୀଘ୍ର ମରାମତି କରିବାର ଆବଶ୍ୟକତା ରହିଛି।
Published by:Lipina Das
First published: