News18 Odia Digital
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ମୈଦାନରେ ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଶନିବାର ଦିନ ପିପିଲି ଉପନିର୍ବାଚନ ପାଇଁ ପାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ସୁଦ୍ଧା ନାମାଙ୍କନ ଦାଖଲ କରିଥିବା ୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦ ଜଣଙ୍କର ପ୍ରାର୍ଥୀତ୍ୱ ବୈଧ ରହିଛି ।
ଭିନ୍ନ ଭିନ୍ନ କାରଣରୁ ତିନି ଜଣଙ୍କର ପ୍ରାର୍ଥୀତ୍ବ ନାକଚ ହୋଇଯିବା ପରେ ମୋ’ଟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୧୨ । ତେବେ ପାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନରେ ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପରେ ମଇଦାନରେ ଏବେ ମୋଟ ୧୦ ଜଣ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ ତିନୋଟି ପ୍ରମୁଖ ରାଜନୈତିକ ଦଳର (କଂଗ୍ରେସ, ବିଜେପି ଓ ବିଜେଡ଼ି) ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ସହ ମୈଦାନରେ ଅନ୍ୟ ଚାରିଟି ରାଜନୈତିକ ଦଳର ପ୍ରାର୍ଥୀ ଥିବା ବେଳେ ବାକି ତିନି ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି ।
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ସାମାନ୍ୟ ବଢ଼ିଲା, ରୂପା ଖୁବ୍ ଉଞ୍ଚା ହେଲା; ଏହି ସ୍ଥିତି ବେଶୀ ଦିନ ରହିବନି
‘‘ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ହୋଇଥିବା ତାଲିକା ସଂଶୋଧନ ହେବା ପରେ ଏହି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୨୯ ହଜାର ୯୯୮ ଅଛି । ପୋଷ୍ଟାଲ୍ ବାଲଟରେ ଭୋଟ ଦେବେ ମୋଟ ୧,୦୭୭ ଜଣ। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସଂଶୋଧନ ଭିତରେ ମୋ’ଟ ୪୧୫ ନୂଆ ଭୋଟର ସାମିଲ ହୋଇଛନ୍ତି । ୧,୦୭୭ ଜଣ ପୋଷ୍ଟାଲ ଭୋଟରଙ୍କ ମଧ୍ୟରୁ ୯୦୯ ଜଣ ହେଉଛନ୍ତି ୮୦ ବର୍ଷରୁ ଅଧିକ । ଭିନ୍ନକ୍ଷମ ହେଉଛନ୍ତି ୧୬୮ ଜଣ । ପୋଷ୍ଟାଲ ଭୋଟିଂ ୬ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ,’’ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଉଛନ୍ତି ।
ଲୋହାନି ଆହୁରି କହିଛନ୍ତି, ‘‘ଭୋଟ୍ ପରିଚାଳନା ପାଇଁ ମୋଟ ୧,୭୪୦ ଜଣ ପୋଲିଂ କର୍ମୀ ମୁତୟନ ହେବେ । ସେମାନଙ୍କ ଟ୍ରେନିଂ ସରିଛି । କୋଭିଡ ପରିସ୍ଥିତି ଥିବାରୁ ସେମାନଙ୍କୁ ଫାଷ୍ଟ୍ ଡୋ୍ ଭ୍ୟାକ୍ସିନ ଦିଆଯାଇଛି । ପୂର୍ବରୁ ପୋଲିଂ ବୁଥ ସଂଖ୍ୟା ୩୪୮ ଥିବା ବେଳେ ଏହି ସଂଖ୍ୟାକୁ ଆହୁରି ୭୫କୁ ବୃଦ୍ଧି କରାଯାଇଛି । କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟିଂ ହେବ ନାହିଁ । ମୋଟ ବୁଥ ଭିତରେ ୧୦୨ ଟି କ୍ରିଟିକାଲ୍ ବୁଥ ରହିଛି । ତାକୁ ନଜରରେ ରଖି ୫୦ ପ୍ରତିଶତ ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ହୋଇଛି ।’’
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କୋଭିଡ ପରିସ୍ଥିତି ଥିବାରୁ ଏସ୍.ଆର୍.ସି. ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ନୂଆ ଗାଇଡ଼ଲାଇନ ଅନୁସାରେ ଖୋଲା ସ୍ଥାନରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା ସମିତି କରାଯାଇପାରିବ । କୌଣସି ସମ୍ମିଳନୀ କକ୍ଷରେ କ୍ଷମତାଠାରୁ ୫୦ ପ୍ରତିଶତ ଲୋକ ରହିପାରିବେ । ଯଦି ଏହାକୁ ଲୋକେ ଓ ଦଳମାନେ ନ ମାନିବେ ତେବେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେ କୋଭିଡ ଗାଇଡଲାଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।
ଏହା ବି ପଢ଼ନ୍ତୁ | ସଚିନ ତେନ୍ଦୁଲକରଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା; ୫ ଦିନ ପୂର୍ବେ କରୋନା ପଜିଟିଭ୍ ହୋଇଥିଲେ
ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରାଯାଇଛି ଯେ ସେମାନେ କୋଭିଡ ନିୟମ ମାନନ୍ତୁ । ସିଇଓଙ୍କ ପକ୍ଷରୁ ଦୁଇ ଜଣ ଆଇ.ଏ.ଏସ୍. ଅଫିସରଙ୍କୁ ଅବଜର୍ଭର ଦାୟିତ୍ୱ ଦିଆଯାଇଛି । ସେମାନେ ନିର୍ବାଚନୀ ଖର୍ଚ୍ଚ ଓ ପରିଚାଳନା ଉପରେ ନଜର ରଖିବେ ।
ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ‘‘ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୩,୦୦୯ ଜଣ ଭିନ୍ନକ୍ଷମଙ୍କୁ ବୁଥକୁ ଆଣିବା ପାଇଁ ଗାଡିର ବ୍ୟବସ୍ଥା କରାଯାଇଛି । ଏହାର ପରିଚାଳନା ଦାୟିତ୍ବରେ ରହିବେ ସ୍ବେଛାସେବୀମାନେ । ନିର୍ବାଚନକୁ ଶାନ୍ତି ଓ ଶୃଙ୍ଖଳା ସହିତ ପରିଚାଳନା ପାଇଁ ତିନି କମ୍ପାନୀ କେନ୍ଦ୍ରୀୟ ବଳ ମଗା ଯାଇଛି । ସେମାନେ ଖୁବ୍ ଶୀଘ୍ର ଏଠି ପହଞ୍ଚିଯିବେ । ଏହାକୁ ଏକ କୋଭିଡ-ଫ୍ରି ନିର୍ବାଚନ ଭାବେ ପରିଚାଳନା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।