News18 Odia Digital
ଝାରସୁଗୁଡ଼ା: ଗୋଟିଏ ଭାଇର ମୃତ୍ୟୁ ହେବା ପରେ ପରିବାରର ବାକି ପାଞ୍ଚ ଜଣ ଯାକ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପୁଣି ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ଫର୍ଦ୍ଦ । ଗତ କାଲି ସକାଳେ ଦ୍ୱିତୀୟ ଭାଇଟିର ମୃତ୍ୟୁ ହୋଇଥିଲା, ଆଉ ଆଜି ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସାନ ଭଉଣୀ ଓ ମାଆଙ୍କ ମୃତ୍ୟୁ ହୋଇଛି ।
ମାଆ ପୁଷ୍ପାବତୀ ବିଶ୍ବାଳ ଓ ସାନ ଝିଅ ପିଙ୍କି ବିଶ୍ବାଳଙ୍କ ମୃତ୍ୟୁ ହୋଇଛି । ଗତ କାଲି ବୁର୍ଲାରେ ଚିକିତ୍ସାଧୀନ ବଡ଼ ପୁଅ ଶ୍ରୀକାନ୍ତ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା । ବିଷ ପିଇ ଗୁରୁତର ଥିବା ଝାରସୁଗୁଡ଼ା ଲହଣ୍ଡାବୁଡ଼ର ଏହି ପରିବାରର ମୋଟ ଛଅ ଜଣ ସଦସ୍ୟଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ହେଲାଣି । ପ୍ରଥମେ ଜଣଙ୍କର ମୃତ୍ୟୁ ହେବା ପରେ ଦୁଇ ଦିନ ତଳେ ବିଷ ପିଇ ବାକି ପାଞ୍ଚ ଜଣ ଯାକ ଗୁରୁତର ହୋଇଥିଲେ ।
ଜୁନ୍ ୧ ତାରିଖରେ ସାନ ପୁଅ ଦୀପକ ବିଶ୍ୱାଳର ମୃତ୍ୟୁ ହେବା ପରେ ଦୁଃଖ ସହି ନ ପାରି ପରିବାରର ବାକି ପାଞ୍ଚ ଜଣ ସଦସ୍ୟ – ମାଆ, ବଡ଼ ପୁଅ ଓ ତିନି ଝିଅ – ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏବେ ଗୁରୁତର ଥିବା ଦୁଇ ଝିଅ ଲିଲି ବିଶ୍ୱାଳ ଓ ବନ୍ଦିତା ବିଶ୍ବାଳଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ପରିବାରର ପାଞ୍ଚ ଜଣ ବିଷ ପିଇବା ପରେ ମଙ୍ଗଳବାର ହସପିଟାଲରେ ଜଣେ ଭଉଣୀ । ସେ ବି ପିଇଥିଲେ ବିଷ ।
ମୃତ ଦୁଇ ଭାଇ ଶ୍ରୀକାନ୍ତ ଓ ଦୀପକଙ୍କ ମୃତ ଦେହ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ବେଳେ ମୃତକମାନଙ୍କ ପରିବାର ଲୋକ କେହି ନ ଥିବାରୁ ତାଙ୍କର ଶେଷକୃତ୍ୟ କରିବାରେ ବିଳମ୍ବ ହେଉଥିବା କହିଛି ପୋଲିସ । ଏତେ ବଡ଼ ଏକ ହୃଦୟବିଦାରକ ଘଟଣା ଘଟିଥିଲେ ମଧ୍ୟ ତାଙ୍କ ସମ୍ପର୍କୀୟ କେହି ଆସି ନାହାନ୍ତି । ଧରାକୋଟ ଥାନା ଲକ୍ଷ୍ମୀପୁର ଠାରେ ରହୁଥିବା ବଡ଼ବାପା ଏକ ଭିଡ଼ିଓ ବାର୍ତ୍ତାରେ କେହି ଯାଇ ପାରିବେ ନାହିଁ ବୋଲି ଜଣାଇଛନ୍ତି ।
‘‘ମୁଁ ବୁଢ଼ା ଲୋକ । ଏବେ ଲକଡାଉନ୍ ଅଛି । ମୁଁ ବା କେହି ଏ ପରିସ୍ଥିତିରେ ଯାଇ ପାରିବୁ ନାହିଁ । ପୋଲିସ୍ ଷ୍ଟାଫଙ୍କୁ ଓ ମେଡିକାଲ୍ ଷ୍ଟାଫମାନଙ୍କୁ କୁହ ସେମାନେ ଶବ ସତ୍କାର କରିଦିଅନ୍ତୁ,’’ କହିଛନ୍ତି ମୃତ ଦୀପକ ଓ ଶ୍ରୀକାନ୍ତଙ୍କ ଗାଁରେ ଥିବା ବଡ଼ବାପା ଆର୍ଶୁଳୁ ବିଶ୍ୱାଳ ।

ମୃତ ଯୁବକ ଯୁବତୀଙ୍କ ବଡ଼ବାପା ଆର୍ଶୁଳୁ ବିଶ୍ୱାଳ କହିଛନ୍ତି ସେ ଶବ ସତ୍କାର ପାଇଁ ଯାଇପାରିବେନି ।
ସାନ ପୁଅ ଦୀପକ ବିଶ୍ୱାଳ ଡିସେମ୍ବର ୨୦୧୮ରେ ଏକ ମୋଟର ସାଇକେଲ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆମରିରେ ଚିକିତ୍ସା ହେବା ପରେ ଘତକୁ ଆସି ଚିକିତ୍ସାରେ ଥିବା ବେଳେ ଜୁନ୍ ୧ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ । ତାଙ୍କ ବିୟୋଗରେ ମ୍ରିୟମାଣ ହୋଇ ହିତାହିତ ଜ୍ଞାନ ଭୁଲି ପରିବାରର ବାସି ପାଞ୍ଚ ଜଣ ସଦସ୍ୟ ଘରେ ଥିବା ପାରାକ୍ବେଟ ଓ ଫିନାଇଲ ମିଶେଇ ପିଇଦେଇଥିଲେ ।

ବିଷ ପିଇବା ପରେ ମଙ୍ଗଳବାର ଦିନ ହସପିଟାଲରେ ଚିକିତ୍ସା ହେଉଥିବା ବେଳେ ଶ୍ରୀକାନ୍ତ ବିଶ୍ୱାଳ । ସେ ବୁଧବାର ମୃତ୍ୟୁ ବରଣ କଲେ ।
‘‘ସେମାନେ କୋଣାର୍କ ଫିନାଇଲ ଓ ପାରାକ୍ବେଟ ପିଇଥିବା ଜଣାପଡ଼ୁଛି। ସାଇଣ୍ଟିଫିକ୍ ଟିମ୍ ଅନୁସନ୍ଧାନ ବେଳେ ଘରେ ଗୋଟିଏ ଲିଟରର କୋଣାର୍କ ଫିନାଇଲ ବୋତଲ ଓ କାପିକ୍ ପାରାକ୍ବେଟ୍ ଡାଇକ୍ଲୋରାଇଡ୍ ୨୪ ପରସେଣ୍ଟ ଏସ୍ଏଲ୍ ୨୫୦ ଏମ୍ଏଲ୍ ବୋତଲ ପାଇଥିଲେ,’’ କହିଛନ୍ତି ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ ।

ସାନ ଭାଇ ଦୀପକ ବିଶ୍ୱାଳ ବାଇକ୍ ଦୁର୍ଘଟଣାରେ ଆହତ ହୋଇ ଦୁଇ ବର୍ଷ ଚିକିତ୍ସା ହେବା ପରେ ଜୁନ୍ ୧ରେ ମୃତ୍ୟୁ ବରଣ କରିଥିଲେ ।
ଏବେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ଶବ ସତ୍କାର ଏକା ସାଙ୍ଗରେ ହେବ । ହେଲେ କେମିତି ହେବ ଓ କିଏ କରିବ ତାକୁ ନେଇ ସଂଶୟ ରହିଛି । ସୂଚନା ଅନୁସାରେ ଏ ବିଷୟରେ ପୋଲିସ୍ ଏହି ପରିବାରର ଅନ୍ୟ ସମ୍ପର୍କୀୟ ଓ ବନ୍ଧୁବର୍ଗଙ୍କ ସହ ଯୋଗାଯୋଗ କରୁଛି ।
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।ଏହା ବି ପଢ଼ନ୍ତୁ: ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।