ଦୀପିକାଙ୍କ ଧାରଣାକୁ ପୁରିଲା ମାସେ; ରିପୋର୍ଟ ଦେବାକୁ ଏସପିଙ୍କୁ ଏନଏଚଆରସିଙ୍କ ଚିଠି

ଦୀପିକାଙ୍କ ଧାରଣାକୁ ପୁରିଲା ମାସେ । ରିପୋର୍ଟ ଦେବାକୁ ଏସପିଙ୍କୁ ଏନଏଚଆରସିଙ୍କ ଚିଠି । ସେପଟେ ବଡ଼ବଜାର ଥାନାରେ ଦୀପିକାଙ୍କ ଧାରଣାକୁ ନେଇ ରୁଜୁ ହେଲାଣି ୧୦ଟି ମାମଲା ।

ଦୀପିକାଙ୍କ ଧାରଣାକୁ ପୁରିଲା ମାସେ; ରିପୋର୍ଟ ଦେବାକୁ ଏସପିଙ୍କୁ ଏନଏଚଆରସିଙ୍କ ଚିଠି

ଦୀପିକାଙ୍କ ଧାରଣାକୁ ପୁରିଲା ମାସେ; ରିପୋର୍ଟ ଦେବାକୁ ଏସପିଙ୍କୁ ଏନଏଚଆରସିଙ୍କ ଚିଠି

  • News18 Odia
  • Last Updated :
  • Share this:
News 18 Odia Digital

ବ୍ରହ୍ମପୁର; ସ୍ତ୍ରୀର ହକ ଓ ପୁଅକୁ ତାର ବାପାର ପରିଚୟ ଦାବିରେ ଦୀପିକାଙ୍କ ଧାରଣାକୁ ଏକ ମାସ ପୁରିଲା । ତଥାପି ମଧ୍ୟ ସେଭଳି ନ୍ୟାୟ ଦାବିରେ ଦିନେଶଙ୍କ ଘର ବାରଣ୍ଡାରେ ବସି ରହିଛନ୍ତି ଦୀପିକା । ଗତକାଲି ଦୀପିକା  ଦିନେଶଙ୍କ ଘର ବାରଣ୍ଡାରେ ଗଣେଶ ପୂଜା କରିବା ପରେ ସନ୍ଧ୍ୟା ସମୟରେ ଦିନେଶଙ୍କ ପରିବାର ଲୋକେ ବାରଣ୍ଡାରେ ଲାଗିଥିବା ପାଲକୁ ଚିରି ଦେଇଥିଲେ । ସ୍ଥାନୀୟ ଲୋକେ ପୁଣିଥରେ ଦୀପିକାଙ୍କ ପାଲକୁ ସଜାଡିବାରେ ସାହାର୍ଯ୍ୟ କରିଥିଲେ ।

ଦୀପିକାଙ୍କ ଧାରଣାକୁ ପୁରିଲା ମାସେ; ରିପୋର୍ଟ ଦେବାକୁ ଏସପିଙ୍କୁ ଏନଏଚଆରସିଙ୍କ ଚିଠି


ଆଜି ସକାଳୁ ଦିନେଶଙ୍କ ପରିବାରର ସମସ୍ତ ସଦସ୍ୟ ଘରେ ତାଲା ପକାଇ କେଉଁଆଡ଼େ ପଳାଇଛନ୍ତି । ଏକ ମାସ ବିତିଯାଇଥିଲେ ସୁଦ୍ଧା ମାମଲାର କୌଣସି ସମାଧାନ ନକରି ଏଭଳି କେଉଁଆଡ଼େ ଚାଲିଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଦୀପିକା ଓ ସମାଜସେବୀ ପ୍ରମିଳା ତ୍ରିପାଠୀ । ସେପଟେ ଦୀପିକାଙ୍କ ଧାରଣାକୁ ନେଇ ପୋଲିସ କଣ ସବୁ ପଦକ୍ଷେପ ନେଇଛି ସେ ସମ୍ପର୍କରେ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ଏସପିଙ୍କୁ ଚିଠି କରିଛି ଜାତୀୟ ମାନବ ଅଧିକାର କମିଶନ ।

ଲଗାଣ ବର୍ଷା ପରେ ଏବେ ପ୍ରଚଣ୍ଡ ଖରା ତଥାପି ନିଜର ହକ ପାଇବା ନିମନ୍ତେ ଜାରୀ ରହିଛି ଧାରଣା । ସ୍ତ୍ରୀର ହକ ଓ ନିଜ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରେ ଧାରଣାରେ ବସି ରହିଛିନ୍ତି ଦୀପିକା । ଦୀପିକାଙ୍କ ଧାରଣାକୁ ଏକ ମାସ ପୁରିଗଲାଣି ତଥାପି ମଧ୍ୟ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟାୟ ମିଳିପାରିଲା ନାହିଁ । ଆଙ୍କୁଲି ଅଞ୍ଚଳର ଦୀପିକାଙ୍କ ସହ ଦେଶୀ ବେହେରା ସାହିର ଦିନେଶଙ୍କର ୨୦୨୦ ମସିହାରେ ପରିଚୟ ହେବା ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ପରେ ତାହା ଶାରିରୀକ ସମ୍ପର୍କରେ ରୁପାନ୍ତରିତ ହୋଇ ଦୀପିକା ଗର୍ଘବତୀ ହୋଇଥିଲେ । ପୁତ୍ର ସନ୍ତାନ ହେବା ପରେ  କୌଣସି କାରଣରୁ ଦୁହିଁଙ୍କ ଭିତରେ ମନମାଳିନ୍ୟ ସୃଷ୍ଟି ହୋଇଥିଲା । ଦୀପିକାଙ୍କୁ ବିବାହ ନିମନ୍ତେ ଦିନେଶ ମନା କରିଦେଇଥିଲେ । ପରେ ଅନ୍ୟ ଜଣେ ଝିଅକୁ ବିବାହ କରିବା ନିମନ୍ତେ ଦିନେଶଙ୍କ ପରିବାର ଲୋକେ ପ୍ରଚେଷ୍ଟା କରୁଥିବା ଜାଣି ଗତ ମାସ ୨ ତାରିଖରୁ ଦିନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସି ରହିଛନ୍ତି ଦୀପିକା ।

ଦୀପିକାଙ୍କ ଧାରଣାକୁ ନେଇ ଇତି ମଧ୍ୟରେ ବଡ଼ବଜାର ଥାନାରେ ୧୦ଟି ମାମଲା ରୁଜୁ ହୋଇସାରିଲାଣି । ଗତ ରାକ୍ଷୀ ପୂର୍ଣ୍ଣମା ଦିନ ହୋଇଥିବା ଗଣ୍ଡଗୋଳକୁ ନେଇ ଦୀପିକା ଓ ପ୍ରମିଳା ତ୍ରିପାଠୀ ଦୁଇଟି କେସ ଦେଇଥିଲେ । ସେହିପରି ଦିନେଶଙ୍କ ପରିବାର ଲୋକେ ଦୀପିକାଙ୍କୁ ଦୁର୍ବ୍ୟବହାର କରିବା ନେଇ ଦୀପିକା ଆଉ ଏକ ମାମଲା ଦେଇଥିଲେ ବଡ଼ବଜାର ଥାନାରେ  । ଦିନେଶଙ୍କ ମାମୁଁ ଲୋକ ଲଗାଇ ସମ୍ମାନହାନୀ କରୁଥିବା ନେଇ ପ୍ରମିଳା ତ୍ରିପାଠୀ ବଡ଼ବଜାର ଥାନାରେ କେସ୍‌ ଦେଇଥିଲେ । ଗତ ମାସ ୨ ତାରିଖରେ ଦୀପିକାଙ୍କ ମାଆଙ୍କୁ ଦିନେଶଙ୍କ ପରିବାର ଲୋକେ ଦୁର୍ବ୍ୟବହାର କରିଥିବା ନେଇ ସେ ବଡ଼ବଜାର ଥାନାରେ ଏକ କେସ ଦେଇଥିଲେ । ଏଭଳି ଭାବେ ଦୀପିକା ଓ ପ୍ରମିଳାଙ୍କ ପକ୍ଷରୁ ୫ଟି ମାମଲା ବଡ଼ବଜାର ଥାନାରେ ରୁଜୁ ହୋଇଛି । ସେପଟେ ଦିନେଶଙ୍କ ପରିବାର ଲୋକଙ୍କ ପକ୍ଷରୁ ମଧ୍ୟ ୫ଟି ମାମଲା ରୁଜୁ ହୋଇଛି । ଦୀପିକାଙ୍କୁ ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଏଭଳି ଧାରଣା ଜାରୀ ରହିବ ବୋଲି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।

ଏକ ମାସ ଧରି ଜଣେ ମହିଳା ଏଭଳି ନ୍ୟାୟ ଭିକ୍ଷା ନିମନ୍ତେ ଧାରଣାରେ ବସିବା ଦୁର୍ଭାଗ୍ୟର କଥା । ମାମଲାର କିଭଳି ଭାବେ ସମାଧାନ ହୋଇପାରିବ ସେ ନେଇ ଆଖିଦୃଶିଆ ପଦକ୍ଷପ ନିଆଯାଉନାହିଁ । ଯଦି ଜିଲ୍ଲା ପ୍ରଶାସନ, ପୋଲିସ, ଉଭୟ ପକ୍ଷ ଏବଂ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ଆପୋଷ ସମାଧାନ ନିମନ୍ତେ ଚେଷ୍ଟା କରିଥାନ୍ତେ ତେବେ ମାମଲାଟି ସମାଧାନ ହୋଇପାରିଥାନ୍ତା ବୋଲି କହିଛନ୍ତି,‘‘ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ।

ଉଭୟଙ୍କ ପକ୍ଷରୁ ବଡ଼ବଜାର ଥାନାରେ ରୁଜୁ ହୋଇଥିବା ୧୦ଟି ମାମଲାକୁ ନେଇ ତଦନ୍ତ ଜାରୀ ରଖିଛି ପୋଲିସ । ଏହାସହିତ ଉଭୟ ଦୀପିକା ଓ ଦିନେଶଙ୍କ ପରିବାର ମଧ୍ୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେ ନେଇ ମଧ୍ୟ ପୋଲିସ ଦୃଷ୍ଟି ଦେଇଛି ।
Published by:Soubhagya Mishra
First published: