News18 Odia Digital
ଭୁବନେଶ୍ୱର: ଡିସେମ୍ବର ୨୦୨୨ରେ ନାବାର୍ଡ ଦ୍ଵାରା ରାଜ୍ୟ ଋଣ ସଂଘୋଷ୍ଠୀ (State Credit Seminar) ୨୦୨୩-୨୪ ର ଆୟୋଜନ କରାଯାଇଥିଲା। ଏହି ଅବସରରେ ନାବାର୍ଡ ଦ୍ଵାରା ପ୍ରସ୍ତୁତ State Focus Paper ୨୦୨୩-୨୪ପୁସ୍ତିକାର ଉନ୍ମୋଚନ କରାଯିବା ସହ ଓଡିଶାର ପ୍ରାଥମିକ କ୍ଷେତ୍ର (priority sector) ରେ ୨୦୨୩-୨୩ ବର୍ଷ ପାଇଁ ସର୍ବମୋଟ ୧,୬୦,୨୮୦ କୋଟି ଟଙ୍କାର ଋଣ ଆକଳନ କରାଯାଇଛି ।
ଏହି ଅବସରରେ ନାବାର୍ଡ, ଓଡିଶା କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ସି. ଉଦୟ ଭାସ୍କର ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଚଳିତ ବର୍ଷର ପ୍ରାଥମିକ କ୍ଷେତ୍ର, କୃଷି ତଥା ସହଯୋଗୀ କାର୍ଯ୍ୟକଳାପ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ପ୍ରୟାସ କରାଯିବାର ଆବଶ୍ୟକତା ବିଷୟରେ ନିଜର ମତବ୍ୟକ୍ତ କରିଥିଲେ। ସେ ଦର୍ଶାଇଥିଲେ ଯେ ଚଳିତ ବର୍ଷର ପ୍ରାଥମିକ କ୍ଷେତ୍ରର ଲକ୍ଷ୍ୟ ୨୦୨୨-୨୩ ବର୍ଷର ଲକ୍ଷ୍ୟ ତୁଳନାରେ ୧୯ ପ୍ରତିଶତ ଅଧିକ। । ଫସଲର ବିବିଧତା ଓ ରବି ଫସଲର ବିସ୍ତାରତା ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ଏଠି ସହ ଗ୍ରାମ୍ୟ ଭିତ୍ତିଭୂମିର ବିକାଶ, ଆଦିବାସୀ ବିକାଶ, ଜଳସେଚନ ବିକାଶ, ସ୍ଵୟଂ ସହାୟକ ଗୋଷ୍ଟୀ (SHG) ମାନଙ୍କ ଜରିଆରେ ଲଘୁ-ଉଦ୍ଯୋଗୀ ବିକାଶ ଆଦି ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମ ରେ ଗ୍ରାମୀଣ ଜୀବିକା ବୃଦ୍ଧିରେ ନାବାର୍ଡ ତରଫରୁ ଓଡିଶା ରେ ଦିଆଯାଉଥିବା ସହାୟତା ବିଷୟରେ ବିବରଣୀ ପ୍ରଦାନ କରିଥିଲେ।
ରାଜ୍ୟ ଋଣ ଯୋଜନା ଆକଳନ କାର୍ଯ୍ଯ ସଠିକ ସମୟରେ ସମାପ୍ତ କରିଥିବାରୁ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ସେମିନାର ଉଦଘାଟନ ଅବସରରେ ନାବାର୍ଡକୁ ଅଭିନନ୍ଦନ ଜଣାଇବ ସହ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ଯଥା ବଲରାମ, କାଳିଆ, ସମୃଦ୍ଧି, ମିଲେଟ ମିଶନ, କୃଷକ ଉତ୍ପାଦକ ସଂଗଠନ ଆଦିକୁ ସହଯୋଗ ତଥା ଋଣ ରାଶି ବୃଦ୍ଧି ନିମନ୍ତେ ଓ ରାଜ୍ୟରେ ବ୍ୟକ୍ତିଗତ ପୁଞ୍ଜି ଲଗାଣ କ୍ଷେତ୍ରରେ ବ୍ଯାଙ୍କମାନଙ୍କ ଦ୍ଵାରା ଅଧିକରୁ ଅଧିକ ସହାୟତା ପାଇଁ ନିଜର ମତ ଉପସ୍ଥାପନ କରିଥିଲେ। ସେ ବ୍ଯାଙ୍କମାନଙ୍କୁ ଆହ୍ଵାନ ଦେଇଥିଲେ ଯେ ସେମାନେ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନାରେ ବ୍ଯାଙ୍କ ଋଣରାଶି ବୃଦ୍ଧି କରିବା ନିମନ୍ତେ ସହଯୋଗ ଓ ସହାୟତା କରନ୍ତୁ। ରାଜ୍ୟ ସରକାର କୃଷିର ଉନ୍ନତି ଏବଂ ଗ୍ରାମ୍ୟ ବିକାଶ ପାଇଁ ବହୁତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତତସହ କୃଷକଙ୍କ ଆୟ ବୃଦ୍ଧି ତଥା ରାଜ୍ୟର ବିକାଶ ପାଇଁ ବ୍ଯାଙ୍କମାନଙ୍କୁ ମୂଲ୍ୟ ଶୃଙ୍ଖଳା (Value Chain) ଏବଂ ଅଭିନବ ନୂତନ ଯୁଗ ପ୍ରକଳ୍ପ (Innovative new-age project) ଗୁଡିକୁ ଋଣ ପ୍ରଦାନ କରିବା ଦିଗରେ ବ୍ଯାଙ୍କ ମାନଙ୍କୁ ଆଗକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
ଶ୍ରୀ ପି. କେ. ଜେନା, IAS, ବିକାଶ କମିଶନର ଏବଂ ଅତିରିକ୍ତ ମୁଖ୍ୟ ସଚିବ ତଥା କୃଷି ଉତ୍ପାଦନ କମିଶନର ତାଙ୍କର ବକ୍ତବ୍ୟରେ ଓଡିଶାର ଦ୍ରୁତ ଏବଂ ଉନ୍ନତ ଅଭିବୃଦ୍ଧି ବିଷୟରେ ମତ ରଖିଥିଲେ ଏବଂ ଏଥିସହ ରାଜ୍ୟର ବିକାଶ ପାଇଁ ଓ ଚଳିତ ବର୍ଷର ଲକ୍ଷ୍ୟ ହାସଲ କରିବା ପାଇଁ, ବ୍ଯାଙ୍କଗୁଡିକ ତାଙ୍କର ଋଣ ପ୍ରଦାନ ନୀତିରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଥିଲେ। ତାଙ୍କ କହିବା ଅନୁଯାୟୀ ତୃଣମୂଳ ସ୍ତରରେ ଚାହିଦା ସୃଷ୍ଟି ହେବ ଆବଶ୍ୟକ। ତଥା ସହଯୋଗୀ କାର୍ଯ୍ୟକଳାପ ନିମନ୍ତେ KCC ଯୋଜନା ବ୍ୟାପକ ହେବା ଦରକାର। ଷ୍ଟାର୍ଟ ଅପ ଗୁଡିକୁ ମଧ୍ୟ ଋଣ ର ଆବଶ୍ୟକତା ଅଛି ଏବମ ଏଥିପାଇଁ ବ୍ଯାଙ୍କ ମାନଙ୍କୁ ଆଗକୁ ଆସିବା ପାଇଁ ସିଏ ପରାମର୍ଶ ଦେଇ ଥିଲେ । ଏହା ସହ ଗୋପାଳନ, ଛେଳି ଚାଷ, ମତ୍ସ୍ୟଚାଷ ଆଦି କ୍ଷେତ୍ରରେ ରାଜ୍ୟରେ ଥିବା ଅପାର ସମଭାବନା କ୍ଷେତ୍ରରେ ଋଣ ବୃଦ୍ଧି ପାଇଁ ବ୍ଯାଙ୍କ ମାନଙ୍କୁ ଜଣାଇ ଥିଲେ।
ଏହି ସେମିନାରକୁ ଓଡିଶା ସରକାରଙ୍କ ମାନ୍ୟବର ଅର୍ଥ-ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିଲେ। ଏଥିରେ ଶ୍ରୀ ପି. କେ. ଜେନା, IAS, ରାଜ୍ୟ ବିକାଶ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ ଓ କୃଷି ଉତ୍ପାଦନ କମିଶନର, ଶ୍ରୀ ବିଶାଲ କୁମାର ଦେବ, IAS, ପ୍ରଧାନ ସଚିବ, ଅର୍ଥ ବିଭାଗ; ଶ୍ରୀ ହୃଦାନନ୍ଦ ପଣ୍ଡା, ଆଞ୍ଚଳିକ ନିର୍ଦ୍ଦେଶକ, ଭାରତୀୟ ରିଜର୍ଭ ବ୍ଯାଙ୍କ; ଶ୍ରୀ ଗୌତମ ପାତ୍ର, ମହାପ୍ରବନ୍ଧକ ଏବଂ SLBC ସଂଯୋଜକ; ବ୍ଯାଙ୍କ ମୁଖ୍ୟ, ଜିଲ୍ଲା ଅଗ୍ରୀମ ବ୍ଯାଙ୍କ ମ୍ଯାନେଜର ଏବଂ ଅନ୍ଯାନ୍ଯ ମାନ୍ୟଗଣ୍ୟ ଅତିଥି ବୃନ୍ଦ ଭାଗ ନେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।